ETV Bharat / city

ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

author img

By

Published : Mar 9, 2020, 8:07 PM IST

ୟେସ୍ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିବା ପରେ ରାଜ୍ୟ ରାଜନୀତିରେ ବଢୁଛି ଉଷ୍ମତା । ଶ୍ରୀଜଗନ୍ନାଥ ଟଙ୍କା ରଖିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ନେତା । ଏପଟେ ଉତ୍ତର ରଖିଲେ ଗଣ ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ...

Jagannath money in Yes Bank issue
ୟେସ ବ୍ୟାଙ୍କରେ ଜଗନ୍ନାଥ ଟଙ୍କା ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ବର: ୟେସ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିବା ପରେ ରାଜ୍ୟ ରାଜନୀତିରେ ବଢୁଛି ଉଷ୍ମତା । ଉକ୍ତ ବ୍ୟାଙ୍କରେ ଶ୍ରୀଜଗନ୍ନାଥ ଟଙ୍କା ରଖିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟ ସରକାର ଜାରି କରିଥିବା ସର୍କୁଲାରରେ 25ଟି ବ୍ୟାଙ୍କ ତାଲିକାରେ ୟେସ୍ ବ୍ୟାଙ୍କର ନାଁ ନଥିଲା । ପରେ 2019 ଜୁଲାଇରେ ଜାରି କରାଯାଇଥିବା ସର୍କୁଲାରରେ ୟେସ୍ ବ୍ୟାଙ୍କର ନାଁ ଯୋଡିଛନ୍ତି ସରକାର । ତେବେ ଏହାପୂର୍ବରୁ 2019 ମାର୍ଚ୍ଚରେ କିଭଳି ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା ହେଲା ସେ ନେଇ ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

ସେ କହିଛନ୍ତି କି ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଯେଉଁ ଟଙ୍କା ଗଚ୍ଛିତ ଅଛି ତାହା ସୁରକ୍ଷିତ ରହିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରତିଶ୍ରୁତି ଦିଅନ୍ତୁ । ପରବର୍ତ୍ତୀ ସମୟରେ କାହା ନିର୍ଦ୍ଦେଶରେ ଜଗନ୍ନାଥଙ୍କ ଟଙ୍କାକୁ ଜାତୀୟ ବ୍ୟାଙ୍କରୁ ଆଣି ଘରୋଇ ବ୍ୟାଙ୍କରେ ଜମା କରାଯାଇଥିଲା ସେ ନେଇ ତଦନ୍ତ କରିବାକୁ କହିଛନ୍ତି । ସେହିଭଳି ରତ୍ନ ଭଣ୍ଡାର ସୁରକ୍ଷିତ ନେଇ ମଧ୍ୟ ଲୋକଙ୍କ ମନରେ ସନ୍ଦେହ ହେଉଥିବା କହିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ଯଦି ଚାବି ମିଳିଲାନି ତାହେଲେ ତାଲା ଭାଙ୍ଗି ଦେଖିବାର ଥିଲା ଭଣ୍ଡାର ଘର ସମ୍ପତ୍ତି ରହିଛି କି ନାହିଁ । ଏତତବ୍ୟତୀତ କେବଳ ଶ୍ରୀ ମନ୍ଦିରର ଶ୍ରୀ ଜଗନ୍ନାଥଙ୍କ ଅର୍ଥ ୟେସ୍ ବ୍ୟାଙ୍କରେ ନାହିଁ । ରାଜ୍ୟର ଆଉ କିଛି ବିଭାଗର ଅର୍ଥ ୟେସ୍ ବ୍ୟାଙ୍କରେ ଜମା ଥିବା ନେଇ ସୂଚନା ମିଳିଛି ।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି ଆଇନ ଅନୁସାରେ ଜାତୀୟ ବ୍ୟାଙ୍କରେ ଜଗନ୍ନାଥ ଟଙ୍କା ରହିବା କଥା । ହେଲେ କେମିତି ଘରୋଇ ବ୍ୟାଙ୍କକୁ ଟଙ୍କା ଗଲା ତାହାର ଜବାବ ଦିଅନ୍ତୁ ସରକାର । ତେବେ ଆଇନକୁ ଭଙ୍ଗ କରି ଯେଉଁମାନେ ଏହି ଟଙ୍କା ରଖିଛନ୍ତି ସେମାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାହିଁକି ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିଛି ବିଜେଡି । ୟେସ୍ ବ୍ୟାଙ୍କରୁ ଅର୍ଥ ଉଠାଇବାକୁ ସରକାର ଆରବିଆଇକୁ ଚିଠି ଲେଖିଛନ୍ତି । ଏହା ସହ ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ରହିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏ ଟଙ୍କା ବୁଡିବ ନାହିଁ ବୋଲି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ସରକାର ଏବେ ଶ୍ରୀମନ୍ଦିର ଟଙ୍କା ଫେରାଇବାକୁ ଆଉ କଣ ପଦକ୍ଷେପ ନେବେ ? ଏବଂ ଯେଉଁ ଅଧିକାରୀ ଅନୁମତି ନଥାଇ ଘରୋଇ ବ୍ୟାଙ୍କରେ ଅର୍ଥ ରଖିଛନ୍ତି ସେମାନଙ୍କ ଉପରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ଅପେକ୍ଷା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.