ETV Bharat / city

ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ - ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ

ଆଦିବାସୀ ଦିବସ ପାଳନ ଅବସରରେ ଏହି ସମ୍ପ୍ରଦାୟର ସମସ୍ୟା ବାବଦରେ ଆଲୋଚନା କଲା ବସୁନ୍ଧରା ଅନୁଷ୍ଠାନ । ଆଦିବାସୀଙ୍କ ମୌଳିକ ସମସ୍ୟାକୁ ଦୂର କରିବାକୁ କଲା ଦାବି । ଅଧିକ ପଢନ୍ତୁ...

ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ
ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ
author img

By

Published : Aug 10, 2021, 9:56 AM IST

ଭୁବନେଶ୍ବର: ବର୍ଷକ ପରେ ବର୍ଷ ପାଳନ ହେଉଛି ବିଶ୍ବ ଆଦିବାସୀ ଦିବସ । କିନ୍ତୁ ସାଧାରଣ ଜୀବନରେ ଏମାନେ ଏବେବି ରହିଯାଇଛନ୍ତି ପଛରେ । କାହିଁକିନା ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି । ନା ସେମାନଙ୍କୁ ରାଜସ୍ବ ଗ୍ରାମରେ ସାମିଲ କରାଯାଉଛି ନା ସେମାନଙ୍କର ଜଙ୍ଗଲ ଜାତ ଦ୍ରବ୍ୟକୁ ଉପଯୁକ୍ତ ମୂଲ୍ୟ ଓ ଉପଯୁକ୍ତ ବଜାର ମିଳିପାରୁଛି ।

ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ

ଏହାକୁ ନେଇ ସେମାନେ ଆଜି ପର୍ଯ୍ୟନ୍ତ ବିକାଶର ଆଢୁଆଳରେ ରହି ଥିବାବେଳେ କରୋନାର ୨ ବର୍ଷ ମଧ୍ୟରେ ସେମାନେ ନିଜର ଜୀବିକା ହରାଇ ରୋଜଗାର ହରାଇଛନ୍ତି । ଦେଖିବାକୁ ଗଲେ ଓଡ଼ିଶାରେ ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁସାରେ ସେମାନଙ୍କ ବିକାଶ ପାଇଁ ସମସ୍ତ ଅଧିକାର ରହି ଥିବାବେଳେ ଏଯାବତ ବିକାଶ ହୋଇପାରିନାହିଁ । ତେବେ ଓଡ଼ିଶାରେ ୬୨ ପ୍ରଜାତିର ୯୮ ଲକ୍ଷରୁ ଊର୍ଦ୍ଧ୍ବ ଆଦିବାସୀ ବସବାସ କରନ୍ତି । ଏମାନଙ୍କ ମଧ୍ୟରୁ ଏକ ଲକ୍ଷ ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି ।

ଦେଶରେ ଆମ ରାଜ୍ୟ ଓଡିଶା ତୃତୀୟ ଜନ ବହୁଳ ଆଦିବାସୀ ରାଜ୍ୟ । ଏମାନଙ୍କର ବିକାଶ ପାଇଁ ସରକାର ମାଳମାଳ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ଅନୁଦାନର ସଦୁପଯୋଗ ହୋଇପାରୁନାହିଁ । ଏମାନଙ୍କ ବିକାଶ କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତା ରହି ଥିବାବେଳେ ଟ୍ରାଇଫେଡ ସମସ୍ତ ବନ୍ଧନ ବିକାଶର ତଦାରଖ କରିଥାଏ । ଚଳିତ ବର୍ଷ କେନ୍ଦ୍ର ଓ ରାଜ୍ୟ ସରକାର ୬୨୩୮.୭୫ ଲକ୍ଷର ଅନୁଦାନ ଆଦିବାସୀଙ୍କ ବିକାଶ ପାଇଁ ଦେଇଥିଲା । ମାତ୍ର ସେଥିରୁ ୧୨.୩୭ ପ୍ରତିଶତ ବ୍ୟବହାର ହୋଇଛି । ଯାହା ଅନ୍ୟ ରାଜ୍ୟ ତୁଳନାରେ କମ ରହିଛି । ତେଣୁ ଆଦିବାସୀମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଲେ ସେମାନେ ବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇ ଗୁଜୁରାଣ ମେଣ୍ଟାଇପାରିବେ ବୋଲି କହିଛନ୍ତି ବସୁନ୍ଧରା ଅନୁଷ୍ଠାନର ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.