ETV Bharat / city

ଶ୍ରୀକୃଷ୍ଣଙ୍କ କଥାରସ; କେବେ ଲବଣି ଚୋର, କେବେ ରାଧାପ୍ରେମ ଲୀଳା

ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ ଶ୍ରୀକୃଷ୍ଣଙ୍କର ଜନ୍ମତିଥି । କୃଷ୍ଣଙ୍କ ଜନ୍ମଦିବସକୁ ସମସ୍ତେ ଜନ୍ମାଷ୍ଟମୀ ନାମରେ ଜାଣିଥିବା ବେଳେ କୃଷ୍ଣଙ୍କର ନାମ କିନ୍ତୁ ଅନେକ । ଭିନ୍ନ ଯୁଗରେ ଭିନ୍ନ ଅବତାର ଆଉ ଅପରମ୍ପାର ଲୀଳାଖେଳା । ଅଧିକ ପଢନ୍ତୁ...

Janmastham
Janmastham
author img

By

Published : Aug 30, 2021, 2:18 PM IST

Updated : Aug 30, 2021, 4:18 PM IST

ହାଇଦ୍ରାବାଦ: ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଯାହା ଜନ୍ମାଷ୍ଟମୀ ନାମରେ ନାମିତ । କାହା ପାଇଁ ସେ କପଟି ପ୍ରତାରକ ହୋଇଥିବା ବେଳେ ଆଉ କାହା ପାଇଁ ସେ ଧର୍ମର ମୂର୍ତିମନ୍ତ । ତାଙ୍କର ଲୀଳା ଅପରୂପ । ଆଦିକାବ୍ୟ ମହାଭାରତରୁ ଆରମ୍ଭ ହୋଇଥିବା କୃଷ୍ଣ ମହାଗାଥା ସମୟାନୁକ୍ରମେ ଲମ୍ବି ଯାଇଛି ହରିବଂଶ ଠାରୁ ପୁରାଣ ପର୍ଯ୍ୟନ୍ତ । ଅଷ୍ଟାଦଶ ପୁରାଣ ମଧ୍ୟରୁ ବ୍ରହ୍ମା, ପଦ୍ମ, ଵିଷ୍ଣୁ, ବାୟୁ,ସ୍କନ୍ଦ,ବାମନ, କର୍ମ ପୁରାଣ ଓ ଶ୍ରୀମଦ ଭାଗବତରେ ଲିପିବଦ୍ଧ ହୋଇଛି ତାଙ୍କ କାହାଣୀ ।

ମହାଭାରତର ସତ୍ୟତା ଏବେ ପ୍ରତିପାଦିତ ହୋଇ ସାରିଛି । ପାଣ୍ଡବ ଓ କୌରଵ ମାନଙ୍କ ବାସସ୍ଥାନ କୁରୁକ୍ଷେତ୍ର ଯୁଦ୍ଧର ସ୍ଥାନ ଓ ସମୟ ମଧ୍ୟ ନିରୁପିତ ହୋଇ ସାରିଛି । କୃଷ୍ଣ ରାଜଧାନୀ ଦ୍ବାରିକାପୂର ମଧ୍ୟ ଆବିଷ୍କୃତ ହୋଇ ସାରିଛି ସମୁଦ୍ର ଗର୍ଭରେ । ସେ ଆଜି କାବ୍ୟ, କାହାଣୀ ବା ନାଟକର ଚରିତ୍ର ମାତ୍ର ନୁହେଁ ସେ ଏକ ନିରନ୍ତନ ମହାସତ୍ୟ । ସେ ସର୍ବାକାଳୀନ ପ୍ରମାଣିତ । ସେ ମହାଭାରତର ଜଣେ ସାଧାରଣ ମନୁଷ୍ୟ । ଅପ୍ରମିତ ବଳଶାଳୀ,କୌଶଳୀ, ପରୋପକାରୀ କୂଟନୀତି ବିଶାରଦ, ପ୍ରଚଣ୍ଡ ଧିଶକ୍ତିର ଅଧିକାରୀ ଓ ପାଣ୍ଡବଙ୍କର ହୈତେଷୀ ଭାବରେ ସ୍ବତଃ ସେମାନଙ୍କ ସଖା ଓ ଦିଗଦର୍ଶକ ।

ଏହାକୁ ପଢନ୍ତୁ: ଜନ୍ମାଷ୍ଟମୀରେ ଚଳଚଞ୍ଚଳ ଇସ୍କନ ମନ୍ଦିର, ଭଜନ-କୀର୍ତ୍ତନରେ କମ୍ପୁଛି ରାଜଧାନୀ

ବୃଷ୍ଣି ବଂଶୀୟ ବାସୁଦେବ ଓ ଭୋଜ ବଂଶୀୟ ମାତା ଦେବକୀଙ୍କ ଅଷ୍ଟମ ସନ୍ତାନ ସେ | ମାତା ଯଶୋଦାଙ୍କ ସ୍ନେହ ଛାୟାରେ ଶୈଶବ ଓ କୈଶୋରୟ କାଳ ଅତିବାହିତ କରିଥିବା ଯଶୋଦା ନନ୍ଦନ ସେ । ସେ କେବଳ ନନ୍ଦ ଯଶୋଦା ଓ ଦେବକୀ ବାସୁଦେବଙ୍କର ପୁତ୍ର ନୁହେଁ । ସେ ସାରା ଗୋପପୁରର ଆଦରର ଧନ, ହୃଦୟର ହାର, ଗୋପବାସୀଙ୍କ ଅତି ପ୍ରିୟ, କାଁହ୍ନୁ, କହ୍ନେଇ ଓ କଳାମାଣିକ । ପ୍ରତ୍ୟକ ଘରର ଦୁଧ,ଲହୁଣୀ ଉପରେ ଥିଲା ଯାହାର ଅଖଣ୍ଡ ଆଧିପତ୍ୟ । କିଶୋର ବୟସର ସୁନ୍ଦର ରୂପ, ମାଧୁର୍ଯ୍ୟ, ଉଦାରତା ପ୍ରତ୍ୟକଙ୍କ ପ୍ରତି ଏକନିଷ୍ଠ ପ୍ରେମ ଦ୍ବାରା କେବଳ ମନୁଷ୍ୟ ନୁହନ୍ତି ଜୀବଜଗତ, ପ୍ରକୃତି ସମସ୍ତେ ଥିଲେ ତାଙ୍କ ପାଇଁ ଆକୃଷ୍ଟ । ତାଙ୍କର ସୁମଧୁର ବଂଶୀସ୍ଵନ ହିଂସ୍ର ଜନ୍ତୁ ମାନଙ୍କୁ ମଧ୍ୟ ସ୍ଥିର କରିଦେଉଥିଲା ।

ଏହାକୁ ପଢନ୍ତୁ: କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ନଟଖଟିଆକୁ ଦର୍ଶନ କରି ଭାବବିହ୍ଵଳ ଭକ୍ତ

ବୃକ୍ଷଗଣ ପୁଷ୍ପ ଭାରରେ ତାଙ୍କର ଚରଣ ସ୍ପର୍ଶ ପାଇଁ ନତ ହେଉଥିଲେ । ଆଉ ରହିଲା ତାଙ୍କ କିଶୋର କାଳର ରାସର କଥା । ସ୍ତ୍ରୀ, ପୁରୁଷ ପରସ୍ପରର ହାତ ଧରାଧରି ହୋଇ ଯେଉଁ ନୃତ୍ୟ କରନ୍ତି ତାହାର ନାମ ରାସ । ଏଥିରେ ଆଦିରସର ନାମ ଗନ୍ଧ ସୁଦ୍ଧା ନଥାଏ । ଏହି ପ୍ରସଙ୍ଗରେ ଅନ୍ୟ ଏକ ଦିଗ ମଧ୍ୟ ରହିଛି । ପ୍ରାଚୀନ ଭାରତରେ ସ୍ତ୍ରୀ ମାନଙ୍କ ନିମନ୍ତେ ବୈଦିକ କର୍ମ ଅନେକାଂଶରେ ନିଷିଦ୍ଧ ଥିଲା, କିନ୍ତୁ ଭକ୍ତିରେ ସେମାନଙ୍କର ବିଶେଷ ଅଧିକାର ରହିଥିଲା । ତାଙ୍କ ଆକର୍ଷଣୀୟ ଶକ୍ତିରେ ବଶୀଭୂତ ହୋଇ ଗୋପବାଳ ଗଣ ନିଜ ଗୃହ, ପରିବାର ଜନ, ମାନ ସମ୍ମାନ ପରିତ୍ୟାଗ କରି ଛୁଟି ଆସିବାର ଯେଉଁ ବର୍ଣ୍ଣନା ବେଦ ଆଦି ରେ କରାଯାଇଛି ତାହା ପଛରେ ରହିଛି ଏକ ଗୁଢ ରହସ୍ୟ । ନିଜର ସବୁକିଛି ପରିତ୍ୟାଗ ନ କରିଲେ ଇଶ୍ବର ପ୍ରାପ୍ତି ସମ୍ଭବ ହୋଇପାରି ନଥାଏ । ତେଣୁ ସେହି ପରମାତ୍ମାଙ୍କ ପ୍ରାପ୍ତି ପାଇଁ ମହାମାୟା ପରିତ୍ୟାଗ ଯଥାର୍ଥ....

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 30, 2021, 4:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.