ଭୁବନେଶ୍ବର: ଦେଶରେ ଖୁବଶୀଘ୍ର 5G ର ସୁବିଧା ପାଇବାକୁ ଯାଉଛନ୍ତି ଦେଶବାସୀ । ଏଥିଲାଗି କେନ୍ଦ୍ର ସରକାର ଜାରି କରିଥିବା ତାଲିକାରେ ଓଡ଼ିଶା ନାଁ ନଥିବା ଚର୍ଚ୍ଚା ହେଉଛି । ମାତ୍ର ଏଭଳି କୌଣସି ସରକାରୀ ସୂଚନା ଆସିନାହିଁ ବୋଲି କହିଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ପାଇଲଟ ପ୍ରକଳ୍ପରେ ୫ଜି ସେବା ସାରା ଦେଶରେ ହେଉଛୁ ତେଣୁ ଓଡିଶାରେ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।
ମନ୍ତ୍ରୀ ତୁଷାରକାନ୍ତ କହିଛନ୍ତି ଯେ, "ଓଡିଶାରେ 5 G ସେବାକୁ ପ୍ରାଥମିକ ପର୍ଯ୍ୟାୟରେ କୌଣସି ଗୋଟିଏ ସହରରେ ଲାଗୁ ନହେବା ନେଇ ରଖିଲେ ମତ l କହିଲେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ l ଓଡ଼ିଶା ଆଇଟି ହବ ହେବାକୁ ଯାଉଛି l ଯେହେତୁ ପାଇଲଟ ପ୍ରକଳ୍ପରେ ୫ଜି ସେବା ସାରା ଦେଶରେ ହେଉଛୁ ତେଣୁ ଓଡିଶାରେ ହେବ ବୋଲି ଆମେ ଆଶାବାଦୀ । "
ଏହା ବି ପଢନ୍ତୁ- ବର୍ଷ ଶେଷ ସୁଦ୍ଧା ୨୫ ସହରରେ ମିଳିବ 5G ସେବା
ଅନ୍ୟପଟେ ଟେଲିକମ ସେବାରୁ ସୁନ୍ଦରଗଡ଼, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି ବଞ୍ଚିତ l ଏହି ସବୁ ଅଞ୍ଚଳର ଲୋକମାନେ କିପରି ଟେଲିକମ ସେବା ପାଇବେ ସେ ନେଇ କେନ୍ଦ୍ରକୁ ଅନୁରୋଧ କରାଯାଇଛି । ଏହାରି ଭିତରେ କେନ୍ଦ୍ର ସରକାର ଏହି ସବୁ ଅଞ୍ଚଳରେ ଟେଲିକମ ସେବା ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି l ସେଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର