ETV Bharat / city

ମାଲକାନଗିରିରେ ନିୟନ୍ତ୍ରଣ ହୋଇଛି ଜେଇ, ଏଇଏସ୍ ରୋଗ

author img

By

Published : May 22, 2022, 8:44 PM IST

ଆଦିବାସୀ ଜିଲ୍ଲା ଗୁଡିକରେ ଜାପାନିଜ୍ ଏନ୍‌ସେଫାଲାଇଟିଜ୍ (ଜେଇ) ଓ ଆକ୍ୟୁଟ ଏନ୍‌ସେଫାଲାଇଟିଜ୍ ସିଣ୍ଡ୍ରୋମ୍ (ଏଇଏସ୍)ରୋଗକୁ ନିୟନ୍ତ୍ରଣ କରାଯାଇ ପାରିଛି । ଆରଏମ୍ଆରସି ପକ୍ଷରୁ ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ମାଲକାନଗିରିରେ ନିୟନ୍ତ୍ରଣ ହୋଇଛି ଜେଇ, ଏଇଏସ୍ ରୋଗ
ମାଲକାନଗିରିରେ ନିୟନ୍ତ୍ରଣ ହୋଇଛି ଜେଇ, ଏଇଏସ୍ ରୋଗ

ଭୁବନେଶ୍ବର : ଆଦିବାସୀ ଜିଲ୍ଲା ଗୁଡିକରେ ଜାପାନିଜ୍ ଏନ୍‌ସେଫାଲାଇଟିଜ୍(ଜେଇ) ଓ ଆକ୍ୟୁଟ ଏନ୍‌ସେଫାଲାଇଟିଜ୍ ସିଣ୍ଡ୍ରୋମ୍ (ଏଇଏସ୍)ରୋଗକୁ ନିୟନ୍ତ୍ରଣ କରାଯାଇପାରିଛି । ଆରଏମ୍ଆରସି ପକ୍ଷରୁ ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି । ମାଲକାନଗିରି ଜିଲ୍ଲାରେ ୨୦୧୬ ସେପ୍ଟେମ୍ବର ଠାରୁ ନଭେମ୍ବର ଭିତରେ ଉପରୋକ୍ତ ରୋଗରେ ୩୩୬ ଶିଶୁ ସଂକ୍ରମିତ ହୋଇଥିଲେ ।

ସଂକ୍ରମିତଙ୍କ ମଧ୍ୟରୁ ୧୦୩ ଜଣ ମୃତ୍ୟୁବରଣ କରିଥିଲେ। ସେତେବେଳେ ଏହି ରୋଗ ଚିହ୍ନଟ ହୋଇ ପାରିନଥିଲା। ଏହି ଅଜଣା ରୋଗ ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଏହାପରେ ସେଠାରେ ୨୦୧୭ ଓ ୨୦୧୮ ଦୁଇ ବର୍ଷ ଧରି ତୃଣମୂଳସ୍ତରରୁ ଜେଇ ପ୍ରତିଷେଧକ ଟୀକାକରଣ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା ।

ଏହି ସିଡ୍ୟୁଲ୍ ଅନୁଯାୟୀ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମକୁ ୩ ବର୍ଷ ପାଇଁ ଆରମ୍ଭ କରାଯାଇଥିଲା। ୨୦୧୭ ମସିହାରେ ୧ ବର୍ଷ ଶିଶୁଠାରୁ ୧୫ବର୍ଷ ପିଲାଙ୍କ ମଧ୍ୟରେ ୯୬%ଙ୍କୁ ଟିକାକରଣ କରାଯାଇଥିଲା । ପ୍ରାୟ ୧ ଲକ୍ଷ ୯୨ ହଜାର ପିଲାଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ସେଥିରୁ ୧ଲକ୍ଷ ୮୫ ହଜାର ପିଲା ଟିକା ନେଇଥିଲେ। ସେତେବେଳ କେବଳ ୪ଜଣ ଏଇଏସ୍ ରୋଗର ପୀଡ଼ିତ ଥିବା ଜଣାପଡ଼ିଥିଲା ।

ଏହାପରେ ୨୦୧୮ ମସିହାରେ ୬୮% ପିଲା ପ୍ରଥମ ଡୋଜ୍ ନେଇଥିଲାବେଳେ ୩୭% ଦ୍ଵିତୀୟ ଡୋଜ୍ ନେଇଥିଲେ । ସେହି ମସିହାରେ ୮ଜଣ ଏଇଏସ୍ ରୋଗୀ ଚିହ୍ନଟ ହୋଇଥିଲେ ଏବଂ ୪ଜଣ ରୋଗୀ ଜୀବନ ହରାଇଥିଲେ । ଏହାପରେ ୨୦୧୯ ମସିହାରେ ୯୭% ପିଲାଙ୍କୁ ପ୍ରଥମ ଡୋଜ୍ ନେଇଥିଲା ବେଳେ ୮୪% ଦ୍ଵିତୀୟ ଡୋଜ୍ ନେଇଥିଲେ।

ଆରଏମ୍ଆରସି ସର୍ଭେ ଅନୁଯାୟୀ, ଜିଲ୍ଲାରେ ଜେଇ ଓ ଏଇଏସ୍ ରୋଗ ନାଶ ତୃଣମୂଳସ୍ତରରେ ଜାରି ରହିଥିବା କାର୍ଯ୍ୟକ୍ରମ ଯୋଗୁଁ ସମ୍ଭବ ହୋଇଛି । ଏହି ସର୍ଭେରେ ଆରଏମ୍ଆରସିର ମାତୃଜ୍ୟୋତି ପଟ୍ଟନାୟକ, ଜୟ ଏସ୍ କ୍ଷେତ୍ରୀ, ସଙ୍ଘମିତ୍ରା ପତି, ଗୋଲଡି ବାରିକ, ହରି ଆର ଚୌଧୁରୀ, ଅସିତ୍ ମାନସିଂହ ଓ ଦେବଦତ୍ତ ଭଟ୍ଟାଚାର୍ଯ୍ୟ ଆଦି ପ୍ରମୁଖ ସାମିଲ ଥିଲେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.