ଭୁବନେଶ୍ବର: ଓଡିଶା ଲୋକସେବା ଆୟୋଗର (ଓପିଏସସି) ଅଧ୍ୟକ୍ଷ ହେଲେ ଆଇପିଏସ ସତ୍ୟଜିତ ମହାନ୍ତି । ସେ ବର୍ତ୍ତମାନ ଓଡିଶାର ଅଗ୍ନିଶମ ବାହୀନି ଓ ହୋମଗାର୍ଡର ଡିଜି ରହିଛନ୍ତି ।
ରାଜ୍ୟ ଅଗ୍ନିଶମ ବାହିନୀ ନିର୍ଦ୍ଦେଶକ ତଥା ୧୯୮୮ ବ୍ୟାଚର ଆଇପିଏସ ସତ୍ୟଜିତ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସେ ୬୨ବର୍ଷ ବୟସ ହେବାପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ସେ ଚଳିତ ବର୍ଷ ଅଗଷ୍ଟ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ। ସେ ପୂର୍ବରୁ ଓଡିଶାର ପୋଲିସର ଡିଜି ଭାବେ ଅନ୍ତରୀଣ ଦାୟିତ୍ବ ଗ୍ରହଣ କରିଥିଲେ ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ