ETV Bharat / city

ରାଜ୍ୟ ପାଳିଲା ବିଶ୍ବ ନିଶା ନିବାରଣ ଦିବସ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଳିତ ହୋଇଛି ବିଶ୍ୱ ନିଶା ନିବାରଣ ଦିବସ । ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ନିଶାମୁକ୍ତ ବ୍ୟକ୍ତିଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନିତ କରାଯାଇଛି ।

author img

By

Published : Jun 26, 2019, 8:19 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ଭୁବନେଶ୍ୱର: ମାଦକ ଦ୍ରବ୍ୟ ବା ନିଶା ବିଗାଡୁଛି ଯୁବପିଢ଼ିଙ୍କୁ । ନିଶା ପାଇଁ ପଥଭ୍ରଷ୍ଟ ହେଉଛନ୍ତି ଯୁବବର୍ଗ ଓ ଛାତ୍ର ସମାଜ । ବଢୁଛି ଅବୈଧ ସମ୍ପର୍କ । ଯାହା ବିରୁଦ୍ଧରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ପାଳିତ ହୋଇଛି ନିଶା ନିବାରଣ ଦିବସ । ଅନୁଗୋଳ, ମୟୂରଭଞ୍ଜ, କନ୍ଧମାଳ, ସୁବର୍ଣ୍ଣପୁର, ନବରଙ୍ଗପୁର ଆଦି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଅନୁଗୋଳ ଜିଲ୍ଲା ପ୍ରଶାସନ ଓ ଜିଲା ଅବକାରୀ ବିଭାଗ ମାଦକ ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ କାରବାର ବିରୋଧୀ ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳନ କରିଛି । ଏହି ଅବସର ସଚେତନତା ଶୋଭାଯାତ୍ରା ସହ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ସଚେତନତା ସଭା ମଧ୍ୟ କରାଯାଇଛି । ଜିଲ୍ଲାପରିସଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଅନ୍ତର୍ଜାତୀୟ ଦିବସରେ ଶିକ୍ଷା ଓ ସମାଜ ମଙ୍ଗଳ ବିଭାଗର ଅଧିକାରୀମାନେ ଯୋଗ ଦେଇ ନିଶା ପାଇଁ ପଥଭ୍ରଷ୍ଟ ହେଉଥିବା ଛାତ୍ର ଓ ଯୁବ ସମାଜଙ୍କୁ ସତ୍‌ ପଥରେ ଯିବାକୁ ଆହ୍ୱାନ ଦେଇଥିଲେ ।

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ରାଲିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସହ ନିଶା ନିବାରଣ କେନ୍ଦ୍ରର ସଦସ୍ୟ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍‌ର ସଭ୍ୟ, ଏନ୍‌ସିସି ପିଲାଙ୍କ ସହ ଅବକାରୀ ବିଭାଗ ଯୋଗଦେଇଥିଲେ । ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଏକ ସଚତନତା ରଥର ଉଦଘାଟନ କରିଛନ୍ତି ।

ସେପଟେ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ପ୍ରଶାସନ, ଅବକାରୀ ବିଭାଗ ଓ ବିଭିନ୍ନ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଜନ ସଚେତନତା ରାଲି ଅନୁଷ୍ଠିତ ହୋଇଛି । କିଛି ମୁଷ୍ଟିମେୟ ମାଫିଆ ଓ କାରବାରୀ ଦ୍ୱାରା ନିମ୍ନ ମାନର ନିଶା ଦ୍ରବ୍ୟ ପ୍ରସ୍ତୁତ କରାଯାଇ ଚୋରା ନିଶା ଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ଶିକାର ହେଉଛନ୍ତି ଜନସାଧାରଣ । ଏହିପରି ନିସାଦ୍ରବ୍ୟ ଠାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବା ସହ, ନିମ୍ନ ମାନର ନିଶା କାରବାର ସମ୍ପର୍କରେ ତୁରନ୍ତ ଜିଲ୍ଲା ପୋଲିସକୁ ସୂଚନା ଦେବା ପାଇଁ ପରାମର୍ଶ ଦିଆଯାଇଥିଲା ।

ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବ୍ୟାପକ ନିଶା କାରବାର ଉପରେ ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛି । ଏକ ସୁସ୍ଥ ସମାଜ ଗଠନ କରିବା ଲକ୍ଷ୍ୟରେ ଜିଲ୍ଲା ଅବକାରୀ ବିଭାଗ, ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରକାଶ କରିଛନ୍ତି । ଏହି ଅଭିଯାନରେ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନକୁ ସାମିଲ କରାଯାଇଛି । ବୁଧବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନିଶା ଦ୍ରବ୍ୟର ଅପବ୍ୟବହାର ଓ ବେଆଇନ ବ୍ୟବସାୟ ବିରୁଦ୍ଧରେ ଆୟୋଜିତ ସଚେତନତା ବୈଠକରେ ଜିଲ୍ଲାପାଳ ଏହା ପ୍ରକାଶ କରିଛନ୍ତି । ବେଆଇନ ନିଶା ଦ୍ରବ୍ୟ ବିକ୍ରି, ବ୍ୟବସାୟ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସମସ୍ତ ଥାନା ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ କହିଛନ୍ତି । ବିଶେଷକରି ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ରାଜ୍ୟ ଅବକାରୀ ମନ୍ତ୍ରୀ ହେବା ପରେ ବେଆଇନ ନିଶା ଦ୍ରବ୍ୟ କାରବାର ଉପରେ ଜିଲ୍ଲା ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ ବେଶ ସଚେତନ ହୋଇଛି ।

କନ୍ଧମାଳ ଜିଲ୍ଲାରେ ନିଶା ନିବାରଣ ପାଇଁ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ଅଭିଯାନ ଜାରି ରହିଛି । ବୁଧବାର ବିଶ୍ୱ ନିଶା ନିବାରଣ ଦିବସ ଅବସରରେ ଦଶ ଜଣ ନିଶାଖୋରଙ୍କୁ ନିଶାମୁକ୍ତ କରିଛି ସଂସ୍ଥା । ଏ ସମ୍ପର୍କରେ ଫୁଲବାଣୀ ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସଭାରେ ନିଶାମୁକ୍ତ ଲୋକଙ୍କୁ ସ୍ୱାଗତ କରାଯାଇଛି । ଏପରି ଅଭିଯାନ ଜାରି ରହିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.