ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ସାରଙ୍ଗଧର ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କଲେ ଆଇପିଏସ ଅଧିକାରୀ ଅନୁପ ସାହୁ। ବର୍ତ୍ତମାନ ସେ ଇଣ୍ଟେଲିଜେନ୍ସ ବିଭାଗର ଡିଆଇଜି ଦାୟିତ୍ବରେ ରହିଛନ୍ତି। କାମାକ୍ଷାନଗରର ସାରଙ୍ଗଧର ଉଚ୍ଚ ବିଦ୍ୟାଳୟରେ ପଞ୍ଚମରୁ ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ ଆଇପିଏସ ଅଧିକାରୀ ଅନୁପ ସାହୁ।
ରାଜ୍ୟ ସରକାରଙ୍କ 5ଟି କାର୍ଯ୍ୟକ୍ରମ ଅନୁଯାୟୀ ଆଇପିଏସ ଅଧିକାରୀ ଅନୁପ ସାହୁ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛନ୍ତି। ଅନୁପ ସାହୁଙ୍କ ଭବିଷ୍ୟତ ଗଢ଼ିବାରେ ଏହି ଉଚ୍ଚ ବିଦ୍ୟାଳୟ ଯଥେଷ୍ଟ ଅବଦାନ ରହିଛି ବୋଲି କହିଛନ୍ତି ଆଇପିଏସ ଅଧିକାରୀ।
ଏହି ଅବସରରେ ସେ ନିଜର ବାଲ୍ୟକାଳର ଶିକ୍ଷକଙ୍କୁ ମନେ ପକାଇଛନ୍ତି। ସ୍କୁଲରେ ପାଠ ପଢ଼ିବା ବେଳେ ସେ ଅନୁପ ସାହୁଙ୍କୁ ଏକ ଇଂରାଜୀ ଶବ୍ଦକୋଷ ଉପହାରରେ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସେ ଏଭଳି ଗୁରୁ ଦାୟିତ୍ବ ହାତକୁ ନେଇଛନ୍ତି।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ