ETV Bharat / city

ଆଦିବାସୀ ଦିବସ: ବିଭିନ୍ନ ଦାବି ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ - ଆଦିବାସୀ ସମ୍ପ୍ରଦାୟ

ଆଜି ହେଉଛି ବିଶ୍ବ ଆଦିବାସୀ ଦିବସ । ଏହି ଦିବସ ଅବସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଭିନ୍ନ ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

ଆଦିବାସୀ ଦିବସ: ବିଭିନ୍ନ ଦାବି ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ

author img

By

Published : Aug 9, 2021, 1:59 PM IST

ଭୁବନେଶ୍ବର: ଆଜି(ସୋମବାର) ହେଉଛି ବିଶ୍ବ ଆଦିବାସୀ ଦିବସ । ଏହି ଦିବସ ଅବସରରେ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ଲୋୟର ପିଏମଜି ଠାରେ ମୋର୍ଚ୍ଚା ଆନ୍ଦୋଳନ କରିଥିବା ଜଣାପଡିଛି ।

ଆଦିବାସୀ ଦିବସ: ବିଭିନ୍ନ ଦାବି ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ

ମୋର୍ଚ୍ଚାର ସଦସ୍ୟମାନେ ବିଭିନ୍ନ ଦାବି ନେଇ ରାଜ୍ୟର ପ୍ରଥମେ ନାଗରିକ ତଥା ରାଜ୍ୟପାଳଙ୍କୁ ଭେଟିଥିଲେ । ବିଶ୍ବ ଆଦିବାସୀ ଦିବସରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଶୁଭେଚ୍ଛା ବାର୍ତ୍ତା ଦେବା ସହିତ ଓଡ଼ିଶାର ଆଦିବାସୀ ସମସ୍ୟା ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଦିବାସୀମାନଙ୍କ ଉପରେ ସରକାର ଗୁରୁତ୍ଵ ଦେଉନାହାଁନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଆଦିବାସୀମାନଙ୍କ ସୁରକ୍ଷା, ଭାଷା, ପରମ୍ପରା ଆଦିକୁ ବଞ୍ଚାଇ ରଖିବା ପାଇଁ ସେମାନେ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି । ସରନାକୋଟକୁ ଜାତି ଭାବରେ ମାନ୍ୟତା ମିଳିବା ପାଇଁ ସେମାନେ ଦାବି କରିଛନ୍ତି । ଝାଡ଼ଖଣ୍ଡରେ ଏହି ଜାତିକୁ ମାନ୍ୟତା ମିଳିସାରିଥିବା ବେଳେ ଓଡି଼ଶାରେ କଣ ପାଇଁ ମିଳିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.