ETV Bharat / city

କେନ୍ଦ୍ରର ନିର୍ଦ୍ଦେଶ, ପଠାଅ ଟିକାଦାନର ସଫଳ କାହାଣୀ - କେନ୍ଦ୍ର

ସମସ୍ୟାକୁ ସୁଯୋଗରେ ପରିଣତ କରି ଟିକାଦାନ କରିଥିବା କର୍ମୀଙ୍କ ସଫଳତାର କାହାଣୀ କେନ୍ଦ୍ରକୁ ପଠାଯିବ । ଏନେଇ ସମସ୍ତ ଜିଲ୍ଲାପାଳ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି । ଅଧିକ ପଢନ୍ତୁ...

ଟିକାଦାନ କ୍ଷେତ୍ରରେ କର୍ମୀଙ୍କ ସଫଳତାର କାହାଣୀ ପଠାଇବାକୁ ନିର୍ଦ୍ଦେଶ

author img

By

Published : Jul 17, 2021, 1:06 PM IST

ଭୁବନେଶ୍ବର: ରାଜ୍ୟରେ ଟୀକାକରଣ ସମୟରେ ଦେଖାଦେଇଥିଲା ଅନେକ ସମସ୍ୟା । ଏହି ସମସ୍ୟାକୁ ଅନେକ କର୍ମୀ ସୁଯୋଗରେ ପରିଣତ କରି ଟିକାଦାନ କରିଥିଲେ । ଟିକାଦାନ କ୍ଷେତ୍ରରେ ସଫଳତାର କାହାଣୀ କହିବାର ଏବେ ସମୟ ଆସିଯାଇଛି । କେନ୍ଦ୍ରର ଚିଠି ଆଧାରରେ ପ୍ରତ୍ୟେକ ବୁଧବାର ସୁଦ୍ଧା ଟୀକାକରଣର ସଫଳତାର କାହାଣୀ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ୟାକୁ ସୁଯୋଗରେ ପରିଣତ କରିଥିବା କର୍ମୀଙ୍କ କାହାଣୀ କେନ୍ଦ୍ରକୁ ପଠାଯିବ। ଏନେଇ ସମସ୍ତ ଜିଲ୍ଲାପାଳ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । କେନ୍ଦ୍ରର ଚିଠି ଆଧାରରେ ଏନେଇ ଚିଠି ଲେଖିଲେ ପ୍ରଦୀପ୍ତ ମହାପାତ୍ର ।

ଟିକାଦାନ କ୍ଷେତ୍ରରେ କର୍ମୀଙ୍କ ସଫଳତାର କାହାଣୀ ପଠାଇବାକୁ ନିର୍ଦ୍ଦେଶ
ଟିକାଦାନ କ୍ଷେତ୍ରରେ କର୍ମୀଙ୍କ ସଫଳତାର କାହାଣୀ ପଠାଇବାକୁ ନିର୍ଦ୍ଦେଶ

ଟିକାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାର କାହାଣି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ବୁଧବାର ସୁଦ୍ଧା ସପ୍ତାହ ଜାକର ସଫଳତାର କାହାଣୀ ଜଣାଇବାକୁ ନିର୍ଦ୍ଦେଶ ରହିଛି । ଟିକାଦାନ ସମୟରେ କିଭଳି ଆହ୍ୱାନର ସମ୍ମୁଖିନ ହୋଇ ଟୀକାକରଣ ହୋଇଛି । ଲୋକଙ୍କ ପାଖରେ ଟିକା ପହଞ୍ଚାଇବା ଲାଗି ଅସାଧାରଣ ପଦକ୍ଷପ ନିଆଯାଇଥିବା କାହାଣୀ ଏଥିରେ ସ୍ଥାନ ପାଇବ। ରାଜ୍ୟରେ ଆଜି ପର୍ଯ୍ୟନ୍ତ 1.36 କୋଟିରୁ ଅଧିକ ଡୋଜ ଟୀକାକରଣ କରାଯାଇଛି।

ଟୀକାକରଣରେ ପରିଚାଳିତ ସ୍ୱାସ୍ଥ୍ୟକର୍ମୀ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ବୁଧବାର ସୁଦ୍ଧା ନିର୍ଦ୍ଦେଶକ, SIHFW, ଓଡିଶା ଇମେଲ୍ ID- sihfw.odisha@gmail.comକୁ ଏକ ବିଷୟବସ୍ତୁ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । କୋରୋନା ଟୀକାକରଣ, ଏହା ସମ୍ଭବ କରିବା । ଏହି ବିଷୟବସ୍ତୁ ଉପରେ ସଫଳତାର ବିବରଣୀ ରଖିବା ନିମନ୍ତେ ନିର୍ଦ୍ଦେଶ ରହିଛି । ଏନେଇ ସମସ୍ତ ଜିଲ୍ଲାପାଳ ଓ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.