ETV Bharat / city

ପୋଲିସ ସେବାରୁ ଅବସର ନେଲେ IPS ସତ୍ୟଜିତ ମହାନ୍ତି

author img

By

Published : Feb 28, 2021, 7:54 PM IST

ପୋଲିସ ସେବାରୁ ବିଦାୟ ନେଲେ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି । ସୋମବାର ସେ ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ । ଅଧିକ ପଢନ୍ତୁ....

IPS Satyajit Mohanty retired from indian police service
ପୋଲିସ ସେବାରୁ ଅବସର ନେଲେ IPS ସତ୍ୟଜିତ ମହାନ୍ତି

ଭୁବନେଶ୍ବର: ପୋଲିସ ସେବାରୁ ଅବସର ନେଲେ ଆଇପିଏସ ସତ୍ୟଜିତ ମହାନ୍ତି । ୧୯୮୮ ବ୍ୟାଚର ଏହି ବରିଷ୍ଠ ଆଇପିଏସ ଅଫିସର ପୋଲିସ ସେବାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଥିଲେ ।

୧୯୮୮ ବ୍ୟାଚର ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଅବସର ନେଇଛନ୍ତି । ଓଡିଶା ଅଗ୍ନିଶମ ବିଭାଗରୁ ନେଇଛନ୍ତି ବିଦାୟ । ପୂର୍ବରୁ ପୋଲିସ କମିସନର,ଇନଚାର୍ଜ ଡିଜି ଭାବେ ଦାୟିତ୍ବ ତୁଲାଇଛନ୍ତି । ତେବେ ଅବସର ନେବା ପରେ ଆସନ୍ତାକାଲି ସେ ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ । କଟକ ନରାଜ ଫାୟାର ସର୍ଭିସ ପକ୍ଷରୁ ଦିଆଯାଇଛି ବିଦାୟକାଳୀନ ସମ୍ବର୍ଦ୍ଧନା । ବହୁଚର୍ଚ୍ଚିତ କଟକ ବାରଙ୍ଗ ଗଣଦୁଷ୍କର୍ମ ଘଟଣା ସମୟରେ ସେ କଟକ ଏସପି ଭାବେ କାର୍ଯ୍ୟ କରୁଥିଲେ । ଏହା ଘଟଣାର ତଦନ୍ତ ମଧ୍ୟ କରିଥିଲେ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.