ETV Bharat / city

ପୂର୍ବ ଯୋଜନା ଅନୁସାରେ ହେଉ ଉପକୂଳ ରାଜପଥ: ମିଳିତ କ୍ରିୟାନୁଷ୍ଠାନ କମିଟି - ଉପକୂଳ ରାଜପଥ କାର୍ଯ୍ୟକାରୀ ପାଇଁ ଦାବି

କେନ୍ଦ୍ର ସରକାରଙ୍କ ପୂର୍ବ ଯୋଜନା ଅନୁସାରେ ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇ ୱେ ନିର୍ମାଣ କରିିବାକୁ ମିଳିତ କ୍ରିୟାନୁଷ୍ଠାନ ମହାମଞ୍ଚ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

Joint Action Committee demand implementation of coastal highway Bharatamala Scheme
ପୂର୍ବ ଯୋଜନା ଅନୁସାରେ ହେଉ ଉପକୂଳ ରାଜପଥ: ମିଳିତ କ୍ରିୟାନୁଷ୍ଠାନ କମିଟି
author img

By

Published : Jan 28, 2021, 5:29 PM IST

ଭୁବନେଶ୍ବର: କେନ୍ଦ୍ର ସରକାର 2015 ମସିହାରେ ଓଡ଼ିଶାରେ ଭାରତମାଳା ଯୋଜନାରେ ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇ ୱେ ନିର୍ମାଣ କରିବା ପାଇଁ ସ୍ଥିର କରିଥିଲେ । ତେବେ ଏହି ନିର୍ମାଣକୁ ବିଭିନ୍ନ ଆଳ ଦେଖାଇ ଘୁଞ୍ଚାଇ ଦିଆଯାଇଛି । ଯୋଜନାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ ମହାମଞ୍ଚ ପକ୍ଷରୁ ଦାବି କରାଯାଇଛି ।

ପୂର୍ବ ଯୋଜନା ଅନୁସାରେ ହେଉ ଉପକୂଳ ରାଜପଥ: ମିଳିତ କ୍ରିୟାନୁଷ୍ଠାନ କମିଟି

କେନ୍ଦ୍ର ସରକାର ଓଡ଼ିଶାରେ ଭାରତମାଳା ଯୋଜନାରେ ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ 415 କିଲୋମିଟରର ଉପକୂଳ ରାଜପଥ ନିର୍ମାଣ କରିବାକୁ ଯୋଜନା କରିଥିଲେ । କିନ୍ତୁ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟରେ ମନୋନିବେଶ ନ କରିବାରୁ ଏହି କାର୍ଯ୍ୟ 6 ବର୍ଷ ଧରି ଘୁଞ୍ଚି ଚାଲିଛି ବୋଲି ମହାମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି । ଯାହାଦ୍ବାରା ସ୍ଥାନୀୟ ଲୋକମାନଙ୍କ ଗମନାଗମନରେ ବିଭିନ୍ନ ପ୍ରକାରର ବାଧା ଉପୁଜୁଛି । ସେପଟେ ନିକଟରେ କେନ୍ଦ୍ର ସରକାର ପରିବେଶ ସୁରକ୍ଷାର ଦ୍ବାହି ଦେଇ ଏହା ମଧ୍ୟରୁ ଚିଲିକା, ଗୋପାଳପୁର ଓ ସାତପଡାକୁ ବାଦ ଦେଇ ଖୋର୍ଦ୍ଧା ଟାଙ୍ଗୀର 16 ନମ୍ବର ଜାତୀୟ ରାଜପଥଠାରୁ ଆରମ୍ଭ କରି ବ୍ରହ୍ମଗିରି, ପୁରୀ, କୋଣାର୍କ, ରତନପୁର ଦେଇ ଦୀଘା ପର୍ଯ୍ୟନ୍ତ ମାତ୍ର 177 କିଲୋମିଟର ରାସ୍ତା ନିର୍ମାଣ କରିବାକୁ ଚୂଡାନ୍ତ ଯୋଜନା କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଉପକୂଳ ରାଜପଥ ନିର୍ମାଣ ମିଳିତ କ୍ରିୟାନୁଷ୍ଠାନ ମହାମଞ୍ଚ ପକ୍ଷରୁ ବିରୋଧ କରାଯିବା ସହ ଏଥିରେ ପୂର୍ବ ଯୋଜନାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଏହାର ପ୍ରତିବାଦ କରିବାକୁ ମହାମଞ୍ଚ ରାଜରାସ୍ତାକୁ ଓଲ୍ହାଇବ ବୋଲି ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚେତାବନୀ ଦେଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.