ETV Bharat / city

ଗୃହ ଚଳାଇବାକୁ କଂଗ୍ରେସ ରାଜି ଅଛି କହିବା ଦୁର୍ଭାଗ୍ୟଜନକ: ବିଜେଡି

author img

By

Published : Dec 6, 2021, 10:29 PM IST

ବିଧାନସଭା ଅଚଳା ଅବସ୍ଥା ଓ ମୁଖ୍ୟମନ୍ତ୍ରୀ ବିଧାସଭାକୁ ନ ଆସିବା, ମମିତା ପ୍ରସଙ୍ଗ ନେଇ ଶାସକ ଦଳକୁ ଟାର୍ଗେଟ କରିଥିଲେ ନରସିଂହ ମିଶ୍ର । ଏହାର ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢ଼ନ୍ତୁ

ଗୃହ ଚଳାଇବାକୁ କଂଗ୍ରେସ ରାଜି ଅଛି କହିବା ଦୁର୍ଭାଗ୍ୟଜନକ: ବିଜେଡି
ଗୃହ ଚଳାଇବାକୁ କଂଗ୍ରେସ ରାଜି ଅଛି କହିବା ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ବର: କଂଗ୍ରେସ ଗୃହ ଚଳାଇବାକୁ ରାଜି ଅଛି ବୋଲି ନରସିଂହ ମିଶ୍ର କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କାରଣ ସାରା ଓଡ଼ିଶା ଦେଖୁଛି କଂଗ୍ରେସ କିଭଳି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି । ଗୃହ ଚାଲିବାକୁ ଦେଉନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ । କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ରଖିଲେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ବିଧାନସଭା ଅଚଳ ନେଇ ନରସିଂହ ମିଶ୍ର ବିଜେଡିକୁ ଦାୟୀ କରିଛନ୍ତି । କିନ୍ତୁ କଂଗ୍ରେସ ବିଧାୟକମାନେ ବିଜେପି ବିଧାୟକଙ୍କ ସହିତ ମିଶି ଓଡ଼ିଶା ବିଧାନସଭାକୁ ଚଳାଇବାକୁ ଦେଉନାହାନ୍ତି ।

ଏହା ବି ପଢ଼ନ୍ତୁ Justice For Mamita: କଲେଜରେ ଅଛି ଅଣ୍ଡରଗ୍ରାଉଣ୍ଡ ରୁମ, ଦରକାର ପଡ଼ିଲେ ପିନ୍ଧିବି କଳା କୋର୍ଟ

ସାଧାରଣ ଲୋକଙ୍କ ସମସ୍ୟା କିପରି ଉଥାପନ ହେବ ଓ ତାହାର ପ୍ରୟାସ କରିଆସୁଛି ଶାସକ ଦଳ । ବିଧାନସଭା ଅଚଳ କରିବାକୁ ଦାୟୀ କିଏ ଲୋକ ବୁଝି ସାରିଲେଣି । ପ୍ରଥମ ଦିନ କିପରି ବିଧାୟକ ବିଧାନସଭାକୁ ପଶିପାରିବେନି ପ୍ରୟାସ କଲେ କଂଗ୍ରେସ ସଦସ୍ୟ । ବିଧାନସଭା ପ୍ରବେଶ ପଥରେ ତାଲା ପକାଇଲେ କଂଗ୍ରେସ ବିଧାୟକ । ଏହିଭଳି ପରମ୍ପରା ବିଧାନସଭା ଇତିହାସରେ କେବେ ହୋଇନଥିବ । ବିଧାନସଭା ବାହାରେ ପ୍ରତିବାଦ ହୁଏ କିନ୍ତୁ ଭିତରେ କେବେ ଏପରି ହୋଇନଥିଲା । ପର ଦିନ କଂଗ୍ରେସ ଓ ବିଜେପି ସଦସ୍ୟ ନାରାବାଜି କଲେ । ବିଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କଲେ । ଘଣ୍ଟି ବାଡେଇବା, ଧୋତି ପିନ୍ଧି ବାଚସ୍ପତିଙ୍କ ଉପରକୁ ପାଣି ପକେଇବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ନାୟକ ।

ବାଚସ୍ପତି ବାରମ୍ବାର ଅନୁରୋଧ କରିବା ପରେ ବି କଂଗ୍ରେସ କର୍ମୀ ଶୁଣିଲେଣି । ଏ ପ୍ରକ୍ରିୟା କିଏ କରୁଥିଲା ବୋଲି ବିଜେଡି ପ୍ରଶ୍ନ କରିଛି । କଂଗ୍ରେସ ଦଳର ବିଧାୟକ ବାଚସ୍ପତିଙ୍କ ପୋଡିୟମ ଉପରକୁ ଯାଇ ପ୍ରତିବାଦ କଲେ । ଆଜି ବି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଚାଷୀ କୂଳ ମୁଣ୍ଡରେ ହାତ ଦେଇଛି । ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାନ୍ତା । ସରକାରୀ ଦଳ ସଦସ୍ୟ ଓ ବିରୋଧୀ ସଦସ୍ୟ ବି ଭାଗ ନେଇ ପାରିଥାନ୍ତେ । ବିରୋଧୀ ବିଧାନସଭାକୁ ନ ଚଳେଇ ଦେବାକୁ ଏକ ପ୍ରକ୍ରିୟା ଚଳାଇଥିବା ଅଭିଯୋଗ ହୋଇଛି ।

ମମିତା ମେହେର ପ୍ରସଙ୍ଗରେ ରାଜ୍ୟ ସରକାର ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ମାଧ୍ୟମରେ ତଦନ୍ତ କରିବାକୁ ଓଡ଼ିଶା ହାଇକୋର୍ଟଙ୍କୁ ପତ୍ର ଲେଖିଥିଲେ । ଓଡ଼ିଶା ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କୁ ନିଯୁକ୍ତ କରିଛନ୍ତି । ଆମେ ସମସ୍ତେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ । ଯଦି ନରସିଂହଙ୍କର ଏ ନେଇ କୌଣସି ମତଭେଦ ଅଛି ତେବେ ସେ ଅଦାଲତଙ୍କ ନିକଟକୁ ଯାଇପାରିବେ । ନରସିଂହ ଅଭିଯୋଗ କରିଛନ୍ତି ଯେ ଓଡ଼ିଶା ସରକାର ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ପାଇଁ କହିଥିଲେ ଯାହା ଭ୍ରମାତ୍ମକ ଏବଂ ଭୁଲ୍ ବୋଲି ସବ୍ୟସାଚୀ କହିଛନ୍ତି । ଆମେ ତାଙ୍କୁ ତଥ୍ୟ ଯାଞ୍ଚ କରିବାକୁ ଅନୁରୋଧ କରୁଛୁ ।

ପ୍ରମାଣ ନଷ୍ଟ ହେବାର ଅଭିଯୋଗ ହେଉଛି ଏକ ରାଜନୈତିକ ଅଭିଯୋଗ । ଯାହା ଶୁଣାକଥା ଏବଂ ଧାରଣାକୁ ଆଧାର କରି ସାମ୍ବାଦିକ ସମ୍ମିଳନୀକୁ ସମ୍ବେଦନଶୀଳ କରିବା ପାଇଁ ହୋଇଥିବା ଜଣାପଡିଛି । ଆମେ ନରସିଂହ ମିଶ୍ରଙ୍କୁ ଅନୁରୋଧ କରୁଛୁ ଯଦି ଏ ବାବଦରେ ତାଙ୍କ ନିକଟରେ କୌଣସି ପ୍ରମାଣ ଅଛି ତେବେ ସେ କୋର୍ଟଙ୍କ ନିକଟକୁ ଯାଇପାରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.