ଭୁବନେଶ୍ବର: ଆସନ୍ତାକାଲି(ରବିବାର) ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଜନତା କର୍ଫ୍ୟୁ ଲାଗୁ ହେବାକୁ ଯାଉଛି । ପୂର୍ବତଟ ରେଳବାଇର 16ଟି ଏକ୍ସପ୍ରେସ ଓ 39ଟି ପାସେଞ୍ଜର ଟ୍ରେନ ବାତିଲ କରିଛି । ତେବେ ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏହି କଟକଣା ଜାରି କରିଥିବା ସୂଚନା ମିଳିଛି ।
କୋରୋନା ମୁକାବିଲା କରିବାକୁ ନେଇ ପ୍ରଧାନମନ୍ତ୍ରୀଙ୍କର ଜନତା କର୍ଫ୍ୟୁ ଆହ୍ବାନକୁ ସମର୍ଥନ ଜଣାଇଛି ରେଳବିଭାଗ । ଜନତା କର୍ଫ୍ୟୁ ସମୟରେ ରେଳ ଚଳାଚଳ ବାତିଲ କରାଯାଇଛି । ପୂର୍ବତଟ ରେଳବାଇ ପକ୍ଷରୁ ପୁରୀ, ଭୁବନେଶ୍ବର, ସମ୍ବଲପୁର, ରାୟଗଡା, ବଲାଙ୍ଗୀର ଓ ବିଶାଖାପଟନାମରୁ ବାହାରୁଥିବା ସମସ୍ତ ଟ୍ରେନକୁ ବାତିଲ କାରି ଦିଆଯାଇଛି । ତେବେ ଆସନ୍ତୁ ନଜର ପକାଇବା ବାତିଲ ହୋଇଥିବା ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ତାଲିକା ଉପରେ....
ପୁରୀରୁ ବାତିଲ ହୋଇଥିବା ଏକ୍ସପ୍ରେସ ଟ୍ରେନ ଗୁଡିକ ହେଲା...
- 1. ପୁରୀ-ଚେନ୍ନାଇ ଏକ୍ସପ୍ରେସ
- 2. ପୁରୀ-ହାୱାଡା ଧଉଳି ଏକ୍ସପ୍ରେସ
- 3. ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ
ଭୁବନେଶ୍ବରରୁ ବାତିଲ ହୋଇଥିବା ଏକ୍ସପ୍ରେସ ଗୁଡିକ ହେଲା...
- 1. ଭୁବନେଶ୍ବର-ହାୱାଡା ଜନ ଶତାଦ୍ଦୀ ଏକ୍ସପ୍ରେସ
- 2. ଭୁବନେଶ୍ବର-ଆନ୍ଦନ ବିହାର ଓଡିଶା ସଂପ୍ରକାନ୍ତି ଏକ୍ସପ୍ରେସ
- 3. ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ
- 4. ଭୁବନେଶ୍ବର-ବାଙ୍ଗିରିପୋସି ଏକ୍ସପ୍ରେସ
- 5. ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ
- 6. ଭୁବନେଶ୍ବର-ବିଶାଖାପଟନାମ ଇଣ୍ଟରସିଟି ଏକ୍ସପ୍ରେସ
- 7. ଭୁବନେଶ୍ବର-ତିରୁପତି ଏକ୍ସପ୍ରେସ
ସେହିପରି ସମ୍ବଲପୁରରୁ ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା...
- 1. ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ
- 2. ସମ୍ବଲପୁର-ରାୟଗଡା ଇଣ୍ଟରସିଟି ଏକ୍ସପ୍ରେସ
- 3. ସମ୍ବଲପୁର-ନାଦେଡ ନାଗାବଳୀ ଏକ୍ସପ୍ରେସ
ବିଶାଖାପଟନାମରୁ ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା...
- 1 ବିଶାଖାପଟନାମ-ଭୁବନେଶ୍ବରର ଇଣ୍ଟରସିଟି ଏକ୍ସପ୍ରେସ
- 2 ବିଶାଖାପଟନାମ-ପାରାଦୀପ ଏକ୍ସପ୍ରେସ
- 3 ବିଶାଖାପଟନାମ-ଖିରାଣ୍ଡୁଲ ଏକ୍ସପ୍ରେସ
ସେହିଭଳି ଭାବରେ ପୂର୍ବତଟ ରେଳବାଇ ପକ୍ଷରୁ ଚାଲୁଥିବା ପାସେଞ୍ଜର ଟ୍ରେନ ଗୁଡିକକୁ ମଧ୍ୟ ବାତିଲ କରାଯାଇଛି । ସେଗୁଡିକ ହେଲା..
ଭୁବନେଶ୍ବରରୁ ବାତିଲ ହୋଇଥିବା ପାସେଞ୍ଜର ଟ୍ରେନ-
- 1.ଭୁବନେଶ୍ବର-ବ୍ରହ୍ମପୁର ମେମୁ ଟ୍ରେନ
- 2. ଭୁବନେଶ୍ବର-ପଳାସା ମେମୁ ଟ୍ରେନ
- 3. ଭୁବନେଶ୍ବର-ଭଦ୍ରକ ମେମୁ ଟ୍ରେନ
ପୁରୀରୁ ବାତିଲ ହୋଇଥିବା ପାସେଞ୍ଜର ଟ୍ରେନ ଗୁଡିକ ହେଲା
- 1 ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର
- 2 ପୁରୀ-ତାଳଚେର ମେମୁ ଟ୍ରେନ
- 3 ପୁରୀ-ଅନୁଗୁଳ ମେମୁ ଟ୍ରେନ
- 4 ପୁରୀ-କଟକ ମେମୁ ଟ୍ରେନ
ଭଦ୍ରକରୁ ବାତିଲ ହୋଇଥିବା ପାସେଞ୍ଜର ଟ୍ରେନ-
- 1 ଭଦ୍ରକ-ଭୁବନେଶ୍ବର ମେମୁ ଟ୍ରେନ
- 2 ଭଦ୍ରକ-କଟକ ମେମୁ ଟ୍ରେନ
ବ୍ରହ୍ମପୁରରୁ ବାତିଲ ହୋଇଥିବା ପାସେଞ୍ଜର ଟ୍ରେନ-
- 1. ବ୍ରହ୍ମପୁର-ଭୁବନେଶ୍ବର ମେମୁ ଟ୍ରେନ
ପଳାସାରୁ ବାତିଲ ହୋଇଥିବା ପାସେଞ୍ଜର ଟ୍ରେନ୍-
- 1 ପଳାସା-ଭୁବନେଶ୍ବର ମେମୁ ଟ୍ରେନ
- 2 ପଳାସା ବିଜୟନଗରମ ମେମୁ ଟ୍ରେନ
କଟକରୁ ବାତିଲ ହୋଇଥିବା ପାସେଞ୍ଜର ଟ୍ରେନ
- 1 କଟକ ଭଦ୍ରକ ମେମୁ ଟ୍ରେନ
- 2 କଟକ ପୁରୀ ମେମୁ ଟ୍ରେନ
- 3 କଟକ ପାରାଦୀପ ମେମୁ ଟ୍ରେନ
- 4 କଟକ ଏଛାପୁରମ ମେମୁ ଟ୍ରେନ
ଖୋର୍ଦ୍ଧା ରୋଡ଼ରୁ ବାତିଲ ହୋଇଥିବା ପାସେଞ୍ଜର ଟ୍ରେନ
- 1 ଖୋର୍ଦ୍ଧା ରୋଡ଼ ପୁରୀ ପାସେଞ୍ଜର। (2 ଟି ଟ୍ରେନ)
- 2 ଖୋର୍ଦ୍ଧା ରୋଡ଼ ମହିପୁର ପାସେଞ୍ଜର (2 ଟି ଟ୍ରେନ)
ବଲାଙ୍ଗୀରରୁ ବାତିଲ ହୋଇଥିବା ପାସେଞ୍ଜର ଟ୍ରେନ
- 1 ବଲାଙ୍ଗୀର ବିଛୁପାଳି ପାସେଞ୍ଜର (2 ଟି ଟ୍ରେନ)
- 2 ବିଛୁପାଳି ବଲାଙ୍ଗୀର ପାସେଞ୍ଜର(2 ଟି ଟ୍ରେନ)
ଏହିଭଳି ଭାବରେ ବ୍ରହ୍ମପୁର ଭୁବନେଶ୍ୱର ମେମୁ ଟ୍ରେନ, ପାରାଦୀପ କଟକ ମେମୁ ଟ୍ରେନ , ତାଳଚେର ପୁରୀ ମେମୁ ଟ୍ରେନ ଓ ଅନୁଗୁଳ ପୁରୀ ମେମୁ ଟ୍ରେନ, ଗୁଣୁପୁର ବିଶାଖାପଟନମ ପାସେଞ୍ଜର, ବିଶାଖାପଟନମ ବିଜୟନଗରମ ମେମୁ ଟ୍ରେନ, ବିଶାଖାପଟନମ ଶ୍ରୀକାକୁଲମ ରୋଡ଼ ମେମୁ ଟ୍ରେନ, ବିଶାଖାପଟନମ ରାଜାହୁମାରି ମେମୁ ଟ୍ରେନ, ବିଶାଖାପଟନମ ଗୁଣୁପୁର ପାସେଞ୍ଜର, ବିଜୟନଗରମ ବିଶାଖାପଟନମ ପାସେଞ୍ଜର, ଶ୍ରୀକାକୁଲମ ପଳାସା ମେମୁ ଟ୍ରେନ୍, ବବିଲ୍ଲୀ ସାଲୁର ପାସେଞ୍ଜର ଟ୍ରେନ ରବିବାର ଦିନ ପୂର୍ବତଟ ରେଳବାଇ ପକ୍ଷରୁ ବାତିଲ କରାଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ