ଭୁବନେଶ୍ବର: ମଣିଷ ମରିଗଲେ ଶବ ପାଲଟିଯାଏ । ସେ ନିଜ ପରିବାର ଲୋକଙ୍କ ପାଇଁ ବି ଅଛୁଆଁ ହୋଇଯାଏ। ତା ପାଖକୁ ସାଧାରଣ ଲୋକ ଯିବାକୁ ଘୃଣା କରିବା ସହ ଭୟ ମଧ୍ୟ କରନ୍ତି। କିନ୍ତୁ ଆମ ସମାଜରେ ଏମିତି ବି ମଣିଷ ଅଛନ୍ତି ଯେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହକୁ ନିଜ ହାତରେ ଉଠାଇବା ସହ ତାକୁ ମଶାଣିକୁ ନେଇ ଦାହ ମଧ୍ୟ କରନ୍ତି ।
ଏପରି ଜଣେ ମଣିଷ ହେଉଛନ୍ତି ମଧୁସ୍ମିତା ପୃଷ୍ଟି । ରୁହନ୍ତି ଭୁବନେଶ୍ବରରେ । ମହିଳା ହୋଇ ମଧ୍ୟ ସେ ଏପରି ସେବା କରିବାକୁ ନିଜର ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି । ପ୍ରଦୀପ ସେବା ଟ୍ରଷ୍ଟ ସାହାଯ୍ୟରେ ଦୀର୍ଘ ଏକ ବର୍ଷ ହେଲା ଏଭଳି କାର୍ଯ୍ୟ ଜାରି ରଖିଛନ୍ତି। ଆଉ ଖାସ ଏଥିପାଇଁ ସେ ଏହି ଟ୍ରଷ୍ଟର ମୁଖ୍ୟ ପ୍ରଦୀପଙ୍କୁ ପ୍ରେମ ବିବାହ ମଧ୍ୟ କରିଛନ୍ତି। ଯିଏକି 10 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି କାର୍ଯ୍ୟ ଜାରି ରଖିଛନ୍ତି।
କୌଣସି ସ୍ଥାନରେ ଟ୍ରେନ ଦୁର୍ଘଟଣା ହୋଇଥିବାର ଖବର ପାଇବା ମାତ୍ରେ ସେ ନିଜେ ଗାଡି ଚଲାଇ ଧାଇଁଯାନ୍ତି ଘଟଣାସ୍ଥଳକୁ । ସେଠାରେ ପହଞ୍ଚି ସମସ୍ତ କାର୍ଯ୍ୟ ନିଜ ହାତରେ କରନ୍ତି । ଏପରି ଜଣେ ନାରୀଙ୍କୁ ଭେଟିଥିଲେ ଆମ ପ୍ରତିନିଧି ଲକ୍ଷ୍ମୀକାନ୍ତ ଦାସ । ତେବେ ଶୁଣନ୍ତୁ କଣ କହୁଛନ୍ତି ସେ ।