ETV Bharat / city

ଇଣ୍ଡିଆନ ଅଏଲର କୋଭିଡ଼ ଟିକାକରଣ ଶିବିର: ପ୍ରତିଦିନ 200 ଡୋଜ୍ ଟୀକା ଦେବା ନେଇ ଯାେଜନା

author img

By

Published : Jun 2, 2021, 8:56 PM IST

ଭୁବନେଶ୍ବରରେ ଇଣ୍ଡିଆନ ଅଏଲର ‘କୋଭିଡ଼ ଟିକାକରଣ ଶିବିର’କୁ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉପଭୋକ୍ତାଙ୍କୁ ତୈଳ ଓ ଗ୍ୟାସ ବିତରଣ ଭଳି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କୋଭିଡ଼ ଯୋଦ୍ଧା ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ ଟିକା । ଅଧିକ ପଢ଼ନ୍ତୁ...

Indian Oil's  vaccination camp, vaccination camp for petrol pum employees, vaccine for those who provides gas cylinder, ଇଣ୍ଡିଆନ ଅଏଲର କୋଭିଡ଼ ଟିକାକରଣ ଶିବିର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଭିଡ଼ ଟିକାକରଣ ଶିବିର
ଇଣ୍ଡିଆନ ଅଏଲର କୋଭିଡ଼ ଟିକାକରଣ ଶିବିର

ଭୁବନେଶ୍ବର: ଇଣ୍ଡିଆନ ଅଏଲ ପକ୍ଷରୁ ଆପୋଲୋ ହସ୍ପିଟାଲ ସହଯୋଗରେ ୭ ଦିନିଆ କୋଭିଡ ଟୀକାକରଣ ଶିବିର ଉଦଘାଟିତ । ଟିକାକରଣ ଶିବିରକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉପଭୋକ୍ତାଙ୍କୁ ତୈଳ ଓ ଗ୍ୟାସ ବିତରଣ ଭଳି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କୋଭିଡ଼ ଯୋଦ୍ଧା ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣରେ ସାମିଲ କରାଯାଇଛି ।

ଚନ୍ଦ୍ରଶେଖରପୁରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ କୋଭିଡ୍‌ ଯୋଦ୍ଧାମାନଙ୍କ ପାଇଁ ଇଣ୍ଡିଆନ ଅଏଲ ଦ୍ବାରା ଏହି ମେଗା ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ୭ ଦିନିଆ କୋଭିଡ ଟୀକାକରଣ ଶିବିରକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଣ୍ଡିଆନ୍ ଅଏଲ୍ ଏଠାରେ ଟିକାକରଣର ବ୍ୟବସ୍ଥା କରିଥିବାବେଳେ କନଫେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି ( ସିଆଇଆଇ ) ସମନ୍ବୟରେ ଟିକା ଦେବା ପାଇଁ ଭୁବନେଶ୍ବର ଆପୋଲୋ ହସ୍ପିଟାଲ୍ ବିବେଚିତ ହୋଇଛି । ଏହି କମ୍ପାନୀର ପେଟ୍ରୋଲ ପମ୍ପ ଗ୍ରାହକ ଆଟେଣ୍ଡାଣ୍ଟ, ଏଲପିଜି ଏବଂ ପେଟ୍ରୋଲ ବିତରକ, ତୈଳ ଟ୍ୟାଙ୍କର ପରିବହନ କରୁଥିବା ଚାଳକ, ଅନ୍ୟାନ୍ୟ କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଟିକା ଦିଆଯିବ । ଏହି ଟିକାକରଣ ଶିବିର ୨ ଜୁନରୁ ୮ ଜୁନ୍ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ୨୦୦ ଡୋଜ୍ ଟିକା ଦେବା ପାଇଁ ଯୋଜନା କରାଯାଇଛି । ଇଣ୍ଡିଆନ ଅଏଲ ନିଜସ୍ଵ ଖର୍ଚ୍ଚରେ ଟିକାକରଣ ବ୍ୟବସ୍ଥା କରିଥିବା ବେଳେ ଆନୁଷଙ୍ଗିକ ସହଯୋଗ ଦେଇଥିବାରୁ ସିଆଇଆଇ ଏବଂ ଆପୋଲୋ ହସ୍ପିଟାଲକୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି ଯେ, କରୋନାର ଦ୍ବିତୀୟ ଲହରରେ ଉପଭୋକ୍ତାଙ୍କୁ ନିରନ୍ତର ସେବା ଯୋଗାଇଥିବା ସମସ୍ତ ତୈଳ ଓ ଗ୍ୟାସ କମ୍ପାନୀର କୋଭିଡ୍ ଯୋଦ୍ଧାଙ୍କ କାର୍ଯ୍ୟ ଓ ସାହାସ ପ୍ରଶଂସନୀୟ । କେନ୍ଦ୍ରୀୟ ରାଷ୍ଟ୍ରାୟତ କମ୍ପାନୀ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ (ବିପିସିଏଲ), ହିନ୍ଦୁସ୍ଥାନ ପେଟ୍ରୋଲିୟମ (ଏଚପିସିଏଲ) ଖୁବ ଶୀଘ୍ର ସେମାନଙ୍କ କର୍ମଚାରୀ ଏବଂ ପରିବାର ଲୋକଙ୍କୁ ଟିକା ଦେବେ । ଏହାଦ୍ବାରା ସେମାନଙ୍କର ସ୍ଵାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ । ଭାରତ ସରକାର ରାଜ୍ୟ ଗୁଡ଼ିକୁ ମାଗଣାରେ ୫୦ ପ୍ରତିଶତ ଟିକା ଯୋଗାଇ ଦେଉଛନ୍ତି । ରାଜ୍ୟମାନେ ୨୫ ପ୍ରତିଶତ ଏବଂ କର୍ପୋରେଟ୍ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ବଜାର ଦରରେ ୨୫ ପ୍ରତିଶତ ଟିକା କିଣି କର୍ମଚାରୀ, ସେମାନଙ୍କ ପରିବାର ଓ ସଂସ୍ଥା ସହ ଜଡ଼ିତ ଲୋକଙ୍କୁ ଦେବା ପାଇଁ ନିଷ୍ପତି ନିଆଯାଇଛି ।

ଓଡ଼ିଶାରେ ସରକାରୀ ଏବଂ ବେସରକାରୀ ସ୍ତରରେ ବଡ ବଡ କର୍ପୋରେଟ କମ୍ପାନୀ ଅଛନ୍ତି । ଇଣ୍ଡିଆନ ଅଏଲ, ବିପିସିଏଲ, ଏଚପିସିଏଲ, ସେଲ, ଏମସିଏଲ, ନାଲକୋ, ଏନଟିପିସି, ରେଲୱେ, ପାରାଦୀପ ପୋର୍ଟ, ବିଏସଏନଏଲ, ଏପ୍ରକାର ଅନେକ ସରକାରୀ ପିଏସୟୁ ଉଦ୍ୟୋଗ ଅଛନ୍ତି । ତତସହ ଟାଟା, ଜିନ୍ଦଲ, ଆନ୍ସେଲର ମିତ୍ତଲ ଭଳି ମଧ୍ୟ ଅଗ୍ରଣୀ କମ୍ପାନୀ ଓଡି଼ଶାରେ କାମ କରୁଛନ୍ତି । ଏହି ସବୁ କର୍ପୋରେଟ୍ ଅନୁଷ୍ଠାନ ଗୁଡ଼ିକ ନିଜ ବ୍ୟବସ୍ଥାରେ କମ୍ପାନୀକୁ ଟିକା କିଣି ନିଜ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଲଗାଇ ଓଡ଼ିଶାର ନାଗରିକଙ୍କୁ ଦିଆଯାଉଥିବା ଟିକା ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ସ୍ଵାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ସମ୍ବେଦନଶୀଳ । ଏ ଦିଗରେ କରୋନା ମହାମାରୀର ଦ୍ବିତୀୟ ଲହର ବିରୋଧରେ ଲଢ଼େଇ କରୁଥିବା ବେଳେ କର୍ପୋରେଟ ଅନୁଷ୍ଠାନର ଏପରି ଟିକାକରଣ ଉଦ୍ୟମ ଭଲ ପଦକ୍ଷେପ । ଅପରପକ୍ଷରେ ଭାରତର ଟିକା ଉତ୍ପାଦନ କ୍ଷମତା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଥିବାବେଳେ ଜୁଲାଇ ସୁଦ୍ଧା ପ୍ରତିଦିନ ୧ କୋଟି ଟିକା ଭାରତରେ ପ୍ରସ୍ତୁତ ହେବ ବୋଲି ଆକଳନ କରାଯାଇଛି । ଏ ସବୁର ଟିକାକରଣ ସମସ୍ତଙ୍କ ପ୍ରଚେଷ୍ଟା ଖୁବ ଶୀଘ୍ର ହେବା ପରେ ଏହି ଅଭିଯାନକୁ ଅନ୍ୟ ଅଂଚଳକୁ ମଧ୍ୟ ନିଆଯିବ । ଏହି କଠିନ ସମୟରେ ତୈଳ ଓ ଗ୍ୟାସ କମ୍ପାନୀମାନେ ଓଡିଶାର ଲୋକଙ୍କ ସେବା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.