ETV Bharat / city

ଉପଗ୍ରହ ବ୍ରଡବ୍ୟାଣ୍ଡ୍ ସେବା କ୍ଷେତ୍ରକୁ ଜିଓର ପ୍ରବେଶ - ଉପଗ୍ରହ ଭିତ୍ତିକ ସେବା ମଧ୍ୟକୁ ପ୍ରବେଶ କଲା ଜିଓ

ଉପଗ୍ରହ ଭିତ୍ତିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ । ଏସଇଏସ୍ ସହିତ ଜିଓ ଦେଶରେ ଆରମ୍ଭ କରିବ ସେବା । ମିଳିତ ଉଦ୍ୟୋଗର ନେଟୱାର୍କ ଏସ୍‌ଇଏସ୍‌ର ଉପଗ୍ରହ ଦ୍ୱାରା ପରିଚାଳିତ ହେବ । ଅଧିକ ପଢନ୍ତୁ

ଉପଗ୍ରହ  ବ୍ରଡବ୍ୟାଣ୍ଡ୍ ସେବା କ୍ଷେତ୍ରକୁ  ଜିଓର ପ୍ରବେଶ

author img

By

Published : Feb 14, 2022, 10:48 PM IST

ଭୁବନେଶ୍ବର: ଉପଗ୍ରହ ଭିତ୍ତିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ । ଏସଇଏସ୍ ସହିତ ଜିଓ ଦେଶରେ ଆରମ୍ଭ କରିବ ସେବା । ମିଳିତ ଉଦ୍ୟୋଗର ନେଟୱାର୍କ ଏସ୍‌ଇଏସ୍‌ର ଉପଗ୍ରହ ଦ୍ୱାରା ପରିଚାଳିତ ହେବ ।

ଦୂରଦୂରାନ୍ତ ଦୁର୍ଗମ କ୍ଷେତ୍ରରେ ମଧ୍ୟ ମିଳିବ ବ୍ରଡବ୍ୟାଣ୍ଡ୍ ସେବା । ଜିଓ ପ୍ଲାଟଫର୍ମସ୍ ଏବଂ ବିଶ୍ୱରେ ଉପଗ୍ରହ ଭିତ୍ତିକ ଯୋଗାଯୋଗ ସେବା ଯୋଗାଣକାରୀ କମ୍ପାନୀ ଏସ୍‌ଇଏସ୍ ପକ୍ଷରୁ ଜିଓ ସ୍ପେଶ୍ ଟେକ୍ନୋଲୋଜି ନାମରେ ଏକ ମିଳିତ ଉଦ୍ୟୋଗ ଗଠନ ସମ୍ପର୍କରେ ଘୋଷଣା କରାଯାଇଛିି । ଏହି ନୂତନ ମିଳିତ ଉଦ୍ୟୋଗ ଦେଶବ୍ୟାପୀ ଉପଗ୍ରହ ଭିତ୍ତିକ ପ୍ରଯୁକ୍ତିର ବ୍ୟବହାର କରି ଦ୍ରୁତଗାମୀ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନ କରିବ ।

ଜିଓ ପ୍ଲାଟଫର୍ମ୍‌ସ୍ ଏବଂ ଏସ୍‌ଇଏସ୍ ନିକଟରେ ଏହି ମିଳିତ ଉଦ୍ୟୋଗରେ ଯଥାକ୍ରମେ ୫୧% ଓ ୪୯% ଇକ୍ୱିଟି ଅଂଶ ରହିବ । ଏହି ମିଳିତ ଉଦ୍ୟୋଗ ମଲ୍‌ଟି ଅର୍ବିଟ ସ୍ପେଶ୍ ନେଟୱାର୍କର ଉପଯୋଗ କରି ସେବା ଯୋଗାଇବ । ଏହି ନେଟୱାର୍କରେ ଜିଓଷ୍ଟେସନାରୀ (ଜିଇଓ) ଏବଂ ମିଡିୟମ ଆର୍ଥ ଅର୍ବିଟ (ଏମ୍‌ଇଓ) ଉପଗ୍ରହଗୁଡିକର ଉପଯୋଗ କରାଯିବ ।

ନେଟୱର୍କର ମଲ୍‌ଟି ଗିଗାବିଟ୍ ଲିଙ୍କରୁ ଭାରତ ସମେତ ପଡୋଶୀ ରାଷ୍ଟ୍ରଗୁଡିକର ବ୍ୟବସାୟିକ, ମୋବାଇଲ ଏବଂ ଖୁଚୁରା ଗ୍ରାହକଙ୍କୁ ମଧ୍ୟ ସଂଯୁକ୍ତ କରା ଯାଇପାରିବ । ଏସ୍‌ଇଏସ୍ ୧୦୦ ଜିବିପିଏସ୍ କ୍ଷମତା ଉପଲବ୍ଧ କରାଇବ, ଯାହାକୁ ଜିଓ ନିଜର ମଜଭୁତ ବିକ୍ରୟ ନେଟୱର୍କ ଜରିଆରେ ବିକ୍ରି କରିବ । ନିବେଶ ଯୋଜନାର ଅଂଶସ୍ୱରୂପ ମିଳିତ ଉଦ୍ୟୋଗ ଦେଶ ଭିତରେ ସେବା ପ୍ରଦାନ କରିବା ଲାଗି ଭାରତରେ ବ୍ୟାପକ ଗେଟୱେ ଭିତ୍ତିଭୂମି ବିକଶିତ କରିବ ।

ଏହି ଚୁକ୍ତି ମୁତାବକ ଜିଓ ଆଗାମୀ କିଛି ବର୍ଷ ମଧ୍ୟରେ ପ୍ରାୟ ୧୦୦ ନିୟୁତ ଆମେରିକୀୟ ଡଲାରର ଗେଟୱେ ଏବଂ ଉପକରଣ ଖରିଦ କରିବ । ମିଳିତ ଉଦ୍ୟୋଗରେ ଏସ୍‌ଇଏସ୍ ନିଜର ଆଧୁନିକ ଉପଗ୍ରହ ସେବାକୁ ଉପଲବ୍ଧ କରାଇବା ବେଳେ ଜିଓ ଗେଟୱେ ଭିତ୍ତିଭୂମିର ପରିଚାଳନା ଏବଂ ଦେଖାଶୁଣା କରିବ । ଏନେଇ କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, କୋଭିଡ-୧୯ ଆମକୁ ନୂତନ ଡିଜିଟାଲ ଅର୍ଥବ୍ୟବସ୍ଥାରେ ପୂର୍ଣ୍ଣ ସହଭାଗିତା ପାଇଁ ବ୍ରଡ୍‌ବ୍ୟାଣ୍ଡ୍ ପର୍ଯ୍ୟନ୍ତ ପହଂଚିବା ଜରୁରୀ ବୋଲି ଶିଖାଇଛି ।

ଏହି ମିଳିତ ଉଦ୍ୟୋଗ ଭାରତକୁ ଡିଜିଟାଲ ସେବା ସହିତ ଦୃଢ ଭାବରେ ସଂଯୁକ୍ତ କରିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.