ETV Bharat / city

ବରଗଡରୁ ଆହତ ଅଜଗର ଉଦ୍ଧାର, OUATରେ ଚାଲିଛି ଚିକିତ୍ସା

author img

By

Published : Sep 30, 2022, 6:04 PM IST

Updated : Sep 30, 2022, 6:43 PM IST

ବରଗଡ ବରଗାଁ ବ୍ଲକର ଏକ ବିଲରୁ ଆହତ ଅବସ୍ଥାରେ ଏକ 9 ଫୁଟର ଅଜଗରକୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଚିକିତ୍ସା ପାଇଁ ଭୁବନେଶ୍ୱର ଓୟୁଏଟିକୁ ଅଣାଯାଇ ଅଜଗରର ଏକ୍ସରେ କରାଯାଇ ଚିକିତ୍ସା କରାଯାଉଛି । ଅଧିକ ପଢନ୍ତୁ

ବରଗଡରୁ ଆହତ ଅଜଗର ଉଦ୍ଧାର
ବରଗଡରୁ ଆହତ ଅଜଗର ଉଦ୍ଧାର

ଭୁବନେଶ୍ବର: ବରଗଡରୁ ଆହତ ଅଜଗର ଉଦ୍ଧାର । ବରଗଡ ବରଗାଁ ବ୍ଲକର ଏକ ବିଲରୁ ଆହତ ଅବସ୍ଥାରେ ଏକ 9 ଫୁଟର ଅଜଗରକୁ ଉଦ୍ଧାର କରାଯାଇଛି । ଆହତ ଅଜଗରକୁ ଉଦ୍ଧାର କରାଯାଇ ଶୁକ୍ରବାର ଚିକିତ୍ସା ପାଇଁ ଭୁବନେଶ୍ୱର ଓୟୁଏଟିକୁ ଅଣାଯାଇ ଏକ୍ସରେ କରାଯାଇ ଚିକିତ୍ସା କରାଯାଉଛି । କିଛି ଲୋକ ଅଜଗରକୁ ପିଟି ଆହାତ କରିଥିବା ଜଣାପଡିଛି । ତେବେ ଅଜଗରର ମୁଣ୍ଡ ସହ ମେରୁଦଣ୍ଡରେ ଗଭୀର ଆଘାତ ହୋଇଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡିଛି ।

ବରଗଡରୁ ଆହତ ଅଜଗର ଉଦ୍ଧାର

ସୂଚନା ଅନୁସାରେ, ଆହତ ସାପକୁ ଦେଖିବା ପରେ ଗ୍ରାମବାସୀ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ଖବରପାଇ ସ୍ନେକ ହେଲ୍ପଲାଇନ ଘଟଣା ସ୍ଥଳରେ ପହଞ୍ଚି ଗତ ୨୮ ତାରିଖରେ ଅଜଗରକୁ ଉଦ୍ଧାର କରିଥିଲେ । ଏନେଇ ସ୍ନେକ ହେଲ୍ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, " ଓୟୁଏଟିକୁ ବରଗଡ ଡିଏଫଓ ପଠାଇଛନ୍ତି । କିଛି ଲୋକ ସାପକୁ ପିଟି ଥିବା ଜଣାପଡିବା ପରେ ସ୍ନେକ ହେଲ୍ପଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପର ମୁଣ୍ଡରେ ଦୁଇଟି କଣା ହୋଇଥିବା ବେଳେ ଛୁଇଁଲେ ସାପଟିକୁ କଷ୍ଟ ହେଉଛି ।

ଏହା ମଧ୍ୟ ପଢନ୍ତୁ: ବଲିଉଡ୍‌ର ମସ୍ତାନି ଦୀପିକା ପାଦୁକୋନ ଏହି ମାରାତ୍ମକ ରୋଗର ଶିକାର

ଓୟୁଏଟିର ପ୍ରାଣୀ ଚିକିତ୍ସକ ଇନ୍ଦ୍ରମଣି ନାଥ କହିଛନ୍ତି ଯେ, "ଅଜଗର ସାପକୁ ଆଘାତ ଲାଗିବା ଯୋଗୁଁ ଚଳଚଞ୍ଚଳ ହୋଇ ପାରୁନାହିଁ । ମୁଣ୍ଡକୁ ସୁରକ୍ଷିତ ରଖିବା ଚେଷ୍ଟା କରୁଛି ସାପଟି । ସାପର ମୁଣ୍ଡ ଓ ମେରୁଦଣ୍ଡରେ ଗଭୀର ଆଘାତ ହୋଇଛି । ଯାହା ଆମ ପାଇଁ ଏକ ଚଲେଞ୍ଜ । ସାପଟିର ମେରୁଦଣ୍ଡକୁ ପ୍ରଥମେ ପ୍ଲାଷ୍ଟର କରାଯିବ । ଯାହା 6 ରୁ 7 ଦିନ ପର୍ଯ୍ଯନ୍ତ ରହିବ । ଯଦି ସେହି ଅବସ୍ଥାରେ ସାପଟି ଚଳ ଚଞ୍ଜଳ ରହେ ତେବେ ଆଗାମୀ 6 ମାସ ପାଇଁ ପ୍ଲାଷ୍ଟର କରାଯିବ । ସାପଟିର ଗତିବିଧି ଉପରେ ନଜର ରଖାଯିବ। ଏହି 7 ଦିନ ପର୍ଯ୍ୟରେ ରଖିବା ପରେ ପରବର୍ତ୍ତୀ ସମୟରେ ଚିକିସା ପାଇଁ ସ୍ଥିର କରାଯିବ ।

ଏପଟେ ବରଗଡ ବନାଞ୍ଚଳର ଫରେଷ୍ଟର ସୁଭୂତି ରଞ୍ଜନ ସୁଶାଳୀ କହିଛନ୍ତି ଯେ, " ଗାଁର କିଛି ଲୋକ ସାପଟିକୁ ଆହତ ଅବସ୍ଥାରେ ପଡିଥିବା ଦେଖିବା ପରେ ଫରେଷ୍ଟରଙ୍କୁ ଖବର ଦେଇଥିଲେ । ସାପଟିକୁ ପ୍ରଥମେ 1 ଦିନ ଅବଜରଭେସନରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଓୟୁଏଟି ଅଣାଯାଇଥିଲା ।"

ସୂଚନା ଅନୁଯାୟୀ, 28 ତାରିଖ ବରଗଡ଼ ବରଗାଁରେ ଏକ 9 ଫୁଟ ଲମ୍ବ ଏକ କ୍ଷତାକ୍ତ ଅଜଗର ସାପକୁ ଉଦ୍ଧାର କରିଥିଲା ବନ ବିଭାଗ । ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା ପରେ ଗୋଟେ ଦିନ ନିରୀକ୍ଷଣରେ ରଖାଯାଇଥିଲା । ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଓୟୁଏଟି ପ୍ରାଣୀ ଚିକିତ୍ସାଳୟକୁ ଅଣା ଯାଇଥିଲା । କିନ୍ତୁ ଗୁରୁତର ଭାବେ ମୁଣ୍ଡରେ ଶକ୍ତ ଆଘାତ ଥିବାରୁ ଅଜଗରଟି ନିସ୍ତେଜ୍ ହୋଇ ପଡ଼ିରହିଥିବା ବେଳେ ଚିକିତ୍ସା ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 30, 2022, 6:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.