ETV Bharat / city

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ

author img

By

Published : Jun 9, 2022, 10:20 PM IST

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ ଖୁବଶୀଘ୍ର ମିଳିବ କ୍ଷତିପୂରଣ । ଅଧିକ ପଢ଼ନ୍ତୁ

ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ : ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ ଖୁବଶୀଘ୍ର ମିଳିବ କ୍ଷତିପୂରଣ । ଏଥି ନିମନ୍ତେ ବୀମା କମ୍ପାନୀ, ବ୍ୟାଙ୍କ ଏବଂ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

କୃଷି ଭବନରେ ଆୟୋଜିତ ସ୍ଵତନ୍ତ୍ର ବୈଠକରେ କୃଷି ମନ୍ତ୍ରୀ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଛି । ଝାରସୁଗୁଡ଼ା ଜିଲ୍ଲାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ବୀମାଭୁକ୍ତ ଚାଷୀମାନଙ୍କର କ୍ଷତିପୂରଣ ପ୍ରଦାନ ସଂପର୍କରେ ବିଷଦ ଭାବରେ ଆଲୋଚନା କରାଯାଇଛି । ଚାଷୀମାନଙ୍କୁ ବୀମା ପ୍ରଦାନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ଆଶୁ ସମାଧାନ କରି ସମସ୍ତ ଯୋଗ୍ୟ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ମନ୍ତ୍ରୀ ସମ୍ପୃକ୍ତ ବୀମା କମ୍ପାନୀ ଓ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପାଣିପାଗର ଅନିଶ୍ଚିତତା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସମସ୍ତ ଚାଷୀ ଫସଲବୀମା ପଞ୍ଜିକରଣ କରି ନିଜ ଫସଲକୁ ସୁରକ୍ଷିତ ରଖିବା ପାଇଁ ମନ୍ତ୍ରୀ କହିଛନ୍ତି । ଏଥି ସହିତ ଫସଲବୀମାରେ ବୈଷୟିକ ଜ୍ଞାନକୌଶଳ ବିନିଯୋଗ କରି କ୍ଷତି ଆକଳନ ପ୍ରକ୍ରିୟାକୁ ନିର୍ଭୁଲ ଓ ସୁଦୃଢ଼ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ବୈଠକରେ ସମବାୟ ସଚିବ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ.ଏମ୍. ମୁଥୁକୁମାର, ନିବନ୍ଧକ ସମବାୟ ସମିତି ଉଦ୍ଧବ ଚରଣ ମାଝୀ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡ. ବି.ବି. ନନ୍ଦଙ୍କ ସମେତ ରିଲାଏନ୍ସ ଜିଆଇସି ଲିମିଟେଡ୍‌ର ପ୍ରତିନିଧି, ବିଭାଗୀୟ ବରିଷ୍ଠ ଅଧିକାରୀ, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର, କୁଲାବିରା, ଲାଇକେରା, କିରିମିରା ଓ ଝାରସୁଗୁଡ଼ା ବ୍ଲକ୍‌ର ଅନେକ ଚାଷୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.