ETV Bharat / city

ସମାଜରେ ବିଜ୍ଞାନର ଅବଦାନ ବତାଇଲା ଇଣ୍ଡିଆ ମାର୍ଚ୍ଚ ଫର୍‌ ସାଇନ୍ସ

ଆଧୁନିକ ସମୟ ସହ ସମାଜରେ ବିଜ୍ଞାନକୁ ନେଇ ଚିନ୍ତାଧାର ବଦଳାଇବାର ରହିଛି ଆବଶ୍ୟକତା । ଏନେଇ ସମାଜରେ ଅନ୍ଧବିଶ୍ବାସକୁ ଦୂର କରିବା ସହ ବିଜ୍ଞାନ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଛି ଇଣ୍ଡିଆ ମାର୍ଚ୍ଚ ଫର ସାଇନ୍ସ ।

author img

By

Published : Aug 10, 2019, 4:36 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଧୁନିକ ସମୟ ସହ ସମାଜରେ ବିଜ୍ଞାନକୁ ନେଇ ଚିନ୍ତାଧାର ବଦଳାଇବାର ରହିଛି ଆବଶ୍ୟକତା । ଏନେଇ ସମାଜରେ ଅନ୍ଧବିଶ୍ବାସକୁ ଦୂର କରିବା ସହ ବିଜ୍ଞାନ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଛି ଇଣ୍ଡିଆ ମାର୍ଚ୍ଚ ଫର ସାଇନ୍ସ । ଏଥିରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ, ବୈଜ୍ଞାନିକ ଓ ଗବେଷକମାନେ ଯୋଗ ଦେଇଥିଲେ । ଏଥିସହ ସହରର ଶତାଧିକ ଛାତ୍ରଛାତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଅବସରରେ ବିଶିଷ୍ଟ ବୈଜ୍ଞାନିକ ଓ ଦବେଷକମାନେ ଯୋଗ ଦେଇ ବିଜ୍ଞାନର ସିଦ୍ଧାନ୍ତ ଓ ସମାଜ ପ୍ରତି ଅବଦାନ ବିଷୟରେ ସୂଚନା ଦେଇଥିଲେ। ଅନେକ ସମୟରେ ବିଜ୍ଞାନର ପରୀକ୍ଷିତ ଓ ପ୍ରମାଣିତ ସିଦ୍ଧାନ୍ତଗୁଡିକୁ ନିଜର ଖିଆଲି ଖୁସିରେ ଭୁଲ ବୋଲି କୁହାଯାଉଥିବା ସେ ଦର୍ଶାଇଥିଲେ । ଯାହାକି ଦେଶରେ ବିଜ୍ଞାନ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ବୋଲି ବକ୍ତାମାନେ କହିଥିଲେ ।

ଏଥିସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀଙ୍କୁ ବଜେଟରେ ଶିକ୍ଷା ପାଇଁ 30 ପ୍ରତିଶତ ବ୍ୟୟ କରିବା ପାଇଁ ଦାବି କରାଯାଇଛି । କେବଳ ସେତିକି ନୁହେଁ କାର୍ଯ୍ୟକ୍ରମରେ ବୈଜ୍ଞାନିକ ଗବେଷଣା ପାଇଁ ଜିଡିପିର 3 ପ୍ରତିଶତ ଖର୍ଚ୍ଚ କରାଯିବାକୁ ମଧ୍ୟ ଦାବି କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସମାଜରେ ବୈଜ୍ଞାନିକ ଚିନ୍ତା ର ପ୍ରଚାର ପ୍ରସାର କରିବା ସହିତ ପ୍ରଚଳିତ ଥିବା ନାନା ବିଧ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ଇଣ୍ଡିଆ ମାର୍ଚ୍ଚ ଫର ସାଇନ୍ସ ଆୟୋଜିତ ହୋଇଛି।ଯେଉଁଥିରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ,ବୈଜ୍ଞାନିକ ଓ ଗବେଷକ ମାନେ ଯୋଗ ଦେଇଥିଲେ।ଏହା ସହିତ ଏଥିରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କର ଶତାଧିକ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଲୋକମାନଙ୍କୁ ସଚେତନ କରିଥିଲେ।

Body:ଏହି ଅବସରରେ ବିଶିଷ୍ଟ ବୈଜ୍ଞାନିକ ଓ ଗବେଷକମାନେ ଯୋଗଦେଇ ବିଜ୍ଞାନର ସିଦ୍ଧାନ୍ତ ଓ ସମାଜ ପ୍ରତି ତାହାର ଅବଦାନ ବିଷୟରେ ଅବଗତ କରାଇଥିଲେ।ବିଜ୍ଞାନ କେବଳ ପରଖିତ ସତ୍ୟକୁ ହିଁ ଆଧାର କରି ଏହି ବିରାଟ ଜ୍ଞାନ ଜଗତ ସୃଷ୍ଟି କରିବାରେ ସକ୍ଷମ ବୋଲି କହିଛନ୍ତି।ଅନେକ ସମୟରେ ବିଜ୍ଞାନର ପରୀକ୍ଷିତ ଓ ପ୍ରମାଣିତ ସିଦ୍ଧାନ୍ତ ଗୁଡିକୁ ନିଜର ଖିଆଲ ଖୁସିରେ ଭୁଲ ବୋଲି କୁହାଯାଉଥିବା କହିଛନ୍ତି।ଯାହାକି ଭାରତରେ ବିଜ୍ଞାନ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ବୋଲି ବକ୍ତାମାନେ କହିଛନ୍ତି।ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବଜେଟ ରେ ଶିକ୍ଷା ପାଇଁ 30 ପ୍ରତିଶତ ବ୍ୟୟ କରିବା ସହିତ ବୈଜ୍ଞାନିକ ଗବେଷଣା ପାଇଁ ଜିଡିପି ର 3 ପ୍ରତିଶତ ଖର୍ଚ୍ଚ କରାଯିବାକୁ ଦାବି କରାଯାଇଛି।
ବାଇଟ-ସିଦ୍ଧାର୍ଥ ଭରଦ୍ବାଜ ,ଲେକଚର ରେଭେନ୍ସା ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.