ETV Bharat / city

ପର୍ଯ୍ୟଟନ ଶିଳ୍ପକୁ ଟ୍ରାକକୁ ଆଣିବାକୁ ପ୍ରୟାସ; IRCTC ଆରମ୍ଭ କଲା ଟୁରିଷ୍ଟ ପ୍ୟାକେଜ

author img

By

Published : Nov 21, 2020, 12:59 PM IST

Updated : Nov 21, 2020, 3:08 PM IST

କୋରୋନା ମହାମାରୀ ମଧ୍ୟରେ ପ୍ରଥମ ପର୍ଯ୍ୟଟନ ଦର୍ଶନର ସୁବିଧା ଦେବ ଭାରତୀୟ ରେଳ । ଆସନ୍ତା ଜାନୁଆରୀ ମାସ ୨ ରୁ ରାମେଶ୍ବରମ୍‌, ମଦୁରାଇ ଏବଂ ତିରୁପତି ଦର୍ଶନ ପାଇଁ ବୁକିଂ ଆରମ୍ଭ ହେବ । ଆଇଆରସିଟିସି ୱେବସାଇଟ୍ - http://www.irctctourism.com ଏବଂ IRCTC ପର୍ଯ୍ୟଟନ ସୁବିଧା କେନ୍ଦ୍ରରୁ ଯାତ୍ରୀମାନେ ବୁକିଂ କରିପାରିବେ । ଅଧିକ ପଢନ୍ତୁ..

ଭାରତ ଦର୍ଶନ ଯାତ୍ରା ପାଇଁ ବୁକିଂ ଆରମ୍ଭ
ଭାରତ ଦର୍ଶନ ଯାତ୍ରା ପାଇଁ ବୁକିଂ ଆରମ୍ଭ

ଭୁବନେଶ୍ବର: କୋରୋନା ମହାମାରୀ ଯୋଗୁଁ ଦେଶରେ ଜାରି ହୋଇଥିବା ଲକଡାଉନ ପ୍ରକ୍ରିୟା ଧୀରେ ଧୀରେ ଅନଲକ ହେବାରେ ଲାଗିଛି । ଆଉ ଏହା ମଧ୍ୟରେ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ପର୍ଯ୍ୟଟନ ଭଳି ଶିଳ୍ପ ଗୁଡିକ ପୁନଃ କାର୍ଯ୍ୟକ୍ଷମ ହେବାକୁ ପ୍ରୟାସ ମଧ୍ୟ ଆରମ୍ଭ ହୋଇଛି । ଲୋକମାନଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳ ପରିଦର୍ଶନର ସୁଯୋଗ ଦେବା ସହ ଏହାର ପୂର୍ବାବସ୍ଥା ଫେରାଇ ଆଣିବା ଦିଗରେ IRCTC ଏକ ପ୍ରୟାସ ଆରମ୍ଭ କରିଛି ।

ଭାରତ ଦର୍ଶନ ଯାତ୍ରା ପାଇଁ ବୁକିଂ ଆରମ୍ଭ

ଭାରତୀୟ ରେଳବାଇ ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକପ୍ରିୟ ତୀର୍ଥସ୍ଥଳ ଆଡକୁ ସୁଲଭ ମୂଲ୍ୟରେ ସର୍ବଭାରତୀୟ 'ଟୁରିଷ୍ଟ ସ୍ପେଶାଲ ଟ୍ରେନ୍' ଚଳାଚଳର ସଫଳତା ପରେ ଦକ୍ଷିଣ ଭାରତକୁ ଅନ୍ୟ ଏକ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ୍ ଆସନ୍ତା ଜାନୁଆରୀ ମାସ ୨ ତାରିଖ ଦିନ ଆରମ୍ଭ ହେବ । ଭୁବନେଶ୍ବରରୁ ରାତ୍ର ୧୦ ଘଟିକାରେ ରାମେଶ୍ବରମ୍‌, ମଦୁରାଇ ଏବଂ ତିରୁପତି ଦର୍ଶନ ପାଇଁ ଯାତ୍ରା କରିବ | ଏଥିପାଇଁ ବୁକିଂ ଆରମ୍ଭ ହୋଇଥିବା IRCTC ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।

ଏହି ଅଞ୍ଚଳର ଯାତ୍ରୀମାନେ ଯେଉଁମାନେ ଏହିସବୁ ସ୍ଥାନକୁ ଦର୍ଶନ ପାଇଁ ଯିବାକୁ ନିଶ୍ଚିତ ଟିକେଟ୍ ପାଇପାରୁ ନାହାଁନ୍ତି କିମ୍ବା ଉପରୋକ୍ତ ନିର୍ଦ୍ଦିଷ୍ଟ ଧାର୍ମିକ ଗନ୍ତବ୍ୟ ସ୍ଥାନକୁ ସିଧାସଳଖ ଟ୍ରେନ୍ ନାହିଁ ସେମାନେ ଏହି ଟ୍ରେନ ଦ୍ବାରା ଭୁବନେଶ୍ବରରୁ ଦକ୍ଷିଣ ଭାରତକୁ ଭାରତ ଦର୍ଶନ ପର୍ଯ୍ୟଟନ ଟ୍ରେନ୍ ଦ୍ବାରା ଯାଇ ଦର୍ଶନ କରିପାରିବେ । ଟୁରିଷ୍ଟ ପ୍ୟାକେଜ୍ ସିଷ୍ଟମ ସହିତ ଭୁବନେଶ୍ବର, ବ୍ରହ୍ମପୁର, ଶ୍ରୀକାକୁଲମ୍, ବିଜୟନଗରମ, ବିଶାଖାପାଟଣା ଓ ବିଜୟୱାଡା ଠାରୁ ଏହି ଅଞ୍ଚଳର ଯାତ୍ରୀମାନେ ଏହି ଟ୍ରେନର ସୁବିଧା ନେଇ ପାରିବେ । କେବଳ 8085/- ମୂଲ୍ୟରେ 7 ରାତି ଏବଂ 8 ଦିନ ପାଇଁ ଏହା ସମସ୍ତ ଦେୟ ଅନ୍ତର୍ଭୂକ୍ତ ଟୁରିଷ୍ଟ ପ୍ୟାକେଜ୍ ଅଟେ । ଜାନୁୟାରୀ 2 ରୁ ସ୍ଲିପର କ୍ଲାସ୍ ଟ୍ରେନ୍ ଯାତ୍ରା, ରହିବା, ଶାକାହାରୀ ଭୋଜନ, ପର୍ଯ୍ୟଟନ ବସ୍, ଏସକର୍ଟ, ସିକ୍ୟୁରିଟି ଗାର୍ଡ, ଭ୍ରମଣ ବୀମା ଇତ୍ୟାଦି ସହିତ ଉପରୋକ୍ତ ଗନ୍ତବ୍ୟସ୍ଥଳକୁ ପରିଦର୍ଶନ କରିପାରିବେ ।

ଆଇଆରସିଟିସି ୱେବସାଇଟ୍ - http://www.irctctourism.com ଏବଂ IRCTC ପର୍ଯ୍ୟଟନ ସୁବିଧା କେନ୍ଦ୍ରରୁ ଯାତ୍ରୀମାନେ ବୁକିଂ କରିପାରିବେ ବୋଲି ଆଜି ସୂଚନା ଦେଇଛନ୍ତି ଏହାର ଅଧିକାରୀମାନେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Nov 21, 2020, 3:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.