ଭୁବନେଶ୍ବର: ଯୁକ୍ତ ଦୁଇ ସିଟ ଠାରୁ ଅଧିକ ସଂଖ୍ୟାରେ ପିଲା ମାଟ୍ରିକ ପାସ କରିବା ପ୍ରସଙ୍ଗ । ଜୁନିଅର କଲେଜରେ ଯୁକ୍ତ ଦୁଇ ସିଟ ବଢ଼ାଇବା ପାଇଁ କଲେଜକୁ ଅନୁମତି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଲେ ସରକାର । ଯେଉଁ ଜୁନିଅର କଲେଜମାନେ ଚାହିଁବେ ସିଟ ବଢାଇବାକୁ ଆବେଦନ କରିପାରିବେ ।
ସିଟ୍ ବୃଦ୍ଧି ପାଇଁ 7 ଦିନ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ । ସାମ୍ସ( SAMS) ଜରିଆରେ ଅନଲାଇନ ଜରିଆରେ ଆବେଦନ କରିବାକୁ ନିର୍ଦ୍ଦେଶ । ଚଳିତ ବର୍ଷ 5 ଲକ୍ଷ 62 ହଜାର 10 ପିଲା ମାଟ୍ରିକ ପାସ୍ କରିଛନ୍ତି । ତେବେ ରାଜ୍ୟରେ ଯୁକ୍ତ ଦୁଇରେ ସିଟ୍ ସଂଖ୍ୟା 4 ଲକ୍ଷ 43 ହଜାର 354 ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ