ETV Bharat / city

ସରିଛି ରଥଯାତ୍ରା, ବଢ଼ିପାରେ ସଂକ୍ରମଣ: ବିଜୟ ମହାପାତ୍ର - ରଥଯାତ୍ରା ପରେ ସଂକ୍ରମଣ ବଢ଼ିପାରେ କହିଲେ ବିଜୟ ମହାପାତ୍ର

ରଥଯାତ୍ରା ସରିଥିବାରୁ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି ଜନସାଧାରଣ । ତେଣୁ, ସେମାନଙ୍କୁ ନଜର ରଖାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ

ସରିଛି ରଥଯାତ୍ରା, ବଢ଼ିପାରେ ସଂକ୍ରମଣ: ବିଜୟ ମହାପାତ୍ର

author img

By

Published : Jul 13, 2022, 10:29 PM IST

ଭୁବନେଶ୍ବର: ରଥଯାତ୍ରା ସରିଥିବାରୁ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି ଜନସାଧାରଣ । ତେଣୁ, ସେମାନଙ୍କୁ ନଜର ରଖାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, କମ୍ୟୁନିଟିରେ ମଧ୍ୟ ପଜିଟିଭିଟି କେସ ରହିଛି ତେଣୁ, ବିଭିନ୍ନ ଜିଲ୍ଲାରେ କଣ ପରିସ୍ଥିତି ରହୁଛି ତାକୁ ତର୍ଜମା କରାଯଉଛି । ଅନ୍ୟ ଲହର ଗୁଡିକ ପରି ସଂକ୍ରମଣ ବଢ଼ୁନାହିଁ ହେଲେ ଧୀର ଗତିରେ ସଂକ୍ରମଣ ବଢୁଛି। ନିୟମ ମାନିବା ସହ ଯେଉଁମାନେ ଟିକା ନେଇନାହାନ୍ତି ତୁରନ୍ତ ଟିକା ନିଅନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ମୁତାବକ, ‘‘କେତେ ବଢୁଛି ? ବଢିବାର ଆକାର କ’ଣ ? ଫାଟାଲିଟି କେତେ ? ଏହା ଉପରେ ଆମେ ସମ୍ପୂର୍ଣ୍ଣ ନଜର ରଖିଛୁ । ରାଜ୍ୟରେ ଏହି ଲହରରେ ପ୍ରଥମ କୋଭିଡ ଜନିତ ମୃତ୍ୟୁ ହୋଇଛି । ତେଣୁ, ବେଶୀ ଆନୁସଙ୍ଗିକ ରୋଗ ଥିବା ଲୋକଙ୍କ କ୍ଷେତ୍ରରେ ଏହା ପ୍ରଭାବ ପକାଉଛି । ତେଣୁ, ସେମାନେ ସଚେତନ ରହିବା ନିହାତି ଆବଶ୍ୟକ ।’’ ଅନ୍ୟ ରାଜ୍ୟରେ ଯେଉଁଭଳି କେସ ଖସୁଛି ତେଣୁ, ଆକଳନ କରାଯାଇପାରେ ଯେ ଆଗାମୀ ଅଗଷ୍ଟ ଦ୍ବିତୀୟ ସପ୍ତାହ ସୁଦ୍ଧା ଓଡିଶା ଭଲ ସ୍ଥିତିକୁ ଆସିପାରେ । ତେଣୁ, ବର୍ତ୍ତମାନ ଓଡିଶାରେ ଉପର ମୁହାଁ ଗ୍ରାଫ ରହିଛି । ଏହା ବଢିଲା ପରେ ସମାନ୍ତରାଳ ହୋଇ କିଛି ଦିନ ରହିବା ପରେ ଧୀରେ ଧୀରେ ଖସିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.