ETV Bharat / city

ଝରାଫୁଲ ହତ୍ୟାକାଣ୍ଡ ଘଟଣାରେ ଛାନଭିନ, ଗେଷ୍ଟହାଉସରୁ ସୁରାକ ପାଇଲା ପୋଲିସ

author img

By

Published : Jan 30, 2021, 10:55 PM IST

Updated : Jan 31, 2021, 3:25 PM IST

ଝରାଫୁଲ ହତ୍ୟାକାଣ୍ଡ ଘଟଣାରେ ଛାନଭିନ । ଗେଷ୍ଟହାଉସରୁ ସୁରାକ ପାଇଲା ପୋଲିସ । ଅଧିକ ପଢନ୍ତୁ...

jharafula murder mystery ,scientific team collects evidence from oyo room
ଝରାଫୁଲ ହତ୍ୟାକଣ୍ଡା ଘଟଣାରେ ଛାନଭିନ,ଗେଷ୍ଟହାଉସରୁ ସୁରାକ ପାଇଲା ପୋଲିସ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣା । ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ପ୍ରି ପ୍ଲାନ୍‌ କରି ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ ? ଯାହାକୁ ନେଇ ଏବେବି ଲାଗି ରହିଛି ସସପେନ୍ସ । ଏପଟେ ଝରାଫୁଲ ରାତିଯାପନ କରିଥିବା ଓୟୋ ଗେଷ୍ଟହାଉସରେ ପହଞ୍ଚିଛି ଯାଜପୁର ପୋଲିସ । ସଂଗ୍ରହ କରିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ସାଇଣ୍ଟିଫିକ ଟିମ ଜରିଆରେ ଓୟୋ ରୁମର ବେଡସିଟ ଠାରୁ ଆରମ୍ଭ କରି ତକିଆ ଖୋଳ ସଂଗ୍ରହ କରିଛି ପୋଲିସ। ରୁମରେ ଲାଗିଥିବା ବିଭିନ୍ନ ସ୍ଥାନର ଫିଙ୍ଗର ପ୍ରିଣ୍ଟକୁ ମଧ୍ୟ ଯାଞ୍ଚ କରିଛି। ଏପରିକି ସିସିଟିଭିର ଭିଜୁଆଲ ଆଧାରରେ ଡ଼ଷ୍ଟବିନରେ ଫୋପାଡ଼ିଥିବା ପଲିଥିନ୍ କୁ ଖୋଜି ପାଇଛି ପୋଲିସ। ପାରିପାର୍ଶ୍ବିକ ସ୍ଥିତିର ସମସ୍ତ ଦିଗକୁ ନେଇ ସାମ୍ପୁଲ ସଂଗ୍ରହ ହୋଇଛି। ପୋଲିସକୁ ପଲିଥିନ୍ ଜରିରୁ ମିଳିଛି ଏକ ବଡ଼ ସୁରାକ। କିନ୍ତୁ ତଦନ୍ତରେ ବାଧାପ୍ରାପ୍ତ ଯୋଗୁଁ କୌଣସି ସୂଚନା ଦେଇନାହାନ୍ତି ଯାଜପୁର ରୋଡ଼ ଏସଡିପିଓ।

ଝରାଫୁଲ ହତ୍ୟାକାଣ୍ଡ ଘଟଣାରେ ଛାନଭିନ, ଗେଷ୍ଟହାଉସରୁ ସୁରାକ ପାଇଲା ପୋଲିସ
ସେପଟେ ମିଳିଥିବା ସୁରାକକୁ ନେଇ ପୋଷ୍ଟ ମର୍ଟମ ରିପୋର୍ଟ ସହ ମ୍ୟାଚ କରାଯିବ। କଣ ପ୍ରକୃତରେ ମୃତ୍ୟୁ ପଛରେ ହେବି ଡୋଜ ଡ୍ରଗସର କାରଣ ରହିଛି। ନା ନିଶା ପାଇଁ ଆଉ କିଛି ଉଦ୍ଦେଶ୍ୟରେ ବ୍ୟବହାର ହୋଇଥିଲା ଆପତିଜନକ ଔଷଧ। ଯାହାର ସାଇଡ଼ ରିଆକ୍ସନ ପାଇଁ ଯାଇଛି କି ଝରାଫୁଲଙ୍କ ଜୀବନ। ଯାହା ଏବେବି ରହସ୍ୟ ଘେରରେ । ଅନ୍ୟପଟେ ମୃତଦେହ ଫୋପାଡ଼ିବାରେ ସହଯୋଗ କରିଥିବା ରାକେଶର ବନ୍ଧୁକୁ ଖୋଜୁଛି ପୋଲିସ। ଏନେଇ ବିଭିନ୍ନ ସ୍ଥାନରେ ରେଡ କରିଛି ଟିମ। ଗତ ୨୭ ତାରିଖରେ ଯାଜପୁର କୁଆଖିଆ ଥାନା ମୂଳାପାଳ ନିକଟ ରାସ୍ତା କଡ଼ରୁ ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରେ ଝରାଫୁଲଙ୍କ ବଏଫ୍ରେଣ୍ତ ରାକେଶ ସ୍ବାଇଁ ଏୟାରଫିଲ୍ଡ ଥାନାରେ ଆତ୍ମ ସମର୍ପଣ କରିବା ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କରିଥିଲା । ରାକେଶଙ୍କ ଡାକ୍ତରୀମାଇନା କରାଯିବା ପରେ ତାଙ୍କୁ ଯାଜପୁର ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ପରେ ରାକେଶଙ୍କୁ ବିଚାର ବିଭାଗୀୟ ଜେଲକୁ ପଠାଇଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 31, 2021, 3:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.