ETV Bharat / city

ବଢୁଛି ସଂକ୍ରମଣ, ତଥାପି ବନ୍ଦ ହେବନି ଶିକ୍ଷାନୁଷ୍ଠାନ - coronavirus infection

ରାଜ୍ୟର ଶିକ୍ଷାନୁଷ୍ଠାନରେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟୁଥିଲେ ମଧ୍ୟ ସରକାରୀ ବିଦ୍ୟାଳୟ ଓ କଲେଜରେ ଏହି ମାମଲା ଦେଖାଯାଉନଥିବାରୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯିବ ନାହିଁ ବୋଲି ଗଣ ଶିକ୍ଷାମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

ବନ୍ଦ ହେବନି ଶିକ୍ଷାନୁଷ୍ଠାନ: ଗଣଶିକ୍ଷାମନ୍ତ୍ରୀ

author img

By

Published : Mar 29, 2021, 1:30 PM IST

Updated : Mar 29, 2021, 1:53 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷ ଭାବରେ ଶିକ୍ଷାନୁଷ୍ଠାନମାନଙ୍କରୁ ଏକାଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ଆଗକୁ ପିଲାଙ୍କ ବାର୍ଷିକ ପରୀକ୍ଷା ରହୁଥିବା ବେଳେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ତେବେ ଘରୋଇ ବିଦ୍ୟାଳୟରେ ସଂକ୍ରମଣ ବଢୁଥିବାରୁ ସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯିବ ନାହିଁ ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ।

ବନ୍ଦ ହେବନି ଶିକ୍ଷାନୁଷ୍ଠାନ: ଗଣଶିକ୍ଷାମନ୍ତ୍ରୀ

ପିଲାଙ୍କର ବାର୍ଷିକ ପରୀକ୍ଷା ଥିବା ବେଳେ ସ୍କୁଲ କଲେଜରେ କୋରୋନା ସଂକ୍ରମଣ ବଢିବା ନେଇ ବିପଦ ରହିଛି । ରାଜ୍ୟରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ ଓ ଇଞ୍ଜିନିୟର କଲେଜ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଶିକ୍ଷାବିତ ରଞ୍ଜନ ପଣ୍ଡା କହିଛନ୍ତି ଯେ ପୂର୍ବ ବର୍ଷ ସ୍କୁଲ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପାଇଁ ରାଜ୍ୟ ସରକାର ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଶିକ୍ଷାନୁଷ୍ଠାନରେ କୋଭିଡ ଚିହ୍ନଟ ହୋଇଥିବା ବେଳେ ପିଲାଙ୍କ ଜୀବନକୁ ସୁରକ୍ଷା ଦେଇ ପରୀକ୍ଷା କରାଯାଉ ବୋଲି ସେ କହିଛନ୍ତି।

ତେବେ ଯେଉଁଭଳି ଭାବରେ କଲେଜ ସ୍କୁଲରେ ପଜିଟିଭ ଚିହ୍ନଟ ହେଉଛନ୍ତି ତାକୁ ନେଇ ରାଜ୍ୟ ସରକାର ଠିକ ଭାବରେ କଟକଣା କଡ଼ାକଡ଼ି କରିବା ଆବଶ୍ୟକ । କୌଣସି ସ୍କୁଲରେ କୋରୋନା କଟକଣା ପାଳନ ହେଉନଥିବାରୁ କୋରୋନା ପଜିଟିଭ ସଂଖ୍ୟାରେ ବୃଦ୍ଧି ଘଟୁଛି । ତେଣୁ ଠିକ ଭାବରେ କୋରୋନା କଟକଣାକୁ କଡ଼ାକଡ଼ି କରିବା ସହ ପରୀକ୍ଷା କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ଅଭିଭାବକ ସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ।

କୋରୋନା ସଂଖ୍ୟାରେ ବୃଦ୍ଧି ଘଟିଲେ ମଧ୍ୟ କୌଣସି ମତରେ ବି ସ୍କୁଲ କଲେଜ ବନ୍ଦ ହେବ ନାହିଁ । ସରକାରୀ ସ୍କୁଲରେ ପଜିଟିଭ ଚିହ୍ନଟ ହୋଇନଥିବା ବେଳେ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆଗକୁ ବାର୍ଷିକ ପରୀକ୍ଷା ଥିବାରୁ ସମସ୍ତ ଉଭୟ ଘରୋଇ ଓ ସରକାରୀ ସ୍କୁଲ କଲେଜଗୁଡିକ କୋରୋନା କଟକଣାକୁ କଡ଼ାକଡ଼ି ଭାବରେ ପାଳନ କରିବା ସହ ଯେଉଁମାନେ ନିୟମକୁ ମାନୁନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Mar 29, 2021, 1:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.