ETV Bharat / city

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦ୍‍ଯାପନୀ ସମାରୋହରେ ଓଡ଼ିଶୀ ଅଭିନୟର ଯାଦୁକରୀ ମୁର୍ଚ୍ଛନା

ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଉଦ୍‍ଯାପିତ ହୋଇଛି । ଏଥିରେ ରାଜ୍ୟ ତଥା ଦେଶ ବାହାରୁ ୫୦୦ ନୃତ୍ୟଶିଳ୍ପୀ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ
ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ
author img

By

Published : Dec 31, 2021, 10:47 PM IST

ଭୁବନେଶ୍ବର: ଶେଷ ହେଲା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଉଦ୍‍ଯାପିତ ହୋଇଯାଇଛି। ଏହି ଉତ୍ସବ ଉତ୍କଳ ରଙ୍ଗମଞ୍ଚରେ ୫ ଦିନ ଧରି ଚାଲିଥିଲା । ଏଥିରେ ଦେଶ, ବିଦେଶ ତଥା ରାଜ୍ୟରୁ ୫୦୦ ନୃତ୍ୟଙ୍ଗନା ସାମିଲ ହୋଇଥିଲେ। ଉଦଯାପନୀ ସଂଧ୍ୟାରେ ଅତିଥି ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଇଲିୟାନା ଚିତାରିଷ୍ଟ୍‍, କାଦମ୍ବିନି ପତ୍ରୀକାର ସମ୍ପାଦିକା ଡକ୍ଟର ଇତି ସାମନ୍ତ, ସୁନାମଧନ୍ୟା ଓଡ଼ିଆ ସିନେ କଳାକାର ତ୍ରୀପୁରା ମିଶ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ସଙ୍ଗୀତା ଗୋସାଇଁ।

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ
ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ
ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ
ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ

ଗୋଟିଏ ମଞ୍ଚରେ ଏକାଠି ନୃତ୍ୟ କରିଥିଲେ ଜାତୀୟ ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଶିଳ୍ପୀ। ଓଡିଶୀକୁ କେବଳ ରାଜ୍ୟ ନୁହେ ପୁରା ବିଶ୍ବବାସୀ ଭଲପାଇ ଆପଣାଇ ସେହି କଳାକୁ ପ୍ରଦର୍ଶନ କରୁଥିବାରୁ ଓଡ଼ିଶାର ନୃତ୍ୟଶିଳ୍ପୀ ଆମ ଶାସ୍ତ୍ରୀୟ ନୃତ୍ୟର ଆଦୃତକୁ ନେଇ ବେଶ ଖୁସି ଅନୁଭବ କରିଛନ୍ତି । ଖାଲି ସେତିକି ନୁହେଁ ନିଜ ମାଟିର କଳା ସଂସ୍କୃତିକୁ ବିଶ୍ବର କଳାପ୍ରେମୀ ଆପଣେଇ ଥିବା ବେଳେ ଏତେ ବଡ ମଞ୍ଚରେ ମିଶି ସମସ୍ତେ ପର୍ଯ୍ୟାୟକ୍ରମେ ନୃତ୍ୟ ପରିବେଷଣ କରୁଥିବାରୁ ବେଶ ଗର୍ବିତ ନୃତ୍ୟଶିଳ୍ପୀ । ତେଣୁ ନୃତ୍ୟାଙ୍ଗନାମାନେ ନିଜ ଅଭିନୟର ଯାଦୁଗରୀ ମୁର୍ଚ୍ଛନାରେ ପୁରା ସନ୍ଧ୍ୟାକୁ ବେଶ ରଙ୍ଗାୟିତ କରିଥିଲେ । ଆଉ ତାଙ୍କର ସେହି ନୃତ୍ୟର ଯାଦୁଗରୀରେ ବେଶ୍‌ ଝୁମିଥିଲେ ଦର୍ଶକ ।

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ
ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ
ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ
ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ

ବିଭିନ୍ନ ପର୍ଯ୍ୟାୟରେ ନୃତ୍ୟ ହେଉଥିବା ବେଳେ ଏକକ ନୃତ୍ୟ ପର୍ଯ୍ୟାୟରେ ଅଭିନୟ ଶ୍ୟାମ ହେ ସତ କହ, ସାବର୍ଣ୍ଣୀ ମିଶ୍ରଙ୍କ ଦ୍ବାରା ଅଭିନୟ ପଥ ଛାଡ଼ି ଦେ ମୁଁ ଯିବି ଫୁଲତୋଳିରେ ବନମାଳୀ, ଅନନ୍ୟା ଚୌଧୁରୀଙ୍କ ଦ୍ବାରା ଅଭିନୟ କିଏ ଲୋ ସଜନୀ କେଳି କଦମ୍ବ ମୂଳେ, ସମୀକ୍ଷା ପାଣିଙ୍କ ଦ୍ବାରା ଅଭିନୟ ମହିଷାସୁର ମର୍ଦ୍ଦିନୀ, ଚିନ୍ତାମଣି ଲୁହାଙ୍କ ଦ୍ବାରା ମୋହନା ପଲ୍ଲବୀ, ବର୍ଷା ଶର୍ମାଙ୍କ ଦ୍ବାରା ଅଭିନୟ ମଙ୍ଗଳା ଚରଣ, ଶର୍ମିଳା ପରିଡ଼ାଙ୍କ ଦ୍ବାରା ଅଭିନୟ ଶ୍ରିତ କମଳା କୁଚ ମଣ୍ଡଳ ଧ୍ରୁତ କୁଣ୍ଡଳ, ସରସ୍ବତୀ ମାଝୀଙ୍କ ଦ୍ବାରା ଅଭିନୟ ସତେକି ଭଙ୍ଗୀ କଲା ସେ ଯା ବାଙ୍କେ ଚାହିଲା, ଶାନ୍ତଶ୍ରୀ ସାମଲଙ୍କ ଦ୍ବାରା ଅଭିନୟ ଦୁର୍ଗା ଏବଂ ଶେଷରେ ନୃତ୍ୟାର୍ଚ୍ଚନା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ଦଳଗତ ନୃତ୍ୟାଭିନୟ ଦୁର୍ଗାତାଣ୍ଡବ ଓ ମୋକ୍ଷ ପରିବେସିତ ହୋଇଥିଲା ।

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦ୍‍ଯାପନୀ ସମାରୋହରେ ଓଡ଼ିଶୀ ଅଭିନୟର ଯାଦୁକରୀ ମୁର୍ଚ୍ଛନା

ସେହିପରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଅମ୍ରିତା ଦାସ ଓ ସାଥୀଙ୍କ ଦ୍ବାରା ଦଳଗତ ନୃତ୍ୟାଭିନୟ ନବଦୁର୍ଗା- ଜୟ ଭଗବତୀ ଦେବୀ ନମୋ ବରଦେ ପରେ ପରେ ଏକକ ନୃତ୍ୟ ପର୍ଯ୍ୟାୟରେ ଶୁଭାଙ୍ଗି ମିଶ୍ରଙ୍କ ଦ୍ବାରା ପଲ୍ଲବୀ, ରମାକାନ୍ତ ସାହୁଙ୍କ ଦ୍ବାରା ଅଭିନୟ ନାଚନ୍ତି ରଙ୍ଗେ ଶ୍ରୀହରି କୁଳେ ବିହରି, ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ଭାନୁପ୍ରିୟା ଦାଶ ଓ କୁନୁ ମହାରଣାଙ୍କ ଦ୍ବାରା ଅଭିନୟ ଶିବସ୍ତୁତି, ଦିଶ ଦେବଦିପ୍ତାଙ୍କ ଦ୍ବାରା ଅଭିନୟ ଗଙ୍ଗା ସ୍ତୁତି, ଜୟ ଗଙ୍ଗେ ହରହର ଗଙ୍ଗେ, ସାଲୋନି ସୁଦଙ୍କ ଦ୍ବାରା ଶଙ୍କରା ଭରଣ ପଲ୍ଲବୀ, ସେଫାଳିକା ଆନନ୍ଦ ଓ ଗାୟତ୍ରୀ ସରକାରଙ୍କ ଦ୍ବାରା ଅଭିନୟ ସଙ୍ଗିନୀରେ ଚାହାଁ ବେଣୁ ପାଣିକି, ଅଭିପ୍ସା ପତିଙ୍କ ଦ୍ବାରା ଅଭିନୟ (ଚମ୍ପୁ-ହ) ହରି ଆମ୍ଭର ଏତ ପ୍ରାଣ ଧନ ଗୋ, ସସ୍ମିତା ପଲଙ୍କ ଦ୍ବାରା ଅଭିନୟ ନାୟିକା ଏବଂ ଶେଷରେ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ଅଭିନୟ ଦେବୀ ମୟୀ ତମସା ତୀମିରେ ପରିବେଷିତ ହୋଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.