ETV Bharat / city

ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ୍ ଆରମ୍ଭ କଲା ରାଜ୍ୟ କଂଗ୍ରେସ - congress social media campaign

ସଂଗଠନକୁ ଦକ୍ଷ କରିବା ପାଇଁ କଂଗ୍ରେସ ଆରମ୍ଭ କଲା ସୋସିଆଲ ମିଡିଆ କ୍ୟାମ୍ପେନ । କଂଗ୍ରେସ ପକ୍ଷରୁ ରାଜ୍ୟର 21 ଟି ସଂସଦୀୟ କ୍ଷେତ୍ର ପାଇଁ ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

join congress social media campaign
ରାଜ୍ୟ କଂଗ୍ରେସ ଆରମ୍ଭ କଲା ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ୍
author img

By

Published : Feb 9, 2021, 4:20 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ପକ୍ଷରୁ ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ୍ ଆରମ୍ଭ । ଶୁଭାରମ୍ଭ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି କ୍ୟାମ୍ପେନ ସାରା ରାଜ୍ୟର 21 ଟି ଲୋକସଭା ଆସନରେ କରାଯିବ ।

ରାଜ୍ୟ କଂଗ୍ରେସ ଆରମ୍ଭ କଲା ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ୍

କଂଗ୍ରେସକୁ ସଂଗଠନକୁ ଉଜ୍ଜୀବିତ କରିବା ପାଇଁ କଂଗ୍ରେସ ଆରମ୍ଭ କରିଛି ସୋସିଆଲ ମିଡିଆ କ୍ୟାମ୍ପେନ । ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ୍ ଆରମ୍ଭ କରାଯାଇଛି। ଏହି ସୋସିଆଲ ମିଡିଆ କ୍ୟାମ୍ପେନ ମାଧ୍ୟମରେ ରାଜ୍ୟର 21 ଟି ସଂସଦୀୟ କ୍ଷେତ୍ରରେ 21 ହଜାର ସେଚ୍ଛାସେବୀ ନିୟୋଜିତ କରାଯିବ। ସୋସିଆଲ ମିଡିଆ ଜରିଆରେ ଆମେ ଲୋକଙ୍କ ପାଖରେ ପହଞ୍ଚିବୁ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ବର୍ତ୍ତମାନର ଯୁଗରେ ସୋସିଆଲ ମିଡ଼ିଆର ହିଁ ଲୋକମାନଙ୍କ ପାଖରେ ପହଞ୍ଚିବା ଏକ ମୁଖ୍ୟ ମାଧ୍ୟମ ହୋଇଛି । ଲୋକଙ୍କ ପାଖକୁ ସବୁ ଖବର ଆସିପାରୁନି। ସେଥିଲାଗି ଆମେ ସୋସିଆଲ ମିଡ଼ିଆର ସହଯୋଗ ନେଲୁ ବୋଲି ନିରଞ୍ଜନ କହିଛନ୍ତି।

ଆଜିର ଏହି ସୋସିଆଲ ମିଡିଆ କ୍ୟାମ୍ପେନରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, AICC ସୋସିଆଲ ମିଡ଼ିଆ କୋର୍ଡିନେଟର ବିନୟ ଦୋକାନିଆ ଓ ରାଜ୍ୟ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.