ଭୁବନେଶ୍ବର: କୋରୋନା କାଳରେ ଉତ୍ତମ ପରିବହନ ବ୍ୟବସ୍ଥା ପାଇଁ ‘ମୋ ବସ’ ସେବାକୁ ଜାତୀୟ ସମ୍ମାନୀତ । କେନ୍ଦ୍ର ଗୃହ ଓ ନଗର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ 13ତମ ସହରାଞ୍ଚଳ ମୋବିଲିଟି ଇଣ୍ଡିଆ ସମ୍ମିଳନୀରେ ‘ମୋ ବସ’କୁ ଏକ୍ସିଲେନ୍ସି ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇଁ କ୍ରୁଟ କର୍ତ୍ତୁପକ୍ଷଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସଂକ୍ରମଣ ସମୟରେ କ୍ରୁଟର ‘ମୋ ବସ’ ଟ୍ବିନ୍ ସିଟି ସମେତ ବିଭିନ୍ନ ସ୍ଥାନରେ ସେବା ଯୋଗାଇ ଥିଲା । ଏପରିକି କୋଭିଡ କଟକଣା ମାନି ଯାତ୍ରୀଙ୍କୁ ସୁରକ୍ଷିତ ପରିବାହନ ସେବା କ୍ରୁଟ ପକ୍ଷରୁ ଦିଆଯାଇଥିଲା । ବିଶେଷ କରି ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି ।