ETV Bharat / city

ଦବଙ୍ଗ ଆଇପିଏସ ସାଗରିକା, ରାସ୍ତା ଉପରେ ମାରିଲେ ଗୋଇଠା - ଟ୍ରାଫିକ ଉଲଙ୍ଘନକାରୀ

ଟ୍ରାଫିକ ଉଲଙ୍ଘନକାରୀଙ୍କୁ ସାବାଡ଼ କଲେ ଆଇପିଏସ ସାଗରିକା । ରାସ୍ତା ଉପରେ ପାର୍କ ହୋଇଥିବା ବାଇକକୁ ମାରିଲେ ଗୋଇଠା । ଅଧିକ ପଢ଼ନ୍ତୁ...

ଦବଙ୍ଗ ଆଇପିଏସ ସାରଗିକା
author img

By

Published : Oct 22, 2019, 4:37 AM IST

Updated : Oct 22, 2019, 5:47 AM IST

ଭୁବନେଶ୍ବର: ଦବଙ୍ଗ ଆପିଏସ ସାଗରିକା ନାଥ। ଟ୍ରାଫିକ ଉଲଙ୍ଘନକାରୀଙ୍କୁ ସାବାଡ କରିବା ପାଇଁ ଦେଖାଇଲେ ଦମ। ଟ୍ରାଫିକ ଉଲଙ୍ଘନ କରିଥିବା ଜାଣିବା ପରେ ରାସ୍ତା ଉପରେ ମାରିଲେ ଗୋଇଠା। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀର ବାଣୀବିହାର ଛକ ଉପରେ ।

ଦବଙ୍ଗ ଆଇପିଏସ ସାରଗିକା

ସୋମବାର ଅପରାହ୍ନ 5ଟା ପରେ ପରେ ଗାଡି ଜାମ ପାଇଁ ଅକସ୍ମାତ ପରିଦର୍ଶନ ବେଳେ ସାଗରିକା ଦେଖିଲେ ଗୋଟିଏ ବାଇକ ପାର୍କିଂ ହୋଇଛି ରାସ୍ତା ଉପରେ। ଗାଡି ଚାଳକଙ୍କୁ ପ୍ରାୟ ଦୁଇ ମିନିଟ ଧରି ହୁଇସିଲ ମାରି ଡାକିଲେ। କେହି ନଶୁଣିବା ପରେ ଗାଡିକୁ ଜୋରରେ ଗୋଇଠା ମାରିଥିଲେ। ତଥାପି ଗାଡିଟି ହଟିନଥିଲା । ପାଞ୍ଚ ମିନିଟ ପରେ ପୁଣି ଥରେ ସେହି ଗାଡିଟି ରାସ୍ତା ଉପରେ ଥିବା ଦେଖି ଗାଡିକୁ ଠେଲି ତଳେ ପକାଇ ଦେଇଥିଲେ ।

ଆଇପିଏସ ସାଗରିକାଙ୍କର ଏପରି କାର୍ଯ୍ୟକଳାପରୁ ଲୋକେ ତାଙ୍କର ରାଗ ସ୍ପଷ୍ଟ ଜାଣି ପାରୁଥିଲେ । ବାରମ୍ବାର ତାଗିଦ ପରେ ବି ବାଇକ ଚାଳକ ବାଇକ ହଟାଉନଥିବାରୁ ଏପରି କରିଥିଲେ ସାଗରିକା । ଏହାସହ ଜଣେ ରଙ୍ଗ ସାଇଡ ଏଣ୍ଟ୍ରି କରିଥିବା ଗାଡିକୁ ପାଞ୍ଚ ମିନିଟ ଧରି ରାସ୍ତା ଉପରେ ଛିଡା କରି ନିୟମ ଉଲଙ୍ଘନର ପାଠ ମଧ୍ୟ ପଢ଼ାଇ ଥିଲେ। ପରେ କିଛି ଅଟୋ ଡ୍ରାଇଭରଙ୍କୁ ରାସ୍ତା ଉପରେ ଗାଡି ଠିଆ ନ କରିବାକୁ କଡା ତାଗିଦ କରିଥିଲେ। ଯାହାକୁ ଦେଖି ଅନ୍ୟ ଟ୍ରାଫିକ ଉଲଙ୍ଘନକାରୀ ଭୟରେ ଛାନିଆ ହୋଇଥିଲେ। ଏପରିକି କେହି କେହି ଦୂରରୁ ଦେଖି ଗାଡି ରଖି ହେଲମେଟ ପିନ୍ଧିବା ଆରମ୍ଭ କରିଦେଇଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଦବଙ୍ଗ ଆପିଏସ ସାଗରିକା,
ରାସ୍ତା ଉପରେ ମାଇଲେ ଗୋଇଠା
Body:
ଦବଙ୍ଗ ଆପିଏସ ସାଗରିକା ନାଥ। ଟ୍ରାଫିକ ଉଲଙ୍ଘନକାରିଙ୍କୁ ସାବାଡ ପାଇଁ ଦେଖାଇଲେ ଦମ। ଟ୍ରାଫିକ ଉଲଙ୍ଘନ କରିଥିବା ଜାଣିବା ପରେ ରାସ୍ତା ଉପରେ ମାରିଲେ ଗୋଇଠା। ଏମିତି ଦୃଷ୍ଯ ଥିଲା ରାଜଧାନୀର ବାଣି ବିହାର ଛକ ଉପରେ ଅପରାହ୍ନ ୫ଟା ପରେ। ଗାଡି ଜାମ ପାଇଁ ହଟାତ ସରପ୍ରାଇଜ ଭିଜିଟ ବେଳେ ଦେଖିଲେ ଗୋଟିଏ ବାଇକ ପାର୍କି ହୋଇଛି ରାସ୍ତା ଉପରେ। ପ୍ରାୟ ପାଂଚ ଦୁଇ ମିନିଟ ଧରି ହୁଇସିଲ ମାରି ଡାକିଲେ। କେହି ନଶୁଣିବା ପରେ ଗାଡିକୁ ଦେଲେ ଗୋଇଠା।ଥରେ ନୁହେଁ ପୁଣି ଥରେ ସେହି ଗାଡିଟି ପାଂଚ ମିନିଟ ପରେ ପୁଣି ପାର୍କି ହୋଇଥିବା ଦେଖି ଗାଡିକୁ ତଳେ ଠେଲି ପକାଇଦେଲେ।ଯାହା ସେଠାରେ ଥିବା ଲୋକେ ମାଡମଙ୍କର ରାଗ ଦାଣିପାରୁଥିଲେ। କିପରି ଜଣେ ଆଇନ ଉଲଙ୍ଘନକାରି ବାରମ୍ବାର ତାଗିଦ ପରେ ବି ହଟାଉନଥିଲେ ବାଇକ ଯାହାକୁ ନେଇ ଏପରି କରିଥିଲେ। ପରେ ଜଣେ ରଙ୍ଗ ସାଇଡ ଏଣ୍ଟ୍ରି କରିଥିବା ଗାଡିକୁ ପାଚ ମିନିଟ ଧରି ରାସ୍ତା ଉପରେ ଠିଆ କରି ନିୟମ ଉଲଙ୍ଘନର ପାଠ ପଢାଇ ଥିଲେ। ପରେ କିଛି ଅଟୋ ଡ୍ରାଇଭରଙ୍କୁ ଗାଡି ରାସ୍ତା ଉପରେ ଠିଆ ନ କରିବାକୁ କଡା ତାଗିଦ କରିଥିଲେ। ଯାହାକୁ ଦେଖି ଅନ୍ଯ ଟ୍ରାଫିକ ଉଲଙ୍ଘନକାରି ଭୟରେ ଛାନିଆ ହୋଇଥିଲେ। ଏପରିକି କେହି କେହି ଦୁରରୁ ଦେଖି ଗାଡି ରଖି ହେଲମେଟ ପିନ୍ଧି ବା ଆରମ୍ଭ କରିଦେଇଥିଲେ।Conclusion:
Last Updated : Oct 22, 2019, 5:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.