ETV Bharat / city

ବୁଧବାର ଭାରତ ବନ୍ଦ, ଦ୍ବନ୍ଦ୍ବରେ ଜେଇଇ ପରୀକ୍ଷାର୍ଥୀ - JEE aspirants confuse for bharat bandh

ମୋଦି ସରକାରଙ୍କ ଶ୍ରମିକ ନୀତି ବିରୋଧରେ ଆସନ୍ତାକାଲି(ବୁଧବାର) ଭାରତ ବନ୍ଦ ଡାକରା ଦିଆଯାଇଛି । ସେପଟେ ଆସନ୍ତାକାଲି ଜେଇଇ ପରୀକ୍ଷା ଥିବାରୁ ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଅଧିକ ପଢନ୍ତୁ...

JEE aspirants confuse
ବୁଧବାର ଭାରତ ବନ୍ଦ, ଅନିଶ୍ଚିତତାରେ ଜେଇଇ ପରୀକ୍ଷାର୍ଥୀ
author img

By

Published : Jan 7, 2020, 8:23 PM IST

Updated : Jan 7, 2020, 10:06 PM IST

ଭୁବନେଶ୍ବର: ମୋଦି ସରକାରଙ୍କ ଶ୍ରମିକ ନୀତି ବିରୋଧରେ ଆସନ୍ତାକାଲି(ବୁଧବାର) ଭାରତ ବନ୍ଦ ଡାକରା ଦିଆଯାଇଛି । ସେପଟେ ଆସନ୍ତାକାଲି ଜେଇଇ ପରୀକ୍ଷା ଥିବାରୁ ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଜାନୁଆରୀ 6ରୁ ଆରମ୍ଭ ହୋଇଥିବା ଜେଇଇ ପରୀକ୍ଷା ଜାନୁଆରୀ 9 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ପ୍ରତିଦିନ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ପିଲାମାନେ ଏବେ ଚିନ୍ତାରେ ପଡିଛନ୍ତି । ଆସନ୍ତାକାଲି ଗାଡି ଚଳାଚଳ ବନ୍ଦ ରହିବ ବୋଲି ଜାଣିବାକୁ ପାଇ ସେମାନେ ଓ ସେମାନଙ୍କ ଅଭିଭାବକ କଣ କରିବେ ଜାଣିପାରୁନାହାଁନ୍ତି । ଗୋଟିଏ ପଟେ ଭାରତ ବନ୍ଦ, ଅନ୍ୟପଟେ ପରୀକ୍ଷା ଥିବାରୁ ପରୀକ୍ଷାକୁ ଘୁଞ୍ଚାଇବାକୁ ଅଭିଭାବକ ମାନେ କହିଛନ୍ତି ।

ବୁଧବାର ଭାରତ ବନ୍ଦ, ଅନିଶ୍ଚିତତାରେ ଜେଇଇ ପରୀକ୍ଷାର୍ଥୀ

ଭାରତ ବନ୍ଦ ସମୟରେ ବିଶୃଙ୍ଖଳା ସୃଷ୍ଟି ଆଶଙ୍କା ସହ ଗାଡିମୋଟର ବନ୍ଦ ହେବାକୁ ଥିବାରୁ ପରୀକ୍ଷା କେନ୍ଦ୍ରକୁ କିପରି ଛାତ୍ରଛାତ୍ରୀ ମାନେ ଆସିବେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ଭାରତ ବନ୍ଦକୁ ଆଖିରେ ରଖି ଆସନ୍ତାକାଲି ଥିବା ଜେଇଇ ପରୀକ୍ଷାକୁ ଘୁଞ୍ଚାଇବାକୁ ସେମାନେ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ବନ୍ଦ ଡାକରା ଦେଇଥିବା ସଙ୍ଗଠନ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଛଡାଯିବ ବୋଲି କହିଛି । ତେବେ ଗାଡି ଚଳାଚଳ ବନ୍ଦ ହେବାକୁ ଥିବାରୁ ପିଲାମାନେ ଯଥା ସମୟରେ ପରୀକ୍ଷା ହଲରେ ପହଞ୍ଚିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଭାରତ ବନ୍ଦ, ଅନିଶ୍ଚିତତା ରେ ଜେଇଇ ପରିକ୍ଷାର୍ଥୀ ।

ମୋଦି ସରକାରଙ୍କ ଶ୍ରମିକ ନୀତି ବରୋଧରେ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ଏନେଇ ପ୍ରମୁଖ ପରୀକ୍ଷା ଜେଇଇ ପରୀକ୍ଷା ରହିଥିବା ରୁ ଦ୍ଵନ୍ଦରେ ପଡିଛନ୍ତି ଉଭୟ ଅଭିଭାବକ ଓ ପରିକ୍ଷାର୍ଥୀ।

Body:

ଜାନୁଆରୀ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେଉଛି ଜେଇଇ ପରୀକ୍ଷା। ରାଜ୍ୟର କୋଣ ଅନୁକୋଣରୁ ଆସୁଛନ୍ତି ଛାତ୍ର ଛାତ୍ରୀ। ଯାହା କୁ ନେଇ ଛାତ୍ର ଛାତ୍ରୀ କିଭଳି ଆସିବେ କେଉଁ ଥିରେ ଆସିବେ ସେନେଇ ମଧ୍ୟ ଅଭିଭାବକ ମାନେ ଦ୍ଵନ୍ଦରେ ପଡିଛନ୍ତି। ଏପଟେ ପରୀକ୍ଷା ରହିଥିବା ବେଳେ ସେପଟେ ଭାରତ ବନ୍ଦ ଡକାରା। ଭାରତ ବନ୍ଦ ଡକାରା ସମୟରେ କୌଣସି ସ୍ଥାନରେ ବିଶୃଙ୍ଖଳା ହେବାର ମଧ୍ୟ ଅଧିକ ଡରଭୟ ରହିଛି। ଯାହା ଫଳରେ ଦୂରରୁ ଆସୁଥିବା ଛାତ୍ର ଛତ୍ରୀ କିଭଳି ପରୀକ୍ଷା ଦେବାକୁ ଆସିବେ ସେନେଇ ପ୍ରଶ୍ନ କରିଛନ୍ତି ଅଭିଭାବକ। ଆସନ୍ତା କାଲି ରହିଥିବା ଜେଇଇ ପରୀକ୍ଷା କୁ ତାରିଖ ପରିବର୍ତନ କରିବା କୁ ଅନୁରୋଧ କରିଛନ୍ତି ଅଭିଭାବକ।
ସେପଟେ କିନ୍ତୁ ପରୀକ୍ଷା କଣ୍ଟ୍ରୋଲର କହିଛନ୍ତି ଯେ ବର୍ତ୍ତମାନ ସୁଧା କୌଣସି ନୋଟିସ ଆସିନାହିଁ। ଆସନ୍ତା କାଲି ବନ୍ଦ କରାଯିବ ବୋଲି। କିନ୍ତୁ ଯେହେତୁ ବନ୍ଦ କରି ମାନେ ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ଛଡ଼ା ଯିବା ସହ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ଜଣେ ପରୀକ୍ଷାର୍ଥୀ ବାହାର ଜିଲ୍ଲା ରୁ କିଭଳି ଭାବରେ ଆସିବେ। ସେମାନେ କେତେ ଦୂର ଠିକ ସମୟରେ ପହଞ୍ଚିବେ ପରୀକ୍ଷା ହଳରେ । ଏନେଇ ଦ୍ଵନ୍ଦରେ ରହିଛନ୍ତି ଅଭିଭାବକ।

ଆସନ୍ତା କାଲି ଭାରତ ବନ୍ଦ। ସାରା ଦେଶରେ ଦରଦାମ ବୃଦ୍ଧି ସାଙ୍ଗ କୁ ଘଟିଛି ମାନ୍ଦାବସ୍ଥା। ରାଜ୍ୟ ତଥା ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି।

Byte- ସିମି , ଭୁବନେଶ୍ୱର।
Byte- ଅକ୍ଷୟ ଗୁପ୍ତା , ଭୁବନେଶ୍ୱର।
Byte- ଅମରେଶ ମହାନ୍ତି, ଢେଙ୍କାନାଳ।
Byte- ପ୍ରଫୁଲ ସାହୁ, ଢେଙ୍କାନାଳ।

Conclusion:
Last Updated : Jan 7, 2020, 10:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.