ETV Bharat / city

ଏଥର ଦିଲ୍ଲୀ ଢାଞ୍ଚାରେ ପାଳନ ହେବ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ - ଗାନ୍ଧୀ ମାର୍ଗ

ଚଳିତ ଥର ଦିଲ୍ଲୀ ଢାଞ୍ଚାରେ ହେବ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ। ଗାନ୍ଧୀ ମାର୍ଗ ବଦଳରେ ପ୍ରଦର୍ଶନୀ ପଡିଆରେ ମହାସମାରୋହରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର ।

ଡିଜାଇନ ଫଟୋ
author img

By

Published : Aug 6, 2019, 9:55 PM IST

Updated : Aug 7, 2019, 12:04 AM IST

ଭୁବନେଶ୍ବର: ଏଥର ଦିଲ୍ଲୀ ଢାଞ୍ଚାରେ ହେବ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ। ବିନା ଫାଷ୍ଟମାର୍ଚ ପରେଡରେ ହେବ ପରେଡ ଅଭିବାଦନ। ଅତିଥି, ସାଧାରଣ ଲୋକଙ୍କ ଉପସ୍ଥିତିରେ ସଲାମି ଦେବେ ୪ଟି ଫୋର୍ସ। ଦିଲ୍ଲୀର ଲାଲକିଲ୍ଲାରେ ହେଉଥିବା ସ୍ବାଧୀନତା ଦିବସ ସମାରୋହ ପରି ରାଜ୍ୟ ସରକାର ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ପାଳିବେ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏକାଠି ହେବେ ୧୫ ହଜାରରୁ ଊର୍ଦ୍ଧ୍ବ ଅତିଥି,ପୋଲିସ ଓ ସାଧାରଣ ଲୋକ। ଏଥିପାଇଁ ଆଡମ୍ବରପୁର୍ଣ୍ଣ ଭାବେ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ଗୃହ ବିଭାଗ ପକ୍ଷରୁ ମିଳିଛି ଗ୍ରୀନ ସିଗନାଲ। ଏଥିପାଇଁ ପ୍ରସ୍ତୁତି କାମ ଆରମ୍ଭ ହୋଇଯାଇଛି। ତେବେ ପୂର୍ବରୁ ଗାନ୍ଧିମାର୍ଗ ପରି ହେଉଥିବା ଫାଷ୍ଟମାର୍ଚ ପରେଡ ହେବ ନାହିଁ। କେବଳ କେନ୍ଦ୍ରୀୟ ସୁରକ୍ଷା ବଳ, ଟେରିଟରିଆଲ ଆର୍ମି ଫୋର୍ସ, ଓଡିଶା ପୋଲିସ ଫୋର୍ସ ଏବଂ ଅତିଥି ତେଲେଙ୍ଗାନା ପୋଲିସ ଫୋର୍ସ ମୋଟ ୪ଟି ଫୋର୍ସ ରାଷ୍ଟ୍ରୀୟ ସଲାମି ଦେବେ। ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ପୋଲିସ ଡିଜିଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ଏଥିପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ପ୍ରସ୍ତୁତି କାମ ଆରମ୍ଭ ହୋଇଛି।

ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ପ୍ରାୟ 20 ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯିବା ସହ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯାଇଥିବା ନେଇ ପୋଲିସ କମିଶନର କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଦିଲ୍ଲି ଢାଞ୍ଚାରେ ରାଜ୍ଯସ୍ତରିୟ ସ୍ବାଧିନତା ଦିବସ
ରାଷ୍ଟ୍ରିୟ ସଲାମି ଦେବେ ୪ଟି ଫୋର୍ସBody:

ଏଥର ଦିଲ୍ଲି ଢାଂଚାରେ ହେବ ରାଜ୍ଯସ୍ତରିୟ ସ୍ବାଧିନତା ଦିବସ ସମାରୋହ।ବିନା ଫାଷ୍ଟମାର୍ଚ ପରେଡରେ ହେବ ପରେଡ ଅଭିବାଦନ।ଅତିଥି ,ସାଧାରଣ ଲୋକଙ୍କ ଉପସ୍ଥିତିରେ ସଲାମି ଦେବେ ୪ଟି ଫୋର୍ସ।ଦିଲ୍ଲିର ଲାଲକିଲ୍ଲା ଶୈଳିରେ ହେଉଥିବା ସ୍ବାଧିନତା ଦିବସ ସମାରୋହ ପରି ରାଜ୍ଯ ସରକାର ଭୁବନେଶ୍ବର ପ୍ରଦର୍ଶନି ପଡିଆରେ ପାଳିବେ ରାଜ୍ଯସ୍ତରିୟ ସ୍ବାଧିନତା ଦିବସ ସମାରୋହ। ଏକାଠି ହେବେ ୧୫ ହଜାରରୁ ଉର୍ଧ ଅତିଥି,ପୋଲିସ ଓସାଧାରଣ ଲୋକ। ଏଥିପାଇଁ ଆଡମ୍ବରପୁର୍ଣ୍ଣ ଭାବେ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ଯସରକାର।ଏଥିପାଇଁ ଗୃହ ବିଭାଗ ପକ୍ଷରୁ ମିଳିଛି ଗ୍ରିନ ସିଗନାଲ। ଏଥିପାଇଁ ପ୍ରସ୍ତୁତି କାମ ଆରମ୍ଭ ହୋଇଯାଇଛି। ତେବେ ପୁର୍ବରୁ ଗାନ୍ଧିମାର୍ଗ ପରି ହେଉଥିବା ଫାଷ୍ଟମାର୍ଚ ପରେଡ ହେବ ନାହିଁ। କେବଳ କେନ୍ଦ୍ରିୟ ସୁରକ୍ଷା ବଳ,ଟେରିଟରିଆଲ ଆର୍ମି ଫୋର୍ସ,ଓଡିଶା ପୋଲିସ ଫୋର୍ସ ଏବଂ ଅତିଥି ତେଲେଙ୍ଗାନା ପୋଲିସ ଫୋର୍ସ ମୋଟ ୪ଟି ଫୋର୍ସ ରାଷ୍ଟ୍ରିୟ ସଲାମି ଦେବେ।ମୁଖ୍ଯ ଅତିଥି ମୁଖ୍ଯମନ୍ତ୍ରୀଙ୍କ ସହ ମୁଖ୍ଯଶାସନ ସଚିବ ପୋଲିସ ଡିଜିଙ୍କ ସହ ବହୁ ମାନ୍ଯଗନ ବ୍ଯକ୍ତି ମଧ୍ଯ ଉପସ୍ଥିତ ରହିବେ। ତେବେ ଏଥିପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ପ୍ରସ୍ତୁତି କାମ ଆରମ୍ଭ ହୋଇଛି।ତେବେ ପୁର୍ବରୁ ସିଏମଙ୍କ ଶପଥ ଗ୍ରହଣ ଉତ୍ସବ ସେହିଠାରେ ସୁରୁଖୁରୁରେ ହୋଇଥିବାରୁ ଏଥର ସେଠି ଆୟୋଜନ ହୋଇଛି ପାର୍କି ପାଇଁ ସ୍ବତନ୍ତ୍ର ସ୍ଥାନ ନିରୁରଣ କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସିସିଟିଭି ଲଗାଇବାର ବ୍ଯବସ୍ଥା କରାଯାଇଥିବା ପୋଲିସ କମିସନର କହିଛନ୍ତି। Conclusion:ବାଇଟ-ସତ୍ଯଜିତ ମହାନ୍ତି ,ପୋଲିସ କମିସନର
Last Updated : Aug 7, 2019, 12:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.