ETV Bharat / city

ସରିଲା Felicitation ସେରିମୋନୀ, ନିଜ ନିଜ ରାଜ୍ୟକୁ ଫେରିଲେ ଭାରତୀୟ ହକି ଟିମ - ମହିଳା ହକି ଟିମ

ନିଜ ନିଜ ରାଜ୍ୟକୁ ଫେରିଲେ ଓଡିଶା ଆସିଥିବା ଭାରତୀୟ ହକି ଟିମ । ଆଜି(ବୁଧବାର) ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ନିଜ ରାଜ୍ୟକୁ ଫେରିଛନ୍ତି ଉଭୟ ମହିଳା ଓ ପୁରୁଷ ହକି ଦଳ । ଅଧିକ ପଢନ୍ତୁ...

ନିଜ ନିଜ ରାଜ୍ୟକୁ ଫେରିଲେ ଭାରତୀୟ ହକି ଟିମ
ନିଜ ନିଜ ରାଜ୍ୟକୁ ଫେରିଲେ ଭାରତୀୟ ହକି ଟିମ
author img

By

Published : Aug 18, 2021, 1:28 PM IST

ଭୁବନେଶ୍ବର: ନିଜ ନିଜ ରାଜ୍ୟକୁ ଫେରିଲେ ଓଡିଶା ଆସିଥିବା ଭାରତୀୟ ହକି ଟିମ । ଆଜି(ବୁଧବାର) ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ନିଜ ରାଜ୍ୟକୁ ଫେରିଛନ୍ତି ଉଭୟ ମହିଳା ଓ ପୁରୁଷ ହକି ଦଳ । ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପାଇ ଗତକାଲି(ମଙ୍ଗଳବାର) ଓଡିଶା ଆସିଥିଲେ ଉଭୟ ଟିମ ।

ନିଜ ନିଜ ରାଜ୍ୟକୁ ଫେରିଲେ ଭାରତୀୟ ହକି ଟିମ

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ ଓ ଦମଦାର ପ୍ରଦର୍ଶନ କରି ଚତୁର୍ଥ ସ୍ଥାନ ହାସଲ କରିଛି ମହିଳା ହକି ଦଳ । ଉଭୟ ଦଳର ଚମତ୍କାର ପ୍ରଦର୍ଶନ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖେଳାଳିଙ୍କ ସ୍ବାଗତ ପାଇଁ ରାଜଧାନୀର ରାଜରାସ୍ତାଠାରୁ ନେଇ କଳିଙ୍ଗ ଷ୍ଟାଡିୟମ ସଜେଇ ହୋଇଥିଲା । ପୂର୍ବାହ୍ନ ୧୧ଟାରେ ଖେଳାଳି ମାନେ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ ସ୍ବାଗତ କରାଯିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ନିଆଯାଇଥିଲା ।

ଏହା ପରେ ସନ୍ଧ୍ୟାରେ ଲୋକସଭା ଭବନରେ ଉଭୟ ଟିମକୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଭଭୟ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ପୁରସ୍କାର ଏବଂ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରୁଷ ଓ ମହିଳା ଦଳର ମୋଟ ୧୩ଜଣଙ୍କୁ ୫ଲକ୍ଷ ଲେଖାଏଁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରିଥିଲେ । ପ୍ରଥମ ଥର ପାଇଁ ଅଲିମ୍ପକ୍ସ ସେମିଫାଇନାଲରେ ଖେଳି ଇତିହାସ ରଚିଥିବା ମହିଳା ହକି ଦଳ । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପକ୍ସରେ ପଦକ ଜିତିବାରେ ସଫଳ ହୋଇଥିଲା ପୁରୁଷ ହକି ଦଳ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.