ETV Bharat / city

ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ବୃଦ୍ଧି - ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ବୃଦ୍ଧି

ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା । ହୀରାକୁଦର ୟୁନିଟ୍-୫ ଓ ୬ ର ବ୍ୟବସାୟିକ ଉତ୍ପାଦନ କ୍ଷମତା ୩୭.୫ ମେଗାୱାଟରୁ ୪୩.୬୫ ମେଗାୱାଟ୍କୁ ବୃଦ୍ଧି ହୋଇଛି । ଯାହା ଦ୍ୱାରା ୧୨.୩ ମେଗାୱାଟ୍ ଅଧିକ ଜଳ ବିଦ୍ୟୁତ୍ ଶକ୍ତି ରାଜ୍ୟ ଗ୍ରୀଡକୁ ଯୋଗାଇବାରେ ଏହା ସମର୍ଥ ହୋଇଛି l ଅଧିକ ପଢନ୍ତୁ

ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ବୃଦ୍ଧି

author img

By

Published : Jan 22, 2022, 9:41 AM IST

ଭୁବନେଶ୍ବର: ବୃଦ୍ଧି ହୋଇଛି ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା । ହୀରାକୁଦର ୟୁନିଟ୍-୫ ଓ ୬ ର ବ୍ୟବସାୟିକ ଉତ୍ପାଦନ କ୍ଷମତା ୩୭.୫ ମେଗାୱାଟରୁ ୪୩.୬୫ ମେଗାୱାଟ୍କୁ ବୃଦ୍ଧି ହୋଇଛି । ଯାହା ଦ୍ୱାରା ୧୨.୩ ମେଗାୱାଟ୍ ଅଧିକ ଜଳ ବିଦ୍ୟୁତ୍ ଶକ୍ତି ରାଜ୍ୟ ଗ୍ରୀଡକୁ ଯୋଗାଇବାରେ ଏହା ସମର୍ଥ ହୋଇଛି l ଏତଦବ୍ୟତିତ ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ୨୭୫.୫ ମେଗାୱାଟରୁ ବୃଦ୍ଧି ହୋଇ ୨୮୭.୮ ମେଗାୱାଟ ହୋଇଛି ।

ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ବୃଦ୍ଧି
ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ବୃଦ୍ଧି

ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ର ରାଜ୍ୟର ଏକ ଅଗ୍ରଣୀ ଏବଂ ଖ୍ୟାତି ସମ୍ପନ୍ନ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପରିଚିତ । ଡିସେମ୍ବର-୧୯୫୬ ମସିହାରୁ ହୀରାକୁଦ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିଆସୁଛି । ଏହି କେନ୍ଦ୍ରରେ ଅବସ୍ଥାପିତ ଥିବା ୟୁନିଟ୍-୫ ଓ ୟୁନିଟ୍-୬ ଦୀର୍ଘ ୫୦ ବର୍ଷ ଧରି ନିରବଛିନ୍ନ ବିଦ୍ୟୁତ୍ ଉତ୍ପାଦନ କରିଆସୁଛି । ପରବର୍ତ୍ତି ସମୟରେ CEA ର ମାର୍ଗଦର୍ଶିକା ଅନୁଯାୟୀ ଏହି ଦୁଇଗୋଟି ୟୁନିଟର ନବୀକରଣ, ଆଧୁନିକୀକରଣ ଓ କ୍ଷମତା ବୃଦ୍ଧି କରଣ କାର୍ଯ୍ୟ ଓଡିଶା ଜଳ ବିଦ୍ୟୁତ୍ ନିଗମ ଦ୍ୱାରା ହାତକୁ ନିଆଯାଇଥିଲା । ଏହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଓଡିଶା ଜଳ ବିଦ୍ୟୁତ୍ ନିଗମ M/s Voith Hydro Pvt Ltd (India) କୁ ଅକ୍ଟୋବର ୨୦୧୫ ରେ ୧୫୮.୭୭ କୋଟି ଟଙ୍କା ବ୍ୟୟ ବରାଦରେ କାର୍ଯ୍ୟଦେଶ ଜାରିକରିଥିଲା । ଏହି ୟୁନିଟ ଗୁଡିକର ନବୀକରଣ, ଆଧୁନିକୀକରଣ ଓ କ୍ଷମତା ବୃଦ୍ଧିକରଣ ପରେ ୟୁନିଟ୍-୫ ଓ ୬ ର ବ୍ୟବସାୟିକ ଉତ୍ପାଦନ ଯଥାକ୍ରମେ ୨ ନଭେମ୍ବର ୨୦୨୧ ଓ ୯ ଜାନୁଆରୀ ୨୦୨୨ ରୁ ଆରମ୍ଭ ହୋଇଛି ।

ଏହି କାର୍ଯ୍ୟ ସମ୍ପାଦନ ପରେ ୟୁନିଟ୍ ଦ୍ୱୟର କ୍ଷମତା ୩୭.୫ ମେଗାୱାଟରୁ ୪୩.୬୫ ମେଗାୱାଟ୍ କୁ ବୃଦ୍ଧି ହୋଇଛି । ଯାହା ଦ୍ୱାରା ୧୨.୩ ମେଗାୱାଟ୍ ଅଧିକ ଜଳ ବିଦ୍ୟୁତ୍ ଶକ୍ତି ରାଜ୍ୟ ଗ୍ରୀଡକୁ ଯୋଗାଇବାରେ ଏହା ସମର୍ଥ ହୋଇଅଛି । ଏତଦବ୍ୟତିତ ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ୨୭୫.୫ ମେଗାୱାଟରୁ ବୃଦ୍ଧି ହୋଇ ୨୮୭.୮ ମେଗାୱାଟ ହୋଇଛି । ଯାହାକୁ ରାଜ୍ୟର ଉପଭୋକ୍ତା ମାନଙ୍କୁ ସୁଲଭ ଓ ସବୁଜ ଶକ୍ତି ଯୋଗାଇବାରେ ସହାୟକ ହୋଇଛି । ବିଗତ ଦିନରେ ଓଡିଶା ଜଳ ବିଦ୍ୟୁତ୍ ନିଗମ ଏହି ବିଦ୍ୟୁତ୍ କେନ୍ଦ୍ରରେ ଅବସ୍ଥାପିତ ଥିବା ୟୁନିଟ୍-୧,୨,୩ ଓ ୪ ମାନଙ୍କରେ ପ୍ରର୍ଯ୍ୟାୟ କ୍ରମେ ନବୀକରଣ, ଆଧୁନିକୀକରଣ ଓ କ୍ଷମତା ବୃଦ୍ଧିକରଣ କରାଯାଇ ଅଧିକ ୪୦ ମେଗାୱାଟ୍ ଜଳ ବିଦ୍ୟୁତ୍ ରାଜ୍ୟ ଗ୍ରୀଡକୁ ଯୋଗାଇ ଦେଇଆସୁଛି ।

ଉପରୋକ୍ତ ୟୁନିଟ୍ ଗୁଡିକର କ୍ଷମତା ବୃଦ୍ଧି ହେବା ଫଳରେ ଓଡିଶା ଜଳ ବିଦ୍ୟୁତ୍ ନିଗମରର ଆର୍ଥିକ ସ୍ଥିତି ସୁଦୃଢ ହେବା ସଙ୍ଗେ ସଙ୍ଗେ ରାଜ୍ୟର ସର୍ବୋଚ୍ଚ ବିଦ୍ୟୁତ୍ ଶକ୍ତି ଚାହିଦା ମେଣ୍ଟାଇବାରେ ସହାୟକ ହୋଇଛି । ଓଡିଶା ଜଳ ବିଦ୍ୟୁତ୍ ନିଗମର ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀଙ୍କର ନିରବଛିନ୍ନ ଓ ସମନ୍ୱିତ ପ୍ରଚେଷ୍ଟା ଫଳରେ ଏହି କାର୍ଯ୍ୟଟି ସଫଳ ହୋଇପାରିଛି । ବର୍ତ୍ତମାନ ବୁର୍ଲା ସ୍ଥିତ ବିଦ୍ୟୁତ୍ କେନ୍ଦ୍ରର ସମସ୍ତ ୭ ଗୋଟି ୟୁନିଟ୍ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ କରିବାରେ ସକ୍ଷମ ହୋଇଛି । ସେହିପରି ଚିପିଲିମାରେ ଅବସ୍ଥାପିତ ୩ ଗୋଟି ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ କରୁଛି । ଓଡିଶା ଜଳ ବିଦ୍ୟୁତ୍ ନିଗମ ରାଜ୍ୟର ଉପଭୋକ୍ତାମାନଙ୍କୁ ସୁଲଭ ମୂଲ୍ୟରେ ସବୁଜ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବା ପାଇଁ ନିରନ୍ତର ଚେଷ୍ଟିତ ଓ ପ୍ରତିଶୃତିବଦ୍ଧ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.