ETV Bharat / city

ତେଲେଙ୍ଗାନା ଡିଜିଟାଲ ରୂପାନ୍ତରଣ ସମାବେଶରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି - Digital conclave in Telengana

ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଆୟୋଜିତ ଡିଜିଟାଲ ରୂପାନ୍ତରଣ ସମାବେଶ ସପ୍ତମ ସଂସ୍କରଣରେ ଯୋଗ ଦେଇ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଗତ କିଛି ବର୍ଷ ମଧ୍ୟରେ ଆଇଟି କ୍ଷେତ୍ରର ବିକାଶ ପାଇଁ ଅନେକ ଆଖିଦୃଶିଆ ପଦକ୍ଷେପ ନେଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ ଡିଜିଟାଲ କନକ୍ଲେଭରେ ଯୋଗ ଦେଲେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା

author img

By

Published : Sep 17, 2022, 10:32 PM IST

ଭୁବନେଶ୍ବର: ହାଇଦ୍ରାବାଦରେ ଅନୁଷ୍ଠିତ ଡିଜିଟାଲ ରୂପାନ୍ତରଣ ସମାବେଶ ସପ୍ତମ ସଂସ୍କରଣରେ ଯୋଗ ଦେଲେ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ( Tusharkanti Behera ) । ନୂଆ ଆଇଟି ନୀତି ଏବଂ ଆଇଟି ଇକୋସିଷ୍ଟମକୁ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ମନ୍ତ୍ରୀ ଉପସ୍ଥିତ ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି । ଏହା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।

ହାଇଦ୍ରାବାଦ ଡିଜିଟାଲ କନକ୍ଲେଭରେ ଯୋଗ ଦେଲେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା
ହାଇଦ୍ରାବାଦ ଡିଜିଟାଲ କନକ୍ଲେଭରେ ଯୋଗ ଦେଲେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା

ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଆୟୋଜିତ ଡିଜିଟାଲ ରୂପାନ୍ତରଣ ସମାବେଶ ସପ୍ତମ ସଂସ୍କରଣରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଗତ କିଛି ବର୍ଷ ମଧ୍ୟରେ ଆଇଟି କ୍ଷେତ୍ରର ବିକାଶ ପାଇଁ ଅନେକ ଆଖିଦୃଶିଆ ପଦକ୍ଷେପ ନେଇଛି । ରାଜ୍ୟର ଅନେକ ଆଇଟି ବୃତ୍ତିଧାରୀ ଥିବାରୁ ଓଡ଼ିଶାରେ ଆଇଟି କ୍ଷେତ୍ରରେ ନିବେଶ ପାଇଁ ବ୍ୟାପକ ସୁଯୋଗ ରହିଛି । ରାଜ୍ୟରେ ବହୁ ଆଇଟି କମ୍ପାନୀ ପୁଞ୍ଜି ନିବେଶ କରିଥିବା ବେଳେ ଆହୁରି ଅନେକ କମ୍ପାନୀ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଭିନ୍ନ ରାଜ୍ୟରୁ ଆସିଥିବା ଆଇଟି ଅଧିକାରୀ ଏବଂ ପ୍ରତିନିଧିମାନଙ୍କୁ ଭେଟିଛନ୍ତି । ଏହା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ପ୍ରତିଶ୍ରୃତି ଦେଇଛନ୍ତି । ଏହି ସମାବେଶରେ ଆଇଟି କ୍ଷେତ୍ର ସହ ଜଡ଼ିତ ୧୫ଟି ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶାର ଆଇଟି କ୍ଷେତ୍ରକୁ ଅଧିକ ପ୍ରଶସ୍ତ କରିବ ବୋଲି ସବୁ ମହଲରେ ଆଶା ସଂଚାର ହୋଇଛି ।

ଓଡିଶାକୁ ଦେଶର ଆଇଟି କ୍ଷେତ୍ର ପାଇଁ ପୁଞ୍ଜି ନିବେଶର ଅଗ୍ରଣୀ ସ୍ଥଳରେ ପରିଣତ କରିବା ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଆଇଟି ଆଉଟସୋର୍ସିଂରେ ରାଜ୍ୟକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆଇଟି ନୀତି-୨୦୨୨ ଅନୁମୋଦନ କରାଯାଇଛି । ଓଡିଶାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କର ଏହା ଏକ ବଡ ପଦକ୍ଷେପ । ଏହି କ୍ଷେତ୍ରରେ କିଭଳି ଅଧିକ ପୁଞ୍ଜି ନିବେଶ ହୋଇପାରିବ ଏବଂ ଦେଶ ବିଦେଶ ଆଇଟି କମ୍ପାନୀ ଗୁଡିକ ଆକୃଷ୍ଟ କରିବାକୁ ସରକର ଆଇଟି ନୀତି ପଛରେ ମୂଳ ଲକ୍ଷ୍ୟ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.