ETV Bharat / city

କୋରୋନା ସଂକ୍ରମଣ, ସ୍ଥଗିତ ରହିଲା ଜେଇଇ ମେନ ପରୀକ୍ଷା - ଜେଇଇ ପରୀକ୍ଷାର୍ଥୀ

କରୋନା ପାଇଁ ସ୍ଥଗିତ ରହିଲା ଜେଇଇ ମେନ ପରୀକ୍ଷା । ଏପ୍ରିିଲ 27, 28 ଓ 30 ତାରିଖରେ ହୋଇଥାନ୍ତା ପରୀକ୍ଷା । ଅଧିକ ପଢନ୍ତୁ...

ଜେଇଇ ମେନ ପରୀକ୍ଷା ସ୍ଥଗିତ
ଜେଇଇ ମେନ ପରୀକ୍ଷା ସ୍ଥଗିତ
author img

By

Published : Apr 18, 2021, 11:41 AM IST

ଭୁବନେଶ୍ବର:କରୋନା ପାଇଁ ସ୍ଥଗିତ ରହିଲା ଜେଇଇ ମେନ ପରୀକ୍ଷା । ଏପ୍ରିିଲ 27, 28 ଓ 30 ତାରିଖରେ ଜେଇ ମେନ୍ ପରୀକ୍ଷା ହୋଇଥାନ୍ତା । ତେବେ କୋରୋନା ସଂକ୍ରମଣ ନେଇ ଏବେ ପରୀକ୍ଷା ସ୍ଥଗିତ ରହିବା ସହ ପରବର୍ତ୍ତୀ ତାରିଖ ଘୋଷଣା ହେବା ନେଇ ନିର୍ଦ୍ଦେଶ ରହିଛି।

ସୂଚନା ଥାଉକି, ଜାତୀୟ ପରୀକ୍ଷା ଏଜେନ୍ସି ଜେଇଇ ମେନ ଆୟୋଜନ କରୁଛି । ଫେବୃଆରୀ ଏବଂ ମାର୍ଚ୍ଚରେ ଜେଇଇ ମେନ ପରୀକ୍ଷା ଦୁଇଟି ଅଧିବେଶନ ସମାପ୍ତ ହୋଇସାରିଛି। ପ୍ରଥମ ପରୀକ୍ଷାରେ ଉପସ୍ଥିତ ପ୍ରାର୍ଥୀଙ୍କ ସଂଖ୍ୟା 620978 ଏବଂ ଦ୍ୱିତୀୟ ପରୀକ୍ଷାରେ 556248।

ଜେଇଇ ମେନ ପରୀକ୍ଷା ସ୍ଥଗିତ
ଜେଇଇ ମେନ ପରୀକ୍ଷା ସ୍ଥଗିତ

କୋଭିଡ ମହାମାରୀର ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷାର୍ଥୀ ଓ ପରୀକ୍ଷା କାର୍ଯ୍ୟକର୍ତ୍ତାଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଜେଇଇ ମେନ ଏପ୍ରିଲରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ପରବର୍ତ୍ତୀ ତାରିଖ ଅତି କମରେ 15 ଦିନ ପୂର୍ବରୁ ଘୋଷଣା କରାଯିବ। www.nta.ac.in ଏବଂ https://jeemain.nta.nic.in/ର ଅଫିସିଆଲ୍ ୱେବସାଇଟ୍ ରେ ଅଧିକ ତଥ୍ୟ ଦିଆଯାଇଛି।

ଜେଇଇ ମେନ ପରୀକ୍ଷା ଦେଉଥିବା ପାର୍ଥି ମାନେ ନିଜର ଅଭିଯୋଗ ଓ ସବିଶେଷ ତଥ୍ୟ 011-40759000 କିମ୍ବା jeemain@nta.ac.in ରେ ଇମେଲ ମାଧ୍ୟମରେ ନିଜର ଅଭିଯୋଗ ଓ ତଥ୍ୟ ଜାଣିପାରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.