ETV Bharat / city

କଣ୍ଟାବାଞ୍ଝି ରେଳ ଷ୍ଟେସନରେ ଗଡ଼ିଲା ଇସ୍ପାତ ଏକ୍ସପ୍ରେସ - ଇସ୍ପାତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ

କଣ୍ଟାବାଞ୍ଝି ରେଳ ଷ୍ଟେସନରେ ଗଡ଼ିଲା ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଝି ଟ୍ରେନ । ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢ଼ନ୍ତୁ

ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଝିର ଶୁଭାରମ୍ଭ
ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଝିର ଶୁଭାରମ୍ଭ
author img

By

Published : Apr 12, 2022, 8:26 PM IST

ଭୁବନେଶ୍ବର: ଆଜି ଠାରୁ ହାୱଡ଼ା-ଟିଟିଲାଗଡ଼-ହାଓ୍ବଡ଼ା ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଝି ପର୍ଯ୍ୟନ୍ତ ଗଡ଼ିଲା । ସପ୍ତାହରେ ଚାରି ଦିନ କଣ୍ଟାବାଞ୍ଝିକୁ ଚାଲିବ ଇସ୍ପାତ ଏକ୍ସପ୍ରେସ । 12871/12872 ହାୱଡ଼ା- ଟିଟିଲାଗଡ଼-ହାୱଡ଼ା ଇସ୍ପାତ ଏକ୍ସପ୍ରେସର ସେବା ଆରମ୍ଭ ହୋଇଛି । ଏହି ଟ୍ରେନ କଣ୍ଟାବାଞ୍ଝି ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି । ଟ୍ରେନଟି କଣ୍ଟାବାଞ୍ଝିରୁ ପୂର୍ବାହ୍ନ 10ଟାରେ ଏକ ସ୍ୱତନ୍ତ୍ର ଟ୍ରେନ ଭାବରେ ଯାତ୍ରା କରିଛି । ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ ଇସ୍ପାତ ଏକ୍ସପ୍ରେସକୁ କଣ୍ଟାବାଞ୍ଝି ରେଳ ଷ୍ଟେସନରୁ ପତାକା ପ୍ରଦର୍ଶନ କରାଇ ସମ୍ପ୍ରସାରଣର ଶୁଭାରମ୍ଭ କରିଥିଲେ ।

ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଝିର ଶୁଭାରମ୍ଭ
ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଝିର ଶୁଭାରମ୍ଭ

ଟ୍ରେନ ରାତି 11ଟା 30ମିନିଟ୍‌ରେ ହାୱଡ଼ାରେ ପହଞ୍ଚିବ । ଏହି ଟ୍ରେନ ସଇଁତଳା, ଲୋଇସିଙ୍ଗା, ବରପାଲି, ହୀରାକୁଦ୍, ରେଙ୍ଗାଲୀ, ରାଜଗାଙ୍ଗପୁର, ମନୋହରପୁର, ଚକ୍ରଧରପୁର, ରାଜଖରସୁଆନ୍, ସିନି, ରଖା ମାଇନ୍ସ,, ଚକୁଲିଆ, ଝାରଗ୍ରାମ, ସାନ୍ତ୍ରାଗଛି ଆଦି ଷ୍ଟେସନ ଦେଇ ଯାତ୍ରା କରିବ ।

ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଝିର ଶୁଭାରମ୍ଭ
ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଝିର ଶୁଭାରମ୍ଭ

ନିୟମିତ ସେବା ହାୱଡ଼ାରୁ 14 ଏପ୍ରିଲ 2022ରୁ ପ୍ରତି ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ଏବଂ 15 ଏପ୍ରିଲ 2022 ଠାରୁ କଣ୍ଟାବାଞ୍ଝିରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ସମ୍ପ୍ରସାରିତ ଅଂଶରେ ସପ୍ତାହରେ 4 ଦିନ ଚଳାଚଳ କରିବ । 16 ଏପ୍ରିଲରୁ 13 ଅଗଷ୍ଟ, 2022 ମଧ୍ୟରେ ଏହି ଟ୍ରେନ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ହାୱଡ଼ାରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ 17 ଏପ୍ରିଲରୁ 14 ଅଗଷ୍ଟ 2022 ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଦିନ ଟିଟିଲାଗଡ଼ରୁ ଯାତ୍ରା ପ୍ରାରମ୍ଭ କରି ହାୱଡ଼ା ଯାତ୍ରା କରିବ ।

ଅନ୍ୟପକ୍ଷରେ ଏହାପୂର୍ବରୁ ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ କଣ୍ଟାବାଞ୍ଝି ରେଳ ଷ୍ଟେସନ ଠାରେ ପ୍ଲାଟଫର୍ମ ନମ୍ବର 1 ରୁ 2କୁ ସଂଯୋଗ କରୁଥିବା ଫୁଟ ଓଭର ବ୍ରିଜ (FOB) ଏବଂ ଟ୍ରେନ କୋଚ ରହଣୀ ସ୍ଥାନ ଜାଣିବା ପାଇଁ କୋଚ ଇଣ୍ଡିକେସନ ବୋର୍ଡର ଉଦଘାଟନ କରିଥିଲେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.