ETV Bharat / city

ମାର୍ଚ୍ଚ 2023 ସୁଦ୍ଧା କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ବସ୍‌ ଟର୍ମିନାଲ - ଭୁବନେଶ୍ବର ନ୍ୟୁଜ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଭିକେ ପାଣ୍ଡିଆନ ଆଜି ଟର୍ମିନାଲର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ମାର୍ଚ୍ଚ 2023 ସୁଦ୍ଧା କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ବସ ଟର୍ମିନାଲ, ସମୀକ୍ଷା କଲେ 5T ସଚିବ

author img

By

Published : Sep 18, 2022, 6:52 PM IST

ଭୁବନେଶ୍ବର : ଦ୍ରୁତଗତିରେ ଆଗେଇ ଚାଲିଛି ବରମୁଣ୍ଡା ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଭିକେ ପାଣ୍ଡିଆନ ଆଜି ଟର୍ମିନାଲର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଆସନ୍ତା ମାର୍ଚ୍ଚ 2023 ସୁଦ୍ଧା ISBT କାମ ଶେଷ କରିବାକୁ 5ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅପରାହ୍ନରେ BDA ଉପାଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ISBT ଓ ବସ ଡିପୋ କାମର ଅଗ୍ରଗତିର ପାଣ୍ଡିଆନ ସମୀକ୍ଷା କରିଛନ୍ତି ।

ସୂଚନା ଅନୁଯାୟୀ, ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି 180 କୋଟି ଟଙ୍କା ବ୍ୟୟରେ ଟର୍ମିନାଲର କାର୍ଯ୍ୟ ଚାଲିଛି । ଏନେଇ 11.48 ଏକର ଜମି ଉପରେ ନିର୍ମିତ ISBT ବରମୁଣ୍ଡାରେ ପାର୍କିଂ, ଏଟିଏମ, ଫୁଡ଼ କୋର୍ଟ, ରେଷ୍ଟୁରାଣ୍ଟ, ଦୋକାନ, କମର୍ସିଆଲ ସ୍ପେସ ପରି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି । ସେଠାରୁ ଶହେରୁ ଅଧିକ ବସ ଚଳାଚଳର ବ୍ୟବସ୍ଥା କରାଯାଇଛି । ତେବେ ଏନେଇ ବସ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବାବେଳେ ISBT କାମର ଅଗ୍ରଗତି ଜାରି ହୋଇଛି ।

ଭୁବନେଶ୍ବର ବରମୁଣ୍ଡା ଇଣ୍ଟର ଷ୍ଟେଟ ବସ୍‌ ଟର୍ମିନାଲ ରାଜ୍ୟର ବ୍ୟସ୍ତ ବସ ଟର୍ମିନାଲ । ପ୍ରତିଦିନ ଏଠାରୁ ଦେଶ ଓ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ ଚଳାଚଳ କରିଥାଏ । ତେବେ ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି 5T ଉପକ୍ରମରେ ଏହି ବସ୍‌ ଟର୍ମିନାଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.