ETV Bharat / city

ଉପକୂଳବର୍ତ୍ତୀ 6 ଜିଲ୍ଲାରେ ବଢୁଛି ସଂକ୍ରମଣ: ସଚେତନତା ସହ ହେବ ଏନଫୋର୍ସମେଶ୍ଟ - ଉପକୂଳବର୍ତ୍ତୀ ଅଞ୍ଚଳ

ଦିନକୁ ଦିନ ପଶ୍ଚିମ ଓଡିଶାରେ ବଢିବାରେ ଲାଗିଛି ସଂକ୍ରମଣ । କୋଭିଡ ଗାଇଡ ଲାଇନ ପାଳନ ସହ ଲୋକଙ୍କୁ ସଚେତନତା ସହ ଏନଫୋର୍ସମେଶ୍ଟ ନିତାନ୍ତ ଆବଶ୍ୟକ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ । ଅଧିକ ପଢନ୍ତୁ...

ଉପକୂଳବର୍ତ୍ତୀ 6 ଜିଲ୍ଲାରେ ବଢୁଛି ସଂକ୍ରମଣ: ସଚେତନତା ସହ ହେବ ଏନଫୋର୍ସମେଶ୍ଟ

author img

By

Published : Jul 11, 2021, 9:43 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରି ପଶ୍ଚିମ ଓଡିଶାରୁ ଆରମ୍ଭ ହୋଇଥିଲା ସଂକ୍ରମଣ। ଆଉ ଉପକୂଳ ଅଞ୍ଚଳକୁ ପରେ ବ୍ୟାପିଥିଲା ସଂକ୍ରମଣ । ଧୀରେ ଧୀରେ ସଂକ୍ରମଣ କମିବ ବୋଲି ଯାହା ଅନୁମାନ କରାଯାଉଛି ଯେ ଚଳିତ ମାସ 20 ତାରିଖ ବେଳକୁ ଅନେକ ସଂକ୍ରମଣ କମିଯାଇଥିବ । ରାଜ୍ୟରେ TPR ରେଟ 2.91% ରହିଥିବା ବେଳେ ରାଜ୍ୟରେ ଅନ୍ୟ ଦୁଇଟି ଜିଲ୍ଲା ଏବେ 5% ଉପରେ ରହୁଛି ସଂକ୍ରମଣ । ସେହି ଦୁଇଟି ଜିଲ୍ଲା ଗୁଡିକରେ ମୟୁରଭଞ୍ଜରେ 5.45%, ନୟାଗଡରେ 5.82% ସଂକ୍ରମଣ ରହୁଛି। ସେହିପରି ଭାବରେ ବାଲେଶ୍ବର ଜିଲ୍ଲାରେ 4.08%, କଟକରେ 4.94%, ଖୋର୍ଦ୍ଧାରେ 4.81%, ମାଲକାନଗିରିରେ 4.09% ରହିଛି ସଂକ୍ରମଣ ହାର ।

ଉପକୂଳବର୍ତ୍ତୀ 6 ଜିଲ୍ଲାରେ ବଢୁଛି ସଂକ୍ରମଣ: ସଚେତନତା ସହ ହେବ ଏନଫୋର୍ସମେଶ୍ଟ

ଏପଟେ ରାଜ୍ୟରେ ସଂକ୍ରମଣ କମୁଥିବାବେଳେ ଜିଲ୍ଲାରେ କିଛି ସ୍ଥାନରେ ସଂକ୍ରମଣ ବଢ଼ିବାରେ ଲାଗୁଛି । ଯେଭଳି ଭାବରେ ରାଜ୍ୟରେ 2 ଟି ଜିଲ୍ଲା ବର୍ତ୍ତମାନ ରେଡ଼ ଜୋନରେ ରହିଛି, ସେହି ଜିଲ୍ଲା ଗୁଡିକ ହେଲା କଟକ ଓ ଖୋର୍ଦ୍ଧା । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ପୁରୀ ବର୍ତ୍ତମାନ ସମୟରେ ୟୋଲୋ ଜୋନରେ ରହିଛି । ଦେଖିବାକୁ ଗଲେ ରାଜ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସଂକ୍ରମଣ ବଢୁଛି । ଅନ୍ୟପଟେ କରୋନାକୁ ମାତ୍ ଦେବାଲାଗି ସମସ୍ତ ବର୍ଗର ଲୋକଙ୍କୁ ଦିଆଯାଉଛି ଟିକା । ଟିକା ଅଭାବ କାରଣରୁ ରାଜ୍ୟରେ ଟୀକାକରଣ ବାଧାପ୍ରାପ୍ତ ହେଉଛି । ରାଜ୍ୟରେ ମୋଟ ଟୀକାକରଣ 1 କୋଟି 34 ଲକ୍ଷ 50 ହଜାର 317 ଡୋଜ ଦିଆଯାଇଥିବା ବେଳେ ସେଥିରେ ପ୍ରଥମ ଡୋଜ ନେଇଛନ୍ତି 1 କୋଟି 7 ଲକ୍ଷ 31 ହଜାର 764 ଓ ଦ୍ବିତୀୟ ଡୋଜ ନେଇଛନ୍ତି 27 ଲକ୍ଷ 18 ହଜାର 553 ଡୋଜ।

ସେପଟେ କୋଭିଡ ଯୋଦ୍ଧା ଭାବେ ଟିକା ନେଇଛନ୍ତି ମୋଟ 11 ଲକ୍ଷ 19 ହଜାର 179 ଜଣ। ପ୍ରଥମ ଡୋଜ ନେଇଛନ୍ତି 6 ଲକ୍ଷ 49 ହଜାର 141 ଓ ଦ୍ବିତୀୟ ଡୋଜ ନେଇଛନ୍ତି 4 ଲକ୍ଷ 70 ହଜାର 38 ଜଣ । ତେବେ ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଶ୍ରୀକାନ୍ତ ଧର କହିଛନ୍ତି ଯେ ଯେହେତୁ 6 ଟି ଜିଲ୍ଲାରେ ଅଧିକ ସଂକ୍ରମଣ ଦେଖାଦେଉଛି, ତେବେ ଅନଲକ ପ୍ରୋସେସକୁ ଯାଇପାରିବା ନାହିଁ । ନିୟମ ଗୁଡିକ ଅଧିକ କଟକଣା ସହ ବଳବତ୍ତର ରହିବ । ଯେଉଁଠି ଅଧିକ ସଂକ୍ରମଣ ହେଉଛି ସେଠାରେ ଅଧିକ ଏନଫୋର୍ସମେଣ୍ଟ କରାଇବା ଲୋକଙ୍କୁ ସଚେତନ କରିବା ଅଧିକ ଟୀକାକରଣ ବ୍ୟବସ୍ଥାକୁ ଗୁରୁତ୍ବ ଦେବା।

ଏହା ସହ ଟୀକାକରଣ କେନ୍ଦ୍ରରେ ସାମାଜିକ ଦୂରତ୍ବ ଓ କୋଭିଡ ନିୟମ ମାନୁନାହାନ୍ତି ସେଥିପ୍ରତି ଗୁରୁତ୍ବ ଦେବା । ଲୋକମାନେ ଯେଭଳି ଭାବରେ ଭିଡ ନ କରିବେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବାେଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.