ETV Bharat / city

ପ୍ଯାକେଜ ଦାବିରେ ଗର୍ଜିଲେ ଯାତ୍ରା କଳାକାର - ଲୋୟର ପିଏମଜି ଯାତ୍ରା କଳାକାର ଆନ୍ଦୋଳନ

ବିଭିନ୍ନ ଦାବିକୁ ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲେ ଯାତ୍ରା କଳାକାର ଓ କର୍ମଚାରୀ, ପାର୍ଲର, ଜିମ ମିଳିତ ସଂଘ । ନବ ନିର୍ମାଣ କୃଷକ ସଂଗଠନ ସହ ମିଳିତ ଭାବେ ଏହିସବୁ ସଂଘ ମିଶି ନିଜର ଅଧିକାର ପାଇଁ ଲୋୟର ପିଏମଜିରେ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନରୁ ଆସି ଆନ୍ଦୋଳନ କରିଛନ୍ତି। ଅଧିକ ପଢନ୍ତୁ...

ଭତ୍ତା ପ୍ଯାକେଜ ଦାବିରେ ଗର୍ଜିଲେ ଯାତ୍ରା କଳାକାର

author img

By

Published : Aug 9, 2021, 10:23 PM IST

ଭୁବନେଶ୍ବର: ବିଭିନ୍ନ ଦାବିକୁ ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲେ ଯାତ୍ରା କଳାକାର ଓ କର୍ମଚାରୀ, ପାର୍ଲର, ଜିମ ମିଳିତ ସଂଘ । ନବ ନିର୍ମାଣ କୃଷକ ସଂଗଠନ ସହ ମିଳିତ ଭାବେ ଏହିସବୁ ସଂଘ ମିଶି ନିଜର ଅଧିକାର ପାଇଁ ଲୋୟର ପିଏମଜିରେ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନରୁ ଆସି ଆନ୍ଦୋଳନ କରିଛନ୍ତି। ଏପରିକି ସରକାରଙ୍କୁ ନିଜର ଦାବି ଉପସ୍ଥାପନା କରିବାକୁ ଯାଇ ପଥପ୍ରାନ୍ତର ନାଟକ ବି କରିଛନ୍ତି । କାରଣ ଦୀର୍ଘଦିନ ଧରି ଏହିସବୁ ସଂଘ ବନ୍ଦ ପଡିଥିବା ବେଳେ ଅନେକ କ୍ଷତି ସହିଛନ୍ତି । କହିବାକୁ ଗଲେ ଲକଡାଉନକୁ ନେଇ ଏମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି ।

ଭତ୍ତା ପ୍ଯାକେଜ ଦାବିରେ ଗର୍ଜିଲେ ଯାତ୍ରା କଳାକାର

ଏସବୁ ଭିତରେ ଯଦିଓ ସରକାର ଜିମ, ପାର୍ଲର ଆଉ ଯାତ୍ରାମଞ୍ଚ ଖୋଲିବାକୁ ଅନୁମତୁ ଦେଇଛନ୍ତି । କିନ୍ତୁ, ରାତି କର୍ଫ୍ଯୁକୁ ନେଇ ଏସବୁ ଅନୁଷ୍ଠାନ ଖୋଲି ମଧ୍ୟ ହାତ ବାନ୍ଧି ବସିଛନ୍ତି । ବିଶେଷ ଭାବେ ରାତ୍ରିରେ ଯାତ୍ରା ପରିବେଷଣ କରାଯାଇଥିବା ବେଳେ ସଂଧ୍ୟା ୮ ପରେ ସବୁକିଛି ବନ୍ଦ ହୋଇଯାଇଛି। ତେଣୁ, ଯାତ୍ରା କରିପାରୁନାହାନ୍ତି କଳାକାର । ଏହାକୁ ନେଇ ବେଶ ଉଦବେଗ ପ୍ରକାଶ କକରିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ । ତେଣୁ, ସେମାନଙ୍କ ଜୀବିକାର ସୁରକ୍ଷା ପାଇଁ ୬ ମାସର କ୍ଷତିପୂରଣ ଜଣକ ପିଛା ୫୦୦୦ ଟଙ୍କା ଦେବାକୁ ଦାବି କରିଛି ମିଳିତ ସଂଘ । ଏହାସହ ନାଇଟ କଫ୍ଯୁ ବଢାଇବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଆଗକୁ ଏମାନଙ୍କ ଜୀବିକାକୁ ନେଇ ସରକାର ଯଦି କୌଣସି ଚିନ୍ତା ଓ ସମାଧାନ ନକରନ୍ତି ତେବେ ଆନ୍ଦୋଳନ ଜୋର ହେବ ବୋଲି ସଂଘ କହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.