ETV Bharat / city

ଭାରତ ବନ୍ଦକୁ ନବ ନିର୍ମାଣ କୃଷକ ସଙ୍ଗଠନର ସମର୍ଥନ, ସାରା ରାଜ୍ୟରେ କରିବ ପ୍ରଦର୍ଶନ - India's shutdown will be supported by Naba nirman krusak sangathan

କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ଦୁଇଟି କୃଷି ବିଲ ରାଜ୍ୟ ସଭାରେ ପାରିତ ହୋଇଛି । ଯାହାକୁ ବିରୋଧ କରି ସାରା ଦେଶର କୃଷକ ସଂଗଠନ ଆସନ୍ତା 25 ତାରିଖରେ ବନ୍ଦ ପାଳନ କରିବାକୁ ଯାଉଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭାରତ ବନ୍ଦକୁ ନବ ନିର୍ମାଣ କୃଷକ ସଙ୍ଘଠନର ସମର୍ଥନ

author img

By

Published : Sep 23, 2020, 9:29 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ଦୁଇଟି କୃଷି ବିଲ ରାଜ୍ୟ ସଭାରେ ପାରିତ ହୋଇଛି । ଯାହାକୁ ବିରୋଧ କରି ସାରା ଦେଶର କୃଷକ ସଂଗଠନମାନେ ଆସନ୍ତା 25 ତାରିଖରେ ବନ୍ଦ ପାଳନ କରିବାକୁ ଯାଉଛନ୍ତି । ଆଉ ଏହାକୁ ସମର୍ଥନ କରିଛି ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବ ନିର୍ମାଣ କୃଷକ ସଂଗଠନ ।

ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଜ୍ୟ ସଂଯୋଜକ ଶେଷ ଦେବ ନନ୍ଦ ସୂଚନା ପ୍ରଦାନ କରିବା ସହ ସାରା ରାଜ୍ୟରେ ଏହି ଦିନ କର୍ମୀମାନେ ବନ୍ଦ ପାଳନରେ ଅଂଶଗ୍ରହଣ କରିବେ ବୋଲି କହିଛନ୍ତି । ଏହି ଅବସରରେ ନନ୍ଦ ପ୍ରକାଶ କରିଛନ୍ତି କି ବିଗତ ଦିନ ମାନଙ୍କରେ ସରକାର ସ୍ୱାମୀ ନାଥନ କମିଶନ ସୁପାରିଶ ଲାଗୁ କରିବା ଏବଂ 2022 ସୁଦ୍ଧା କୃଷକ ମାନଙ୍କ ଆୟ ଦ୍ବିଗୁଣିତ କରିବାକୁ କହିଥିଲେ । ଯାହାକୁ ସେ ପାଳନ କରି ନାହାଁନ୍ତି ।

ଭାରତ ବନ୍ଦକୁ ନବ ନିର୍ମାଣ କୃଷକ ସଙ୍ଘଠନର ସମର୍ଥନ

ସେହିପରି ସବୁବେଳେ କର୍ପୋରେଟର ସୁବିଧା ଅନୁସାରେ କାର୍ଯ୍ୟ କରୁଥିବା ଏହି ସରକାର ଏହି ନୂଆ ବିଧେୟକ ମାଧ୍ୟମରେ କର୍ପୋରେଟ ମାଧ୍ୟମରେ କୃଷି କ୍ଷେତ୍ରକୁ କବଜା କରିବାକୁ ଚେଷ୍ଟା କରୁଥିବା କହିଛନ୍ତି । ଯାହା ଫଳରେ ଚାଷୀମାନେ ନାନା ପ୍ରକାରର ଅସୁବିଧା ଭୋଗ କରିବେ ବୋଲି ସେ କହିଛନ୍ତି । ତେଣୁ ସାରା ଦେଶର କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ଲାଗି ସଂଗଠନ ଏହି ବନ୍ଦରେ ଅଂଶ ଗ୍ରହଣ କରିବ ବୋଲି ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.