ETV Bharat / city

ଓୟୋ ରୁମ ରାତିର ସସପେନ୍ସ, ଝରାଫୁଲକୁ ଦିଆଯାଇଥିଲା କି ଡ୍ରଗ୍ସ ?

author img

By

Published : Jan 29, 2021, 11:10 PM IST

୨୬ ତାରିଖ ରାତିରେ କ’ଣ ଘଟିଥିଲା ଝରାଫୁଲଙ୍କ ସହ, ଓୟୋ ରୁମର ରାତିକୁ ନେଇ ବଢୁଛି ସସପେନସ । ମୁହଁରେ ଫେଣ ବାହାରିବା ନେଇ ପୋଲିସ ସନ୍ଦେହର ନୁଆ ମୋଡ ଆସିଛି । ଅଧିକ ପଢନ୍ତୁ...

ଓୟୋ ରୁମର ରାତିର ସସପେନସ, ଝରାଫୁଲକୁ ଦିଆଯାଇଥିଲା କି ଡ଼୍ରଗସ

ଭୁବନେଶ୍ବର: ପୋଷ୍ଟମର୍ଟମ ରିପୋର୍ଟ ଖୋଲିବ କି ଝରାଫୁଲ ମୃତ୍ୟୁ ରହସ୍ୟ ? ସାମ୍ନାକୁ ଆସିବ କି ଝରାଫୁଲର ମୃତ୍ୟର କାରଣ ? ୨୬ ତାରିଖ ରାତିରେ କ’ଣ ଘଟିଥିଲା ଝରାଫୁଲଙ୍କ ସହ, ଓୟୋ ରୁମର ରାତିକୁ ନେଇ ବଢୁଛି ସସପେନସ । ମୁହଁରେ ଫେଣ ବାହାରିବା ନେଇ ପୋଲିସ ସନ୍ଦେହର ନୁଆ ମୋଡ ଆସିଛି । କ’ଣ ରାତିରେ ଝରାଫୁଲଙ୍କୁ ରାକେଶ ଦେଇଥିଲେ କି ଡ୍ରଗ୍ସ, ନା ଝରାଫୁଲଙ୍କ ସହ ସମୟ କାଟିବାକୁ ରାକେଶ ମିଶାଇଥିଲେ ଆପତ୍ତିଜନକ ଦ୍ରବ୍ୟ ? ଏକୁଟିଆର ଫାଇଦା ନେବାକୁ ରାକେଶ କରିଥିଲେ କି ଚକ୍ରାନ୍ତ ନା ତାଙ୍କୁ ମଦ୍ୟପାନ କରିବାକୁ ଦେଇଥିଲେ ରାକେଶ । ହାର୍ଟ ଆଟାକ ବା ଆପତ୍ତି ଜନକ ମେଡିସିନର ସାଇଡ଼ ଇଫେକ୍ଟ ପାଇଁ ଯାଇଛି କି ଝରାଫୁଲଙ୍କ ଜୀବନ ? ଯାହା ଓୟୋ ରୁମର ସେହି କାଳ ରାତିର କଳାକାରନାମା ହିଁ ଖୋଲିବ ଗୁମର ଏବଂ ସସପେନସର ପରଦା ହଟାଇବ ପୋଷ୍ଟମର୍ଟମ ରିପୋର୍ଟ ।

ଓୟୋ ରୁମ ରାତିର ସସପେନ୍ସ, ଝରାଫୁଲକୁ ଦିଆଯାଇଥିଲା କି ଡ୍ରଗ୍ସ ?

ପୋଲିସ ଆଗରେ ରାକେଶ ରଖିଥିବା ବୟାନରେ ତାଳମେଳ ରହୁନଥିବା ବେଳେ ପୋଲିସ ସନ୍ଦେହରେ ଏଭଳି ପ୍ରଶ୍ନ ସବୁ ଉଙ୍କି ମାରିଛି । ଯାହାକୁ ନେଇ ଯାଜପୁର ଏସପି କୌଣସି ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ପୋଷ୍ଟମର୍ଟମ ରିପୋର୍ଟ ଖୋଲିବ ଗୁମର ବୋଲି ସ୍ପଷ୍ଟ କରିଛନ୍ତି । ଯଦି ଝରାଫୁଲଙ୍କ ଫୁଡ ପଏଜନ ହୋଇଥାଏ ତାହାଲେ ପାଖ ହସପିଟାଲକୁ ତାଙ୍କୁ ନେଇପାରିଥାନ୍ତେ ରାକେଶ, ଯେଉଁଥିରେ ସେ ମୃତ୍ୟ ପାଇଁ ଦାୟି ନଥାନ୍ତେ ! ଯଦି ନୁହେଁ ତାହାଲେ ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ରାକେଶକୁ କାହିଁକି କୋର୍ଟଚାଲାଣ କଲା ପୋଲିସ ? ଏପଟେ ତାଙ୍କ ମୃତଦେହରେ କୌଣସି ଦାଗ ନଥିବାରୁ ଝରାଫୁଲଙ୍କ ହତ୍ୟା ପାଇଁ ଦାୟୀ ରାକେଶ ବୋଲି ପୋଲିସ କରୁଛି ସଦେହ ।

ଯଦି ରାକେଶ ଦୁର୍ଘଟଣାବସତଃ ଝରାଫୁଲଙ୍କୁ ହତ୍ୟା କରିଥାନ୍ତେ ତାହାଲେ ଦେହରେ ଦାଗ ରହିଥାନ୍ତା । ଯଦି ରାକେଶ ବିଷ ଦେଇ ମାରିଛନ୍ତି ତାହାଲେ କାହିଁକି ଓୟୋ ରୁମକୁ ଆଣି ବିଷ ଦେବେ ଓ ହତ୍ୟା ପରେ ଏପରି ସର୍ବସାଧାରଣ ସାମ୍ନାରେ ନେଇ ମୃତଦେହକୁ ଫୋପାଡ଼ିବାକୁ ଯୋଜନା କରିନଥାନ୍ତେ । ତେବେ ଏଥିରୁ ସ୍ପଷ୍ଟ ମୁର୍ମୂଷୁ ଅବସ୍ଥାରେ ଝରାଫୁଲଙ୍କୁ ରାକେଶ ନେବା ପଛରେ କାରଣ ହୁଏତ ହେବି ଡ୍ରଗସ ନଚେତ ଆପତିଜନକ ସାମଗ୍ରୀର ସାଇଡ ରିଆକ୍ସନ ଯାହାକୁ ଲୂଚାଇବାକୁ ରାକେଶ କରୁଥିଲେ ପ୍ରୟାସ ବା ମଦରେ ନିଶା ବଟିକାର ସାଇଡ଼ ରିଆକ୍ସନ ବୋଲି ପୋଲିସ କରୁଛି ସନ୍ଦେହ । ଯାହାକୁ ନେଇ ପୋଷ୍ଟମର୍ଟମ ରିପୋର୍ଟ ପରେ ହେବ ମୃତ୍ୟର କାରଣ ସ୍ପଷ୍ଟ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.