ETV Bharat / city

ଇଣ୍ଡୋର ପ୍ଲାଣ୍ଟେସନ କରି ପ୍ରେରଣା ପାଲଟିଲେ ଅଶୋକ, 5 ବଖରା ଘରେ ଲାଗିଛି 100 ପ୍ରଜାତି ଗଛ - ଅଶୋକ କୁମାର ଶାରଦା

ସବୁଜ ବଳୟ ଭିତରେ ସୁନ୍ଦର ବାସଭବନ । ଚାରିଆଡେ ସବୁଜିମା, ଦେଖିଲେ ଆଖି ଲାଖି ଯାଉଛି । ଘର ଭିତରକୁ ପ୍ରବେଶ କଲେ ଲାଗିବ ଯେମିତି ଏହା ଘର ନୁହେଁ ଏକ ଗ୍ରୀନ କରିଡ଼ର । ସମୟର ସଦୁପଯୋଗ ସହ ଇଣ୍ଡୋର ପ୍ଲାଣ୍ଟେସନ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଭୁବନେଶ୍ବର ପଟିଆ ଅଞ୍ଚଳରେ ରହୁଥିବା ଅଶୋକ କୁମାର ଶାରଦା ।

ଇଣ୍ଡୋର ପ୍ଲାଣ୍ଟେସନ କରି ପ୍ରେରଣା ପାଲଟିଲେ ଅଶୋକ

author img

By

Published : Sep 7, 2020, 4:32 PM IST

Updated : Sep 7, 2020, 5:57 PM IST

ଭୁବେନଶ୍ବର: ସମୟର ସୁଦୁପଯୋଗ ସହ ଇଣ୍ଡୋର ପ୍ଲାଣ୍ଟେସନ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଭୁବନେଶ୍ବର ପଟିଆ ଅଞ୍ଚଳର ଅଶୋକ ଶାରଦା । ପାଞ୍ଚ ବଖରା ଘରେ ଲଗାଇଛନ୍ତି ପ୍ରାୟ 100 ପ୍ରଜାତିର ଗଛ।

ଉତ୍କଳ ଚାମ୍ବର ଅଫ କମର୍ସର ଉପସଭାପତି ଅଶୋକ ଜଣେ ପରିବେଶ ପ୍ରେମୀ । ଘର ଭିତରେ ତାଙ୍କର ସବୁଜ ବଳୟ । ଚାରିଆଡେ ସବୁଜିମା । ଘରକୁ ପ୍ରବେଶ କଲେ ଲାଗିବ ଯେପରି ଏହା ଘର ନୁହେଁ ଗ୍ରୀନ କରିଡର। ତେଣୁକରି ନିଜ ଘରର ନା ମଧ୍ୟ ଅଶୋକ ରଖିଛନ୍ତି ‘ଗ୍ରୋ ଗ୍ରୀନ ହାଉସ’ । ଫୁଲଗଛ, ଔଷଧୀୟ ଗଛ, ବିଭିନ୍ନ ଘରକରଣା ଗଛ ଆଦି ଭଳିକି ଭଳି ଚାରା ଲଗାଇଛନ୍ତି ସେ । ଘର ଭିତରୁ ଦୁର୍ଗନ୍ଧ ଓ ଭୂତାଣୁ ଠାରୁ ଦୁରେଇବାରେ ମଧ୍ୟ ଗଛ ସବୁ ସହାୟକ ହେଉଛି ବୋଲି କହିଛନ୍ତି ଅଶୋକ।

ଇଣ୍ଡୋର ପ୍ଲାଣ୍ଟେସନ କରି ପ୍ରେରଣା ପାଲଟିଲେ ଅଶୋକ, 5 ବଖରା ଘରେ ଲାଗିଛି 100 ପ୍ରଜାତି ଗଛ

ଚାକିରିରୁ ଅବସର ନେବା ପରେ ଇଣ୍ଡୋର ପ୍ଲାଣ୍ଟେସନ ଉପରେ ମନ ବଳାଇଥିଲେ ଅଶୋକ। 5 ବଖରା ଘରେ 100ରୁ ଅଧିକ ପ୍ରଜାତିର ଗଛକୁ ଏହି ପ୍ରୟାସ ଆରମ୍ଭ କରିଛନ୍ତି ସେ। ଅଶୋକ ଜଣେ ବୃକ୍ଷ ପ୍ରେମୀ । 30 ବର୍ଷ ପୂର୍ବରୁ ସେ ବୃକ୍ଷ ପ୍ରେମରେ ପଡ଼ିଥିଲେ। ରାୟଗଡ଼ାର ଏକ କର୍ପୋରେଟ ସେକ୍ଟରରେ କାମ କରିବା ବେଳେ ସେ ଶହ ଶହ ଗଛ କଟାଯାଇ କାଗଜ ପ୍ରସ୍ତୁତ ହେଉଥିବା ଦେଖିଥିଲେ । ଯାହାପରେ ସେହି ଅଞ୍ଚଳ ସମ୍ପୂର୍ଣ୍ଣ ବୃକ୍ଷ ଶୂନ୍ୟ ହୋଇଗଲା ଓ ଅଶୋକ ଅନୁଭବ କଲେ ଯେ ବିନା ଗଛରେ ରହିବା ଅସମ୍ଭବ ।

ଏକଥା ହୃଦବୋଧ କରିବା ପରେ ସେହି ସମୟ ଠାରୁ ପ୍ରଥମେ ସେ ଅଞ୍ଚଳରେ ଗଛ ଲଗାଇବା ଅଭିଯାନ ଆରମ୍ଭ କରିଥିଲେ ଅଶୋକ। ଆଉ ଅବସର ପରେ ବି ସେ ବୃକ୍ଷପ୍ରେମରୁ ନିଜକୁ ନିବୃତ କରି ପାରିନଥିଲେ । ନିଜ ଭୁବନେଶ୍ବର ସ୍ଥିତ ଆପାର୍ଟମେଣ୍ଟରେ ଗଛ ଲଗାଇବାକୁ ଯାଗା ନଥିଲା ତେଣୁ ସେ ଇଣ୍ଡୋର ପ୍ଲାଣ୍ଟେସନ କରିବା ପାଇଁ ଚିନ୍ତା କଲେ । ଆଉ ତାପରେ ଚାଲିଲା ଭଳିକି ଭଳି ଗଛ ଲଗାଇବା ପ୍ରକ୍ରିୟା । କାହାଠାରୁ କୌଣସି ସାହାଯ୍ୟ ନଲୋଡି ନିଜେ ସମସ୍ତ ଗଛର ଦେଖାଶୁଣା କରନ୍ତି ଅଶୋକ । ତେବେ ତାଙ୍କର ଏହି ସୁନ୍ଦର ଗୋ ଗ୍ରୀନ ହାଉସକୁ ବୁଲିବା ପାଇଁ ଅନେକ ଲୋକ ଆସନ୍ତି । ଅଶୋକଙ୍କ ଠାରୁ ଅନେକ ଲୋକ ଗଛ ମଧ୍ୟ କିଣି ନେଉଛନ୍ତି । ସେ କୁହନ୍ତି ଗଛ ଆମକୁ ଅନେକ ସାହାଯ୍ୟ କରେ । ଖାଦ୍ୟ, ଔଷଧ ଠାରୁ ଆରମ୍ଭ କରି ଜୀବନ ରକ୍ଷକ ଅମ୍ଳଜାନ ପ୍ରଦାନ କରେ । ତେଣୁ ତାଙ୍କର ଏହି ପ୍ରୟାସ ଯଦି ଯୁବପିଢ଼ିଙ୍କ ମନରେ ଗଛ ପ୍ରତି ପ୍ରେମ ସୃଷ୍ଟି କରି ପାରିବ ତାଙ୍କ ଜୀବନ ସାର୍ଥକ ହେବ । ଏବେ ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ କିସମର ଗଛ ଆଣି ଲଗାଇବାର ଯୋଜନା କରୁଛନ୍ତି ସେ ।

କଂକ୍ରିଟ ଜଙ୍ଗଲ ଭିତରେ ସବୁଜିମା ସୃଷ୍ଟି କରିବାର ଅଶୋକଙ୍କ ଏହି ପ୍ରୟାସ ସଭିଙ୍କ ପାଇଁ ପ୍ରେରଣାଦାୟୀ ହେବ ନିଶ୍ଚୟ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Sep 7, 2020, 5:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.