ETV Bharat / city

International Dog Day: ପଶୁ ହେଲେ ବି ଉପକାର ଭୁଲେନି - କୁକୁର ଦିବସ

ରାତି-ଦିନ ଚୋର, ଖଣ୍ଟ, ଶତ୍ରୁ କିମ୍ବା ବିଭିନ୍ନ ବନ୍ୟଜନ୍ତୁଙ୍କ କବଳରୁ ମାଲିକକୁ ରକ୍ଷା କରିବାକୁ ଆଗେଇ ଆସୁଥିବା ପ୍ରାଣୀ କୁକୁରର ଦିନ । ଆଜି ଅନ୍ତର୍ଜାତୀୟ କୁକୁର ଦିବସ । ଅଧିକ ପଢନ୍ତୁ...

International Dog Day: ପଶୁ ହେଲେ ବି ଉପକାର ଭୁଲେନି

author img

By

Published : Aug 26, 2021, 9:22 AM IST

Updated : Aug 26, 2021, 11:54 AM IST

ହାଇଦ୍ରାବାଦ: ଆଜି-କାଲିର ଦୁନିଆରେ ବିଶ୍ବାସ ଏକ ମହଙ୍ଗା ଶବ୍ଦ ହୋଇଗଲାଣି । ନିଜର ବିହିତ ସ୍ବାର୍ଥ ପାଇଁ ସମ୍ପର୍କକୁ ଭୁଲି ମଣିଷ-ମଣିଷକୁ ହତ୍ୟା କରିବାକୁ ମଧ୍ୟ ପଛାଉନାହିଁ । ଏପରି କ୍ଷେତ୍ରରେ ମଣିଷର ବିଶ୍ବାସ ଜନ୍ମୁଛି ପଶୁ, ପକ୍ଷୀଙ୍କ ଉପରେ । ସମ୍ପର୍କ କଣ ଜାଣି ନ ଥିଲେ ମଧ୍ୟ ଏମାନେ ବେଶ୍ ଭଲଭାବେ ଦାୟିତ୍ବ ତୁଲାଇବା ଜାଣିଥାନ୍ତି ।

ତେବେ ବିଶ୍ବାସ ଶବ୍ଦ ଆସିଲେ ମନକୁ ଆଗ ଆସେ କୁକୁର କଥା । ଏହି ଶବ୍ଦଟିକୁ ବେଶ୍ ଭଲଭାବେ ପ୍ରତିପାଦନ କରେ ତା'ର କାମ । ଦାନା ମୁଠାଏ ଖାଇଥାଏ ବୋଲି ମାଲିକର ଦୂଆର ଛାଡି ଯାଏନି । ରାତି-ଦିନ ଚୋର, ଖଣ୍ଟ, ଶତ୍ରୁ କିମ୍ବା ବିଭିନ୍ନ ବନ୍ୟଜନ୍ତୁଙ୍କ କବଳରୁ ମାଲିକକୁ ରକ୍ଷା କରିବାକୁ ଆଗେଇ ଆସେ ସେ । ଆଜି ଏହି ବିଶ୍ବସ୍ଥ ପ୍ରାଣୀ କୁକୁରର ଦିନ । ଗୃହପାଳିତ ପଶୁ ଏବଂ ପରିବାର ଜୀବନଶୈଳୀ ବିଶେଷଜ୍ଞ, ପଶୁ ଉଦ୍ଧାରକାରୀ ଆଡଭୋକେଟ୍, ସଂରକ୍ଷଣବାଦୀ ତଥା କୁକୁର ପ୍ରଶିକ୍ଷକ କୋଲିନ ପୈଜଙ୍କ ଦ୍ବାରା 2004 ରୁ ଆମେରିକାରେ ଆଜିର ଦିନକୁ ଜାତୀୟ କୁକୁର ଦିବସ ଭାବେ ଘୋଷଣା ହୋଇଥିଲା । ପୈଜଙ୍କ ପରିବାର ତାଙ୍କର ପ୍ରଥମ କୁକୁର 'ସେଲଟି'କୁ 10 ବର୍ଷ ବୟସରେ ଏକ ପଶୁ ଆଶ୍ରୟସ୍ଥଳରୁ ଗ୍ରହଣ କରିଥିଲେ ।

ସେବେଠାରୁ ଅଗଷ୍ଟ ୨୬କୁ ଅନ୍ତର୍ଜାତୀୟ କୁକୁର ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ୧୦ ହଜାରରୁ ଅଧିକ କୁକୁରଙ୍କୁ ଉଦ୍ଧାର କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏଥିସହ କୁକୁର ପାଳନ କରୁଥିବା ମାଲିକଙ୍କୁ ମଧ୍ୟ ଉତ୍ସାହିତ କରିବା ଏହି ଦିବସର ଲକ୍ଷ୍ୟ । ତେବେ ଏପରି ଏକ ବିଶ୍ବସ୍ଥ ପ୍ରାଣୀର ସୁରକ୍ଷା ଦାୟିତ୍ବ ମଣିଷର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 26, 2021, 11:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.