ETV Bharat / city

‘ଆସନ୍ତା 3 ମାସ ସତର୍କ ରୁହ, ସହଯୋଗ ନ କଲେ ସଂକ୍ରମଣ ବୃଦ୍ଧି ଥୟ’ - dmet reaction on corona

ପାର୍ବଣରେ ପୁଣି ଫେରିଛି କୋରୋନା । ରାଜ୍ୟରେ ଦିନେ ବଢିଲେ ଦିନେ କମୁଛି ସଂକ୍ରମଣ । ସେପ୍ଟେମ୍ବର ଓ ଅକ୍ଟୋବର ପାର୍ବଣର ଋତୁ ହୋଇଥିବାରୁ ଏହି ସମୟରେ ଭିଡ ଲାଗି ରହେ । ଏହାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

ସହଯୋଗ ନ କଲେ ସଂକ୍ରମଣ ବୃଦ୍ଧି ଥୟ: DMET
ସହଯୋଗ ନ କଲେ ସଂକ୍ରମଣ ବୃଦ୍ଧି ଥୟ: DMET
author img

By

Published : Oct 8, 2021, 1:42 PM IST

Updated : Oct 8, 2021, 1:57 PM IST

ଭୁବନେଶ୍ବର: ପାର୍ବଣରେ ପୁଣି ଫେରିଛି କୋରୋନା । ରାଜ୍ୟରେ ଦିନେ ବଢିଲେ ଦିନେ କମୁଛି ସଂକ୍ରମଣ । ସେପ୍ଟେମ୍ବର ଓ ଅକ୍ଟୋବର ପାର୍ବଣର ଋତୁ ହୋଇଥିବାରୁ ଏହି ସମୟରେ ଭିଡ ଲାଗି ରହେ । ଏହାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏ ନେଇ ରାଜ୍ୟବାସୀଙ୍କ ସହଯୋଗ ମାଗିଛନ୍ତି ସରକାର । ସତର୍କତା ଅବଲମ୍ବନ ନକଲେ ସଂକ୍ରମଣ ବୃଦ୍ଧି ଥୟ ବୋଲି କହିଛନ୍ତି DMET ସିବିକେ ମହାନ୍ତି ।

‘ଆସନ୍ତା 3 ମାସ ସତର୍କ ରୁହ, ସହଯୋଗ ନ କଲେ ସଂକ୍ରମଣ ବୃଦ୍ଧି ଥୟ’

ପାର୍ବଣ ସମୟରେ ସାମାଜିକ ଦୂରତା ରହୁନଥିବା ବେଳେ ମାସ୍କ ବ୍ୟବହାର କମ ଦେଖିବାକୁ ମିଳେ । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ୩ ମାସ ପର୍ଯ୍ୟନ୍ତ ଅଧିକ ସଚେତନତା ରହିବାକୁ କହିଛନ୍ତି । ଯାହାକୁ ପାର୍ବଣ ସମୟରେ ମାନିବାର ଆବଶ୍ୟକ ରହିଛି । ସାମାନ୍ୟ ଢିଲାପଣ ବିପଦକୁ ଡାକିପାରେ । ଖାଲି ସେତିକି ନୁହେଁ ସହଯୋଗ ନ କଲେ ଭବିଷ୍ୟତରେ ସଂକ୍ରମଣ ବଢ଼ିବାର କାରଣ ଆମେ ନିଜେ ସାଜିବା ବୋଲି କହିଛନ୍ତି DMET ।

ଖାଲି ଭୁବନେଶ୍ବର ନୁହେଁ କଟକଣାକୁ କଠୋର କରାଯାଇଛି । ଲୋକେ ସଚେତନତା ହେଲେ ସଂକ୍ରମଣ ନିୟନ୍ତ୍ରଣ ରହିବ । ସତର୍କତା ହିଁ ସଂକ୍ରମଣ ବୃଦ୍ଧି ଉପରେ ରୋକ ଲଗାଇପାରିବ । ରାଜ୍ୟ ସରକାର କେନ୍ଦ୍ର ସରକାର ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି କହିଛନ୍ତି DMET ସିବିକେ ମହାନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

Last Updated : Oct 8, 2021, 1:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.