ଭୁବନେଶ୍ବର: OSSCରେ ଚାକିରି କେଳେଙ୍କାରୀ । ଭିଜିଲାନ୍ସରେ ଅଭିଯୋଗ ଆଣିଲେ ପୂର୍ବତନ ପରୀକ୍ଷାର୍ଥୀ । ଆବଶ୍ୟକ ମାର୍କ ରଖିବା ଚାକିରି ପାଇବାରୁ ବଞ୍ଚିତ ହେବା ପରେ ଏପରି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ାର ଓଉପଦା ଚିନ୍ମୟ କୁମାର ରାଉତ ।
ସୂଚନାଅନୁସାରେ, ୨୦୧୨ ମସିହାରେ ଜୁନିୟର ଆସିଷ୍ଟାଣ୍ଟ ଅଫିସର (JAO) ପରୀକ୍ଷା ଦେଇଥିଲେ ଚିନ୍ମୟ । କଟ ଅଫ ମାର୍କରୁ ଅଧିକ ମାର୍କ ରଖି ବି OSSCରୁ ଚାକିରିରୁ ବଞ୍ଚିତ ଥିବା ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି ଚିନ୍ମୟ । ଏହା ସହିତ ଚାକିରିରେ କେଳେଙ୍କାରୀ ହୋଇଥିବା ଅଭିଯୋଗ ଆଣିଛନ୍ତି ଚିନ୍ମୟ । ଏନେଇ ପୁରା ଡିପାର୍ଟମେଣ୍ଟର କେଳେଙ୍କାରୀ ନେଇ ଭୁବନେଶ୍ଵରର ଭିଜିଲାନ୍ସ ଡିଭିଜନ ଦ୍ବାରସ୍ଥ ହୋଇଛନ୍ତି ପରୀକ୍ଷାର୍ଥୀ ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ