ETV Bharat / city

ସ୍ବାଧୀନତାର ଅର୍ଥ ନୁହେଁ ଅଶ୍ଲୀଳତା: କଳିଙ୍ଗ ସେନା

ଆଜି ଦିନକୁ ଯୁବପିଢି ପୁଲୱାମା ଶହୀଦଙ୍କ ପାଇଁ ସମର୍ପିତ କରିବା ବଦଳରେ ପ୍ରେମ ଦିବସକୁ ଗୁରୁତ୍ବ ଦେଉଛନ୍ତି । ଖାଲି ସେତିକି ନୁହେଁ, ପାର୍କରେ ଅଶ୍ଲୀଳତା ଦେଖାଇବାକୁ ନେଇ ମଧ୍ୟ ବିରୋଧ କରିଥିଲା କଳିଙ୍ଗ ସେନା ।

author img

By

Published : Feb 14, 2020, 12:54 PM IST

independent means not vulgarity says kalinga sena
ସ୍ବାଧୀନତାର ଅର୍ଥ ଅଶ୍ଲୀଳତା ନୁହେଁ : କଳିଙ୍ଗ ସେନା

ଭୁବନେଶ୍ବର: ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି କଳିଙ୍ଗ ସେନାର । ଏହା ସହ ପ୍ରେମ ଦିବସ ପାଳିବା ଅପେକ୍ଷା ଯବାନଙ୍କ ପ୍ରତି ସମର୍ପିତ ହେବାକୁ ଯୁବପିଢିଙ୍କୁ ଆହ୍ବାନ କରିଛି ଏହି ସଙ୍ଗଠନ। ଅନ୍ୟପଟେ ପାର୍କରେ ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେବା ନେଇ ଗତକାଲି କମିଶନରଙ୍କ ମନ୍ତବ୍ୟକୁ ନେଇ ଜୋରଦାର ବିରୋଧ କରିଥିଲା ସେନା ।

ଏହି ଭେଲେଣ୍ଟାଇନ ଡେ’ ଗତବର୍ଷ ଜମ୍ମୁ-କାଶ୍ମୀରର ପୁଲୱାମାରେ ଶହୀଦ ହୋଇଥିଲେ 40ରୁ ଊର୍ଦ୍ଧ୍ୱ ବୀର ଯବାନ। ହେଲେ ଯୁବପିଢି ପ୍ରେମ ଦିବସକୁ ଗୁରୁତ୍ବ ଦେଉଛନ୍ତି । ଖାଲି ସେତିକି ନୁହେଁ ପାର୍କରେ ପ୍ରେମୀ ଯୁଗଳ ଅଶ୍ଲୀଳତା ଦେଖାଇବାକୁ ପଛାଉ ନାହାଁନ୍ତି । ସ୍ବାଧିନତାର ଅର୍ଥ ଅଶ୍ଲୀଳତା ନୁହେଁ ବୋଲି କହିଛନ୍ତି କଳିଙ୍ଗ ସେନାର ସଭାପତି । ସେପଟେ ପୁଣି ସେମାନଙ୍କୁ ପୋଲିସ କମିଶନର ସୁରକ୍ଷା ଦେବେ ବୋଲି କହିଛନ୍ତି । ଯାହାକୁ ବିରୋଧ କରିଛିି କଳିଙ୍ଗ ସେନା । ଏହା ସହ ଆଗାମୀ ଦିନରେ ଯଦି, କୌଣସି ଅଘଟଣ ଘଟେ, ଯୁବତୀଙ୍କୁ ପୋଲିସ କିପରି ସୁରକ୍ଷା ଦେବ ବୋଲି ପ୍ରଶ୍ନ କରିଥିଲେ କଳିଙ୍ଗ ସେନାର ସଭାପତି ହେମନ୍ତ ରଥ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.