ETV Bharat / city

କ୍ୟାପିଟାଲ ହସ୍ପିଟାଲ IMA ଇନଷ୍ଟିଚ୍ୟୁଟରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ

author img

By

Published : May 12, 2022, 4:51 PM IST

ଅନ୍ତର୍ଜାତିକ ସେବିକା ଦିବସ କ୍ୟାପିଟାଲ ହସ୍ପିଟାଲ ଆଇଏମଏ ଇନଷ୍ଟିଚ୍ୟୁଟରେ ପାଳିତ ହୋଇଛି । ଅଧିକ ପଢନ୍ତୁ

ଆନ୍ତର୍ଜାତିକ ସେବିକା ଦିବସ: କ୍ୟାପିଟାଲ ହସ୍ପିଟାଲ IMA ଇନଷ୍ଟିଚ୍ୟୁଟରେ ପାଳିତ

ଭୁବନେଶ୍ବର: ଆଜି(ଗୁରୁବାର) ସମଗ୍ର ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ନର୍ସ ବା ସେବିକା ଦିବସ । ତେବେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଆଇ.ଏମ.ଏ ଇନଷ୍ଟିଚ୍ୟୁଟ ଠାରେ ଏହି ଦିବସ ପାଳିତ ହୋଇଛି । ମଡର୍ଣ୍ଣ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟ୍‌ଆଙ୍ଗେଲଙ୍କ ଜନ୍ମ ଦିବସରେ ଏହି ଦିବସ ପାଳନ ହୋଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଯୋଗଦେଇଥିବା ବେଳେ ଅନ୍ୟ ଅତିଥି ଭାବେ କଟକ ମେୟର ସୁବାସ ସିଂଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର ସେବିକାମାନେ ଉପସ୍ଥିତ ଥିଲେ । ତେବେ କୋରୋନା କାଳରେ ସେବିକା ବା ନର୍ସ ମାନଙ୍କର ରୋଗୀଙ୍କ ପ୍ରତି ଥିବା ନିସ୍ବାର୍ଥ ସେବା ଅନେକଙ୍କ ପ୍ରାଣ ବଞ୍ଚାଇଥିଲା । ତେଣୁ ତାଙ୍କର ସମାଜ ପ୍ରତି ଥିବା ଏହି ଉତ୍ସର୍ଗୀକୃତ ସେବା ଅତୁଳନୀୟ ।

ହସ୍ପିଟାଲରେ ନିଜ ସୁଖକୁ ବଳିଦାନ ଦେଇ ଗମ୍ଭୀରରୁ ଅତି ଗମ୍ଭୀର ରୋଗୀଙ୍କ ଯତ୍ନ ନେଉଥିବା ନର୍ସଙ୍କ ପାଇଁ ଏହି ଦିବସ ପାଳିତ ହୁଏ । ସେମାନେ ପ୍ରତି ସମୟରେ ଡାକ୍ତର ଓ ରୋଗୀଙ୍କ ଭିତରେ ସେତୁ ଭାବେ କାମ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ଜଣାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.