ଭୁବନେଶ୍ବର: ଝାରପଡା ଜେଲରେ କଏଦୀ ମୃତ। ଚିଟଫଣ୍ଡ ମାମଲାରେ ସଜା କାଟୁଥିବା ଜଣେ ପଶ୍ଚିମବଙ୍ଗ କଏଦୀଙ୍କ ଝାରପଡା ଜେଲରେ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣଙ୍କ ଆଇକୋର ଇ ସର୍ଭିସ ଲିମିଟେଡ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅନୁକୁଳ ମାଇତି।
ସେ ଡାଇବେଟିସ ଓ ଏକାଧିକ ରୋଗରେ ଆକ୍ରାନ୍ତ ଥିଲେ । ଶନିବାର ରାତିରେ ଗୁରୁତର ହେବା ପରେ ତାଙ୍କୁ କ୍ଯାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପ୍ରକାଶ ଥାଉକି, ୨୦୧୭ ରେ ଚିଟଫଣ୍ଡ ଠକେଇ ଅଭିଯୋଗରେ ତାଙ୍କୁ ସିବିଆଇ ଗିରଫ କରିଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ