ETV Bharat / city

ଶୀତରେ ବଢ଼ିପାରେ ସଂକ୍ରମଣ, ସତର୍କ କଲା ସ୍ବାସ୍ଥ୍ୟ ବିଭାଗ - ଶୀତରେ ବଢିପାରେ ସଂକ୍ରମଣ

ଶୀତଋତୁରେ ସଂକ୍ରମଣ ବଢିପାରେ ବୋଲି ଆଶଙ୍କା ରହିଛି । ଏଣୁ ସତର୍କ ରହିବାକୁ ସତର୍କ କରାଇଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ଶୀତରେ ବଢ଼ିପାରେ ସଂକ୍ରମଣ, ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

author img

By

Published : Oct 4, 2021, 3:18 PM IST

ଭୁବନେଶ୍ବର: ଆଗକୁ ଆସୁଛି ଶୀତ ଋତୁ । ଏହି ଋତୁରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । କାରଣ ଲୋକମାନେ ଥଣ୍ଡା ଯୋଗୁଁ ଅଧିକ ସମୟରେ ବାହାରେ ବୁଲନ୍ତି ନାହିଁ । ଫଳରେ ଘର ଭିତରେ ମଧ୍ୟ ଭିଡ଼ ହୋଇ ସଂକ୍ରମଣ ବଢିବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି DMET ସିବିକେ ମହାନ୍ତି ।

ଶୀତରେ ବଢ଼ିପାରେ ସଂକ୍ରମଣ, ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

ଶୀତ ଋତୁରେ ଅନେକ ଲୋକ ଘରେ ରହିବାକୁ ଚାହାଁନ୍ତି । ଥଣ୍ଡା ଯୋଗୁଁ ଅଧିକାଂଶ ବାହାରେ ବୁଲନ୍ତି ନାହିଁ । ତେଣୁ ଭିଡ ହୋଇ ସଂକ୍ରମଣ ବଢିବାର ସାମାନ୍ୟ ଭୟ ରହିଛି । କିନ୍ତୁ ଯେତେ କମ ସଂକ୍ରମଣ ହେଲେ ମଧ୍ୟ ତାକୁ ପ୍ରତିକାର କରିବାକୁ ପଡିବ । ଆମର ଗୋଟିଏ ଭୁଲ ବଡ଼ ବିପଦକୁ ଆମନ୍ତ୍ରଣ କରିପାରେ ବୋଲି କହିଛନ୍ତି ଡିଏମଇଟି ।

ଅନ୍ୟପଟେ କୌଣସି ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଭାରତ ସରକାର କୌଣସି ପ୍ରତିବନ୍ଧକ ରଖି ନାହାନ୍ତି । ଅନ୍ୟ ରାଜ୍ୟରୁ ଲୋକ ଆସିବେ । ସେମାନେ ଯାହା ପାଖକୁ ଆସୁଛନ୍ତି ସେମାନେ ସତର୍କତା ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି ।

ସେପଟେ ପୂର୍ବରୁ ତୃତୀୟ ଲହରକୁ ନେଇ ଭିନ୍ନ ଭିନ୍ନ ମତ ଆସିଥିଲା । ଏପର୍ଯ୍ୟନ୍ତ ତୃତୀୟ ଲହର ଆସିନାହିଁ । ସମୟ କହିବ କେବେ ଆସିବ । ସବୁବେଳେ ସବୁ ଆକଳନ ଠିକ ହେବ ବୋଲି କହିହେବ ନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.