ଭୁବନେଶ୍ବର: ଉତ୍କଳ ଯାଦବ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସମ୍ବର୍ଦ୍ଧିତ କରାଯାଇଛି । ଯାଦବ ମହାସଭା ସଭାପତି ଆର୍ଶୀବାଦ ବେହେରାଙ୍କ ନେତୃତ୍ବରେ ଶତାଧିକ ଯାଦବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ଓଡ଼ିଶାର ଯାଦବ ମାନଙ୍କ ସଂଖ୍ୟା ୮୦ଲକ୍ଷ ହୋଇଥିବା ବେଳେ ରାଜ୍ୟର ଏହା ଏକ ପ୍ରମୁଖ ପଛୁଆ ଜାତି ଭାବେ ପରିଗଣିତ ହୋଇରହିଛି । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରିବା ପରେ ବିଭିନ୍ନ ଜାତିର ସାମାଜିକ, ଅର୍ଥନୈତିକ ଶିକ୍ଷାଗତ ଓ ରାଜନୈତିକ ସୂଚନା ମିଳିପାରିବ ।
ଭବିଷ୍ୟତରେ ଯାଦବ ମାନଙ୍କୁ ଏହିସବୁ କ୍ଷେତ୍ରରେ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ସହାୟକ ହେବ । ସେଥିପାଇଁ ଯାଦବ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ